fbpx

ସମ୍ଭାବ୍ୟ ବନ୍ୟା ନିୟନ୍ତ୍ରଣ ପାଇଁ ସମ୍ଭଲପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି, ୧ ହଜାର ଲୋକଙ୍କୁ ସ୍ଥାନାନ୍ତର ନେଇ ଜିଲ୍ଲାପାଳଙ୍କ ସୂଚନା

ସମ୍ଭଲପୁର: ହୀରାକୁଦ ଜଳଭଣ୍ଡାରରୁ ୩୪  ଟି ଗେଟ୍ ଖୋଲିବା ପରେ ସମ୍ବଲପୁର ସହରର ତଳି ଅଞ୍ଚଳରେ ବନ୍ୟା ପରିସ୍ଥିତି ସଷ୍ଟି ହୋଇଛି । ଫଳରେ ସତର୍କତାମୂଳକ ପଦକ୍ଷେପ ନିଆଯିବା ସହ ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେପଟେ ସମ୍ବଲପୁର ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ଥିବା କହିଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ।

ଜିଲ୍ଲାପାଳ କହିଛନ୍ତି ଯେ ଉପର ମୁଣ୍ଡରେ ଲାଗିରହିଥିବା ବର୍ଷା ଯୋଗୁଁ ହୀରାକୁଦ ଜଲଭଣ୍ଡାରରେ ଜଳସ୍ତର ବଢ଼ିପାରେ ଫଳରେ ଅଧିକ ଗେଟ ମଧ୍ୟ ଖୋଲାଯାଇପାରେ । ତେବେ ଜିଲ୍ଲା ପ୍ରଶାସନ ତରଫରୁ  ତୁରନ୍ତ  ପଦକ୍ଷେପ ନେଇ ୧୦୦୦ ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ।

ଆଶ୍ରୟସ୍ଥଳୀରେ ସେମାନଙ୍କୁ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ଏଥିସହ ସହରରେ ୭ ଟି ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତି ହୋଇଥିବାବେଳେ ଆବଶ୍ୟକ ହେଲେ ସେଠାରେ ଲୋକଙ୍କୁ ଉଦ୍ଧାର କରି ରଖାଯିବାର ବ୍ୟବସ୍ଥା କରାଯିବ ।

 

ତେଵେ ଜିଲ୍ଲା ପ୍ରଶାସନ ହୀରାକୁଦ ଜଳଭଣ୍ଡାରରୁ କେତେ ଗେଟ ଖୋଲା ଯାଉଛି ସେ ଉପରେ ନଜର ରଖିଥିବା ବେଳେ ସହରର ବିଭିନ୍ନ ଜଳ ନିଷ୍କାସନନ କେନ୍ଦ୍ରଠାରେ ଥିବା ପଂମି ଷ୍ଟେସନ ଗୁଡ଼ିକ ମଧ୍ୟ ପ୍ରସ୍ତୁତ ରଖାଯାଇଥିବା ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.