fbpx

ହୀରାକୁଦ, ତାମ୍ପରା ଓ ଅଂଶୁପାକୁ ମିଳିଲା ‘ରାମସର ସାଇଟ୍‌’ ମାନ୍ୟତା

ନୂଆଦିଲ୍ଲୀ: ଦେଶର ଆଉ ୧୧ଟି ଆର୍ଦ୍ରଭୂମିକୁ ମିଳିଛି ରାମସର ସାଇଟ ମାନ୍ୟତା। ଯେଉଁଥିରେ ସାମିଲ ଅଛି ଓଡ଼ିଶାର ତାମ୍ପରା, ହୀରାକୁଦ ଓ ଅଂଶୁପା ହ୍ରଦ। ଗତ ମାସରେ ଭାରତର ୧୦ଟି ଆର୍ଦ୍ରଭୂମିକୁ ରାମସର ସାଇଟ ମାନ୍ୟତା ମିଳିଥିଲା। ଯେଉଁଥିରେ ଓଡ଼ିଶାର ସାତକୋଶିଆ ଗଣ୍ଡ ସାମିଲ ଥିଲା। କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦର ଯାଦବ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ଏହି ତିନୋଟି ଆର୍ଦ୍ରଭୂମିରେ ଗଞ୍ଜାମ ଜିଲ୍ଲାର ତାମ୍ପରା ହ୍ରଦ, ସମ୍ବଲପୁର ଜିଲ୍ଲାର ହିରାକୁଦ ଜଳଭଣ୍ଡାର ଏବଂ କଟକ ଜିଲ୍ଲାର ଅଂଶୁପା ହ୍ରଦ ଅନ୍ତର୍ଭୁକ୍ତ। କେନ୍ଦ୍ର କ୍ୟାବିନେଟ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେଣ୍ଡର ଯାଦବ ଆଜି ଏକ ଟୁଇଟରେ ଏହା ଜଣାଇଛନ୍ତି। ଗତ ମାସରେ ମଧ୍ୟ ଭାରତର ୧୦ଟି ଆର୍ଦ୍ରଭୂମିକୁ ରାମସର ସାଇଟ ମାନ୍ୟତା ମିଳିଥିଲା। ଏହି ୧୧ ଟି ଆର୍ଦ୍ରଭୂମି ଅନ୍ତର୍ଭୂକ୍ତ କରି ଦେଶରେ ରାମସର ସାଇଟଗୁଡିକର ସଂଖ୍ୟା ଏପର୍ଯ୍ୟନ୍ତ ୭୫ କୁ ବୃଦ୍ଧି ପାଇଛି।

୧୯୭୧ ମସିହାରେ ୟୁନେସ୍କୋ ଦ୍ୱାରା ସ୍ଥାପିତ ଏକ ପରିବେଶ ଚୁକ୍ତି, ଯାହା ଇରାନର ‘ରାମସର’ ନାମରେ ନାମିତ ହୋଇଥିଲା, ରାମସର ସମ୍ମିଳନୀ ଅନ୍ତର୍ଗତ ଆନ୍ତର୍ଜାତୀୟ ଗୁରୁତ୍ୱପୂର୍ଣ୍ଣ ଏକ ଆର୍ଦ୍ରଭୂମି ଗୁଡିକୁ ଏହି ମାନ୍ୟତା ଦିଆଯାଇଥାଏ।

Get real time updates directly on you device, subscribe now.