fbpx

ଘୁଞ୍ଚିଲା ‘ଓଏସ୍‌ଏସ୍‌ସି’ର ଏହି ସବୁ ପରୀକ୍ଷା ତାରିଖ, ଜାଣନ୍ତୁ ସବିଶେଷ ସୂଚନା

ଭୁବନେଶ୍ୱର: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(ଓଏସ୍‌ଏସ୍‌ସି)ର ଏହି ମାସରେ ହେବାକୁ ଥିବା ଅନେକ ନିଯୁକ୍ତି ପରୀକ୍ଷାକୁ ସ୍ଥଗିତ ରଖିଛି। ଆୟୋଗ ପକ୍ଷରୁ ମିଳିଥିବା ସବିଶେଷ ସୂଚନା ଅନୁଯାୟୀ ବୈଷୟିକ ସହାୟକ ୨୦୨୧ (ଟେକ୍ସଟାଇଲ୍ସର ଡାଇରେକ୍ଟର) ପାଇଁ ସାର୍ଟିଫିକେଟ୍ ଯାଞ୍ଚ, ଯାହା ଅଗଷ୍ଟ ୧୬ ରେ ଅନୁଷ୍ଠିତ ହେବାର ଥିଲା ତାକୁ ସ୍ଥଗିତ କରି ଦିଆଯାଇଛି। ଏହି ସାର୍ଟିଫିକେଟ୍ ଯାଞ୍ଚ ବର୍ତ୍ତମାନ ଅଗଷ୍ଟ ୨୩, ୨୦୨୨ ରେ ଅନୁଷ୍ଠିତ ହେବ।

ସେହିଭଳି ଜୁନିଅର କ୍ଲର୍କ-କମ-ଟାଇପିଷ୍ଟଙ୍କ ପାଇଁ ସାର୍ଟିଫିକେଟ୍ ଯାଞ୍ଚ ଯାହା ଅଗଷ୍ଟ ୧୬ ଏବଂ ୧୭ ରେ ଅନୁଷ୍ଠିତ ହେବାର ଥିଲା। ତାକୁ ମଧ୍ୟ ଆୟୋଗ ସ୍ଥଗିତ ରଖିଛି। ଓଏସ୍‌ଏସ୍‌ସି ବିଜ୍ଞପ୍ତି ଅନୁଯାୟୀ, ସଂଶୋଧିତ ତାରିଖଗୁଡିକ ଖୁବ୍ ଶୀଘ୍ର ପ୍ରଦାନ କରାଯିବ। ପ୍ରାର୍ଥୀମାନେ ସବିଶେଷ ସୂଚନା ପାଇଁ ଓଏସ୍‌ଏସ୍‌ସିର ଅଫିସିଆଲ୍ ୱେବସାଇଟ୍ https://www.ossc.gov.in/ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି।

Get real time updates directly on you device, subscribe now.