fbpx

Cryptocurrencyକୁ ନେଇ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ଖୁବଶୀଘ୍ର କେନ୍ଦ୍ର ସରକାର ଲାଗୁ କରିବେ ଏକ ନୂଆ ଆଇନ୍

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁଣି ଥରେ କ୍ରିପ୍ଟୋକରେନ୍ସି ନିବେଶକଙ୍କ ପାଇଁ ଏକ ବଡ଼ ବୟାନ ଦେଇଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କ୍ରିପ୍ଟୋ ଏକ୍ସଚେଞ୍ଜର ଯାଞ୍ଚ କରୁଛି । ଇଡି କିଛି କ୍ରିପ୍ଟୋ ଟ୍ରେଣ୍ଡିଂ ପ୍ଲାଟଫର୍ମର ସମ୍ପତି ଫ୍ରିଜ୍ କରିସାରିଛି । କ୍ରିପ୍ଟୋକରେନ୍ସି ପରି କିଛି ମୁଦ୍ରା ନାହିଁ । ଏନେଇ କେନ୍ଦ୍ର ସରକାର ପ୍ରଥମରୁ ଚେତାବନୀ ଦେଇ ସାରିଛନ୍ତି । କ୍ରିପ୍ଟୋକରେନ୍ସିକୁ ନେଇ ଆମକୁ ସାମଧାନତାର ସହିତ ଆଗକୁ ବଢ଼ିବାକୁ ହେବ । କ୍ରିପ୍ଟୋକରେନ୍ସିକୁ ନେଇ ଖୁବଶୀଘ୍ର ଏକ ନୂଆ ଆଇନ୍ ଆସିବ । ବିଜେପି ଇକୋନୋମିକ ସେଲ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ ଅର୍ଥମନ୍ତ୍ରୀ ଏହା କହିଛନ୍ତି ।

ନିର୍ମଳା କହିଛନ୍ତି, ମନି ଲଣ୍ଡରିଂ ମାମଲା ସହିତ ଜଡ଼ିତ ଥିବା କ୍ରିପ୍ଟୋକରେନ୍ସି ଏଜେନ୍ସିର ଯାଞ୍ଚ ଇଡି କରୁଛି । ଇଡିର ଅନୁମୋଦନ ବିନା କୌଣସି କମ୍ପାନୀ ନେଣଦେଣ କରିପାରିବ ନାହିଁ । ଗତ ୫ ତାରିଖରେ ଇଡି ୱାଜିରକ୍ସର ୮ ମିଲିୟନ ଡଲାରର ବ୍ୟାଙ୍କ ସମ୍ପତ୍ତି ଜବତ କରିଥିଲା । ଏଥିସହିତ ଗତ ସପ୍ତାହରେ ୱାଉଲ୍ଡ କ୍ରିପ୍ଟୋର ବ୍ୟାଙ୍କ ଖାତା ଓ ପାଖାପାଖି ୪୬ ମିଲିୟନ ଡଲାରର କ୍ରିପ୍ଟୋ ସମ୍ପତି ଫ୍ରିଜ କରିଥିଲା ।

ଇଡିର ଆରୋପକୁ ନେଇ ୱାଉଲ୍ଡ ପକ୍ଷରୁ ଏକ ବୟାନ ଜାରି କରାଯାଇଥିଲା । ଇଡିର ଯାଞ୍ଚରେ କମ୍ପାନୀ ପୂରା ସହଯୋଗ କରିବା ସହ ସମସ୍ତ ଦସ୍ତାବିଜ ଜମା କରିଥିଲା । କମ୍ପାନୀ କେୱାଇସି ଡକ୍ୟୁମେଣ୍ଟ ଗ୍ରାହକଙ୍କୁଠାରୁ ନେଇଥାଏ । ନିଜର ଗ୍ରାହକ ଓ ସମସ୍ତ ହିତଧାରକଙ୍କ ସୁରକ୍ଷା ପାଇଁ ଆଇନଗତ ପରାମର୍ଶ ନିଆଯାଉଥିବା କମ୍ପାନୀ ପକ୍ଷରୁ କୁହାଯାଇଥିଲା ।

ଅନ୍ୟପକ୍ଷରେ କ୍ରିପ୍ଟୋକୁ ନେଇ ଏକ ନିୟମ ଆଣିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପ୍ରସ୍ତାବ ରଖିଥିଲା । ଯଦି କ୍ରିପ୍ଟୋକରେନ୍ସି ଉପରେ ରୋକ ଲାଗୁ ହେବ ତେବେ ଅନ୍ତରାଷ୍ଟ୍ରୀୟ ସ୍ତରର ସହଯୋଗର ଆବଶ୍ୟକତା ପଡ଼ିବ । ତେଣୁ ଆମକୁ ଅନ୍ତରାଷ୍ଟ୍ରୀୟ ସ୍ତରର ସମକକ୍ଷ ମାନକ ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ନିର୍ମଳା କହିଥିଲେ ।

Get real time updates directly on you device, subscribe now.