fbpx

‘ଜମେଇ କି ମଦ ପିଅ…’: ଦେଶବାସୀଙ୍କୁ କାହିଁକି ଏମିତି ଅପିଲ କଲେ ସରକାର?

ନୂଆଦିଲ୍ଲୀ: କରୋନା ମହାମାରୀ ପରେ ଏହାର ପ୍ରଭାବରେ ଅନେକ ଦେଶର ଅର୍ଥାବସ୍ଥା ବିଗିଡିଯାଇଛି । ଅଧିକାଂଶ ଦେଶର ଅର୍ଥନୀତି ଉପରେ କରୋନାର କଳା ନଜର ପଡିଥିବା ଦେଖିବାକୁ ମିଳିଛି । ଏଣୁ ଏବେ କରୋନା ପ୍ରକୋପ ଟିକିଏ କମ୍ ହେବାରୁ ନିଜ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ବିଭିନ୍ନ ଦେଶ । ଏଥି ମଧ୍ୟରେ ଜାପାନ ମଧ୍ୟ ଅଣ୍ଟା ସଳଖି ଠିଆ ହେବା ପାଇଁ ଚେଷ୍ଟା ଜାରି ରଖିଛି । ତେଣୁ ନିଜ ଦେଶବାସୀଙ୍କୁ ଅଧିକରୁ ଅଧିକ ମଦ୍ୟପାନ କରିବାକୁ ଆହ୍ୱାନ ଦେଇଛନ୍ତି ସରକାର ।

ଜାପାନରେ ଯୁବକମାନଙ୍କୁ ମଦ ପିଇବା ପାଇଁ ସରକାର ଆହ୍ୱାନ ଦେଇଛନ୍ତି । ଯାହାଦ୍ୱାରା ଦେଶର ଅର୍ଥନୀତି ଆହୁରି ବୃଦ୍ଧି ପାଇବ । ଏଥିପାଇଁ ଦେଶରେ କ୍ୟାମ୍ପେନ ବା ଆରମ୍ଭ କରାଯାଇଛଇ । ଫଳରେ ଦେଶର ଯୁବକମାନେ ଅତ୍ୟଧିକ ମଦ ପିଇବା ପାଇଁ ଆକୃଷ୍ଟ ହେବେ । ଏକ ରିସର୍ଚ୍ଚରୁ ଜଣାଯାଇଛି ଯେ, ଏଠାକାର ଯୁବପିଢୀ ସେମାନଙ୍କ ଅଭିଭାବକମାନଙ୍କ ତୁଳନାରେ କମ୍ ମଦ୍ୟପାନ କରୁଛନ୍ତି ।

ଏହି କ୍ୟମ୍ପେନ ଦ୍ୱାରା ଅଧିକରୁ ଅଧିକ ଯୁବପିଢୀ ମଦ ପିଇବା ପାଇଁ ଆକର୍ଷିତ ହେବେ ବୋଲି ଆଶା କରାଯାଉଛି । ତେବେ ଏହି ଆଇଡିଆ ପଛରେ ଜାପାନର ନେସନାଲ ଟ୍ୟାକ୍ସ ଏଜେନ୍ସି କାମ କରୁଛି । ଏଜେନ୍ସି ଏକ ନେସନାଲ ଲେବୁଲର ପ୍ରତିଯୋଗିତା ମଧ୍ୟ ଆରମ୍ଭ କରିଛି । ଏହି ପ୍ରତିଯୋଗିତାରେ ୨୦ ରୁ ୩୯ ବର୍ଷ ବୟସର ଲୋକମାନଙ୍କୁ ବ୍ୟବସାୟ ପାଇଁ ଆଇଡିଆ ମଗାଯାଇଛି । ଯାହାଦ୍ୱାରା ଦେଶରେ ଅଧିକରୁ ଅଧିକ ମଦ ବିକ୍ରି ହୋଇପାରିବ ।

ତେବେ ଏହି କ୍ୟାମ୍ପେନକୁ ଅନେକ ଲୋକ ବିରୋଧ କରୁଥିବା ମଧ୍ୟ ଦେଖାଯାଇଛି । ତେଣୁ ବିଭିନ୍ନ ସ୍ଥାନରେ ଏହି ପ୍ଲାନକୁ ନେଇ ଆଲୋଚନା ଜାରି ରହିଛି । ସେପଟେ ଅନେକ ଲୋକ ଏହି ପ୍ରତିଯୋଗିତାରେ ଭାଗ ନେବା ସହିତ ନିଜ ଆଇଡିଆ ମଧ୍ୟ ସେୟାର କରିଛନ୍ତି । ତେବେ ଜାପାନର ଏହି ପ୍ରତିଯୋଗିତା ଆସନ୍ତା ସେପ୍ଟମ୍ବର ଶେଷ ପର୍ଯ୍ୟନ୍ତ ଜାରି ରହିବ । ଏହାମଧ୍ୟରେ ଲୋକମାନେ ନିଜ ଆଇଡିଆ ସେୟାର କରିପାରିବେ । ଏଥିମଧ୍ୟରୁ ଉପଯୁକ୍ତ ଆଇଡିଆଗୁଡିକୁ ଏଖ୍ସପର୍ଟ ଡେଭଲପ କରିବେ ।

Get real time updates directly on you device, subscribe now.