fbpx

ଚେନ୍ନାଇ ସୁପର କିଙ୍ଗସରୁ ଅଲଗା ହୋଇଯିବେ ପୂର୍ବତନ ଅଧିନାୟକ! ରିପୋର୍ଟରୁ ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ବହୁ ଲୋକପ୍ରିୟ ଦଳ ଚେନ୍ନାଇ ସୁପର କିଙ୍ଗସ ଦଳକୁ ନେଇ ଆସିଛି ଏକ ବଡ ଖବର । ଦଳରୁ ଅଲଗା ହୋଇପାରନ୍ତି CSKର ପୂର୍ବତନ ଅଧିନାୟକ । ୟେଲୋ ଆର୍ମୀର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବେ ଚେନ୍ନାଇରୁ ଅଲଗା ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ତେବେ ଗତ ସିଜନରେ ଭୁଲ ବୁଝାମଣା ଯୋଗୁଁ ଏହି ଖବର ସାମନାକୁ ଆସିଥିଲା । ବିଦେଶ ଗସ୍ତରୁ ଫେରି ଜାଡେଜା ବାଙ୍ଗାଲୋର NCAରେ ଅଭ୍ୟାସ ପାଇଁ ଯାଇଥିଲେ । କିନ୍ତୁ ଏହି ସମୟରେ CSK ସହିତ ସେ କୌଣସି ସମ୍ପର୍କ ରଖି ନଥିବା ଆଲୋଚନାର ବିଷୟ ପାଲଟିଛି ।

୨୦୨୧ର ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗସକୁ IPL-୧୫ରେ ଖରାପ ପରିସ୍ଥିତି ଦେଇ ଗତି କରିବାକୁ ପଡିଛି । ସିଜନ ଆରମ୍ଭରୁ ଜାଡେଜା ଦଳର ନେତୃତ୍ୱ ନେଇଥିବା ବେଳେ ଦଳ ନିରାଶଜନକ ପ୍ରଦର୍ଶନ କରିଥିଲା । ଫଳରେ ପଏଣ୍ଟ ଟେବୁଲର ଶେଷ ଦୁଇଟି ସ୍ଥାନରେ ରହିଥିଲା CSK । ତେଣୁ ସିଜନ ମଝିରେ ଅଧିନାୟକ ପଦ ପୁଣିଥରେ ଧୋନୀଙ୍କୁ ହସ୍ତାନ୍ତର କରିଥିଲେ ଜାଡେଜା ।

Ravindra Jadeja completely out of "out of touch" with CSK management post IPL 2022: Reports

ତେବେ ଜାଡେଜାଙ୍କ ମ୍ୟାନେଜର ଅନ୍ୟ ଦଳମାନଙ୍କ ସହ ଟ୍ରେଡିଙ୍ଗ ଅଫର ଉପରେ କଥାବାର୍ତ୍ତା ଜାରି ରଖିଥିବା ନେଇ ଗୁପ୍ତ ତଥ୍ୟ ମିଳିଛି । ସେପଟେ ଏହା ମଧ୍ୟରେ ଜାଡେଜା ଏବଂ ଚେନ୍ନାଇର ଅଧିକାରୀଙ୍କ ଭିତରେ ଏକ ମିଟିଙ୍ଗ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ ଯେ, ସିଜନ ମଝିରେ ଦଳର ନେତୃତ୍ୱ ଛାଡିବା ପରେ ଷ୍ଟାର ଅଲରାଉଣ୍ଡର ଜାଡେଜାଙ୍କୁ ନେଇ ଅସନ୍ତୁଷ୍ଟ ରହିଛନ୍ତି ଟିମ ମ୍ୟାନେଜମେଣ୍ଟ । ତେଣୁ ଏହି କାରଣ ଯୋଗୁଁ ହିଁ ସେ ଫ୍ରାଞ୍ଚାଇଜିରୁ ଅଲଗା ହେବା ପାଇଁ ମନ ବଳାଇଛନ୍ତି । ଗତ ୨୦୧୨ରୁ ଚେନ୍ନାଇ ସୁପର କିଙ୍ଗସର ଏକ ଅଭିନ୍ନ ଅଙ୍ଗ ହୋଇ ରହିଛନ୍ତି ରବିନ୍ଦ୍ର ଜାଡେଜା ।

Get real time updates directly on you device, subscribe now.