ପଞ୍ଚମ ଦିନରେ ବି ମାର୍କେଟରେ ଭଲ ପ୍ରଦର୍ଶନ: Airtel,Kotak Bank ଟପ୍ ଗେନର

ମୁମ୍ବାଇ: ଗ୍ଲୋବାଲ ମାନ୍ଦାବସ୍ଥା ସତ୍ତେ୍ୱ ଗୁରୁବାର ଲଗାତାର ୫ ଦିନରେ ସେନ୍ସେକ୍ସ ଏବଂ ନିଫ୍ଟି ଭଲ ପ୍ରଦର୍ଶନ କରିଛନ୍ତି । ଗୁରୁବାର କାରବାର ଆରମ୍ଭରେ ବିଏସଇ ସୂଚକାଙ୍କ ସେନ୍ସେକ୍ସ  ୬୦,୦୦୦ ପଏଣ୍ଟ ରହିଥିବାବେଳେ ମାର୍କେଟ ବନ୍ଦ ବେଳକୁ ଏହା ୩୮ ପଏଣ୍ଟ ଅର୍ଥାତ୍ ୦.୦୬ % ବୃଦ୍ଧି ପାଇ ୬୦,୨୯୮ ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ଏନଏସଇ ନିଫ୍ଟି ୧୨.୨୫ ପଏଣ୍ଟ ଅର୍ଥାତ୍ ୦.୦୭% ବୃଦ୍ଧି ପାଇ ୧୭,୯୫୬ ପଏଣ୍ଟରେ ବନ୍ଦ ହୋଇଛି ।

ସେନ୍ସେକ୍ସରେ ଆଜି କାରବାର ଶେଷ ବେଳକୁ କୋଟକ ମହିନ୍ଦ୍ରା ବ୍ୟାଙ୍କ୍, ଏଲ ଆଣ୍ଡ୍ ଟି, ଭାରତୀ ଏୟାରଟେଲ୍, ଅଲଟ୍ରାଟେକ୍ ସିମେଣ୍ଟ ଭଳି ଶେୟାର ଭଲ ପ୍ରଦର୍ଶନ କରିଥିଲେ । ସେହିଭଳି ଟପ୍ ଲୁଜରଙ୍କ ମଧ୍ୟରେ ଡ.ରେଡ୍ଡିଜ୍, ୱିପ୍ରୋ, ଇନଫୋସିସ୍, ଆକ୍ସିସ ବ୍ୟାଙ୍କ୍, ମହିନ୍ଦ୍ରା ଏବଂ ମହିନ୍ଦ୍ରା, ନେଷ୍ଟଲେ ଇଣ୍ଡଷ୍ଟ୍ରି ଏବଂ ସନ ଫାର୍ମା ରହିଛନ୍ତି ।