fbpx

ବନ୍ୟା ଅପଡେଟ୍: ରାତି ୩ ଟା ପର୍ଯ୍ୟନ୍ତ ରହିବ ପିକ୍ ଫ୍ଲୋ, ପ୍ରେସମିଟରେ ସୂଚନା ଦେଲେ SRC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ରାଜ୍ୟର ଅନେକ ଜିଲ୍ଲାରେ ଏବେ ବନ୍ୟା ସ୍ଥିତି ଲାଗିରହିଛି । ଅନେକ ଗାଁ ଜଳମଗ୍ନ ହେବା ସହ କିଛି ଗାଁରେ ଘରେ ପାଣି ପଶିଛି । ବନ୍ୟାକୁ ନେଇ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ହୀରାକୁଦରେ ମଧ୍ୟ ଗୋଟିଏ ଗୋଟିଏ ପରେ ୪୦  ଗେଟ୍ ଖୋଲାଯାଇଛି । ଫଳରେ ଆହୁରି ଅଧିକ ସ୍ଥାନରେ ବନ୍ୟା ହେବା ନେଇ ଅନୁମାନ କରଯାଉଛି ।

ଏହାରି ମଧ୍ୟରେ ରାଜ୍ୟର ବନ୍ୟା ସ୍ଥିତି ନେଇ ପ୍ରେମମିଟ୍ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର(SRC) ପ୍ରଦୀପ କୁମାର ଜେନା  । ଏସଆରସି କହିଛନ୍ତି ଯେ ବର୍ତ୍ତମାନ ପିକ୍ ଫ୍ଲୋ (Pick Flow) ଚାଲିଛି ଯାହା ରାତି ୩ ଟା ପର୍ଯ୍ୟନ୍ତ ରହିପାରେ । ସେହିପରି ମୁଣ୍ଡୁଳିରେ ୮ ରୁ ୯ ଘଣ୍ଟା ପର୍ଯ୍ୟନ୍ତ ପିକ୍ ଫ୍ଲୋ ରହି । ପିକ୍ ଫ୍ଲୋ ଆସନ୍ତା କାଲି ସନ୍ଧ୍ୟା ୬ ଟାରୁ ୯ ଟା ଭିତରେ ସମୁଦ୍ରକୁ ଚାଲିଯିବ ।

ଏସଆରିସ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ୪୯ଟି ବ୍ଲକର ୨୩୭ଟି ଗାଁ ଜଳଘେରରେ ରହିଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି । ବିଭିନ୍ନ ସ୍ଥାନରେ ୯୦ ଟି ଫ୍ରି କିଚେନ୍ ବ୍ୟବସ୍ଥା ହୋଇଛି । ଆବଶ୍ୟକତାକୁ ଦେଖି ଜିଲ୍ଲାପାଳମାନେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି ଏସଆରସି ।

Get real time updates directly on you device, subscribe now.