fbpx

ଜାମ୍ମୁ-କାଶ୍ମୀର: ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ଉଦ୍ଧାର, ଆତଙ୍କରେ ଲୋକେ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି। ଜାମ୍ମୁର ସିଦ୍ଧ୍ରାଠାରେ ଏକ ଆବାସିକ ଘରୁ ୬ଜଣଙ୍କ ଶବ ମିଳିଛି। ଏମାନଙ୍କ ମଧ୍ୟରୁ ଦୁଇ ପୁରୁଷ ଏବଂ ୪ ଜଣ ମହିଳା ରହିଛନ୍ତି। ସୁତ୍ରରୁ ମିଳିଥିବା ସୂଚନା ମୁତାବକ ଏମାନଙ୍କ ଶିରୀରରେ କୌଣସି ପ୍ରକାର ଗୁଳିର ଚିହ୍ନ ନାହିଁ। ସମସ୍ତ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ମୃତ୍ୟୁର ପ୍ରକୃତ ରହସ୍ୟ ଜାଣୀବା ପାଇଁ ତଦନ୍ତ ଜାରୀ ରହିଛି।

ଏହା ପୁର୍ବରୁ ମଙ୍ଗଳବାର ଆତଙ୍କବାଦୀମାନେ ଜାମ୍ମୁ-କାଶ୍ମୀର ଶୋପିଆନ ଜିଲ୍ଲାରେ ଜଣେ କାଶ୍ମୀର ପଣ୍ଡିତଙ୍କୁ ଆତଙ୍କୀ ଗୁଳି କରି ହତ୍ୟା କରିଥିଲେ। ଏଥିରେ ମୃତକଙ୍କ ଭାଇ ମଧ୍ୟ ଗୁରୁତ୍ତର ଆହତ ହୋଇଛନ୍ତି। ମୃତକ ଜଣକ ସୁନିଲ କୁମାର ଭଟ୍ଟ ଏବଂ ତାଙ୍କ ଭାଇ ପିଣ୍ଟୁ ବୋଲି ଜଣା ପଡିଛନ୍ତି। ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଭାରୀ ମାତ୍ରାରେ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି।

Get real time updates directly on you device, subscribe now.