fbpx

ନୂଆଖାଇ ପାଇଁ ହେଲା ଲଗ୍ନ ସ୍ଥିର, ଜାଣନ୍ତୁ କେଉଁ ସମୟରେ ମାଆ ସମଲେଶ୍ବରୀଙ୍କ ପାଖରେ ଲାଗି ହେବ ନବାନ୍ନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ସ୍ଥିର ହୋଇଛି ଲଗ୍ନ । ସ୍ଥିର ହୋଇଥିବା ଲଗ୍ନରେ ମା’ ସମଲେଶ୍ୱରୀଙ୍କ ଠାରେ ଲାଗୁହେବ ନବାନ୍ନ । ଧାର୍ଯ୍ୟ ହୋଇଥିବା ଲଗ୍ନ ଅନୂଯାୟୀ ଭାଦ୍ରବ ମାସ ପଞ୍ଚମୀ ତିଥି ତୁଳା ଲଗ୍ନରେ ପାଳନ ହେବ ନୂଆଖାଇ । ଦିନ ୧୦ଟା ୫୬ ରୁ ୧୧ ଟା ୧୦ ମଧ୍ୟରେ ମା’ଙ୍କ ଠାରେ ଲାଗିହେବ ନବାନ୍ନ ।

ଅର୍ଥାତ୍ ସେପ୍ଟେମ୍ବର ୧ ଦିନ ୧୦ ଟା ୫୬ ରୁ ୧୧ ଟା ୧୦ ମଧ୍ୟରେ ମା’ ସମଲେଶ୍ୱରୀଙ୍କଠାରେ ଲାଗୁ ହେବ ନବାନ୍ନ । ମା’ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ର ଅନୁସାରେ ବାହାରିଲା ଲଗ୍ନ ।

Get real time updates directly on you device, subscribe now.