fbpx

ଚୀନରେ ପୁଣି ନୂଆ ଭୂତାଣୁ ଆବିଷ୍କାର: ୩୫ ସଂକ୍ରମିତ ରୋଗୀ ଚିହ୍ନଟ

ବେଜିଂ : ଏକ ନୂତନ ପ୍ରକାରର ଭୂତାଣୁ ହେନିପା । ଭାଇରସ୍‌ ଯାହା ମଣିଷକୁ ସଂକ୍ରମିତ କରିପାରେ ପୂର୍ବ ଚୀନ୍‌ର ଶାଣ୍ଡୋଙ୍ଗ ପ୍ରଦେଶ ଏବଂ ମଧ୍ୟ ଚୀନ୍‌ର ହେନାନ ପ୍ରଦେଶରେ ଦେଖିବାକୁ ମିଳିଛି ଏବଂ ଏପର୍ଯ୍ୟନ୍ତ ଦୁଇ ପ୍ରଦେଶରେ ୩୫ ଜଣଙ୍କୁ ସଂକ୍ରମିତ କରିଛି । ଚାଇନା ଏବଂ ସିଙ୍ଗାପୁରର ବୈଜ୍ଞାନିକମାନଙ୍କ ଦ୍ୱାରା ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍‌ ମେଡିସିନ୍‌ରେ ଏହି ତଥ୍ୟ ପ୍ରକାଶ ପାଇଛି ।

ମିଡିଆ ରିପୋର୍ଟ ଅନୁଯାୟୀ ପୂର୍ବ ଚୀନର ରୋଗୀଙ୍କଠାରୁ ଗଳା ସ୍ୱାବ୍‌ ନମୁନାରେ ନୂତନ ପ୍ରକାରର ହେନିପା ଭାଇରସ୍‌ ମିଳିଥିଲା । ଏହି ନୂତନ ଆବିଷ୍କୃତ ହେନିପା ଭାଇରସ୍‌ ଯାହା ପଶୁମାନଙ୍କଠାରୁ ଆସିଥାଇ ପାରେ। କେତେକ ଫେବ୍ରାଇଲ୍‌ ରୋଗ ସହିତ ଜଡିତ ଏବଂ ସଂକ୍ରମିତ ଲୋକଙ୍କର ଜ୍ୱର, ଥକାପଣ, କାଶ ଏବଂ ବାନ୍ତି ଭଳି ଲକ୍ଷଣ ରହିଛି ।

ଅଧିକ ଅନୁସନ୍ଧାନରୁ ଜଣାପଡିଛି ଯେ ଶାଣ୍ଡୋଙ୍ଗ ଏବଂ ହେନାନ ପ୍ରଦେଶରେ ଲଙ୍ଗିଆ ହେନିପା ଭାଇରସ ସଂକ୍ରମଣର ୩୫ ଟି ମଧ୍ୟରୁ ୨୬ ଟିରେ ଜ୍ୱର, ଉତ୍ତେଜନା, କାଶ, ମୁଣ୍ଡବିନ୍ଧା ଏବଂ ବାନ୍ତି ଭଳି କ୍ଲିନିକାଲ ଲକ୍ଷଣ ପ୍ରକାଶ ପାଇଛି । ହେନିପା ଭାଇରସ୍‌ ପ୍ରାଣୀ ଏବଂ ମଣିଷମାନଙ୍କଠାରେ ଭୟଙ୍କର ରୋଗ ସୃଷ୍ଟି କରିପାରେ ।

ହେନିପା ଭାଇରସ୍‌ ପାଇଁ ବର୍ତ୍ତମାନ କୌଣସି ଟିକା କିମ୍ବା ଚିକିତ୍ସା ନାହିଁ ଏବଂ ଜଟିଳତା ପରିଚାଳନା ପାଇଁ ଏକମାତ୍ର ଚିକିତ୍ସା ହେଉଛି ସହାୟକ ଯତ୍ନ । ବର୍ତ୍ତମାନ ପର୍ଯ୍ୟନ୍ତ ଲଙ୍ଗିଆ ହେନି । ଭାଇରସ୍‌ ସାଂଘାତିକ କିମ୍ବା ଗୁରୁତର ହୋଇନାହିଁ, ତେଣୁ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ପ୍ରଫେସର ୱାଙ୍ଗ ଲିନ୍ଫା କହିଛନ୍ତି । ହୁଆଶାନ୍‌ ହସ୍ପିଟାଲର ସଂକ୍ରାମକ ରୋଗ ବିଭାଗର ଡେପୁଟି ମୁଖ୍ୟ ଚିକିତ୍ସକ ୱାଙ୍ଗ ଜିନୁ କହିଛନ୍ତି ଯେ ସାରା ବିଶ୍ୱରେ ମହାମାରୀ ସୃଷ୍ଟି କରୁଥିବା କରୋନା ଭାଇରସ୍‌ ଶେଷ ସଂକ୍ରାମକ ରୋଗ ହେବ ନାହିଁ ।

Get real time updates directly on you device, subscribe now.