fbpx

Amazonରୁ ପ୍ରତି ମାସରେ ଲକ୍ଷାଧିକ ରୋଜଗାର: ଘଣ୍ଟାଟେ କାମ କରି ହେବ ଧୂଆଁଧାର ଇନକମ୍

ନୂଆଦିଲ୍ଲୀ: ଆଜିକାଲି ପିଲାମାନଙ୍କ ପାଠପଢା ପରେ ଚାକିରି ସମସ୍ୟା ବହୁତ ଅଧିକ ବଢିଯାଇଛି । ପାଠପଢା ସରିବା ପରେ ଖଣ୍ଡେ ଚାକିରି ପାଇଁ ଏଣେତେଣେ ବୁଲିଲେ ବି ସଫଳତା ମିଳିବା ବହୁ କଷ୍ଟକର ହୋଇପଡିଛି । ତେବେ ଏହାମଧ୍ୟରେ ଅନଲାଇନ ସପିଂ କମ୍ପାନୀ ଆମାଜନ ଆଣିଛି ବମ୍ପର ଅଫର । ସପିଂ କରିବା ବ୍ୟତୀତ ଆମାଜନରୁ ଖୁବ ଭଲ ଇନକମ ମଧ୍ୟ କରିହେବ । ତେବେ ଆସନ୍ତୁ ଜାଣିବା କିପରି ଆମଜନରୁ ରୋଜଗାର କରିପାରିବେ ଯୁବପିଢୀ ।

ଯଦି ଆପଣ ମଧ୍ୟ ଆମାଜନରୁ ରୋଜଗାର କରିବା ପାଇଁ ଚାହୁଁଛନ୍ତି, ତେବେ ରେ ନିଜର ଏକ ଆକାଉଣ୍ଟ କ୍ରିଏଟ କରିବାକୁ ପଡିବ । ଆମାଜନରେ ଅନେକ ପ୍ରକାରର ଜିନିଷ ବିକ୍ରି ହୋଇଥାଏ । କିଛି ଲୋକ ସିଧା ଆମାଜନ ସାଇଟରୁ ଅର୍ଡର କରିଥାନ୍ତି ତ ଆଉ କିଛି ଲୋକ ଗୁଗଲ ଭଳି କିଛି ସାଇଟରୁ । ତେବେ ଆମାଜନରେ ଜିନିଷଗୁଡିକୁ ବିକ୍ରି କରାଇବାକୁ ପଡିବ ଏବଂ ଏଥିରୁ ହିଁ ଆପଣ ରୋଜଗାର କରିପାରିବେ । କମ୍ପାନୀ ଏଥିପାଇଁ ଜିନିଷର ୧୪ ପ୍ରତିଶତ କମିଶନ ଅଫର କରିଥାଏ ।

ସବୁଠୁ ବଡ କଥା ହେଉଛି ଆମାଜନରେ ଅନଲାଇନ ଇନକମ୍ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ଟଙ୍କା ଦେବାକୁ ପଡିବ ନାହିଁ । କେବଳ ରେ ନିଜର ଆକାଉଣ୍ଟ କରି ଆପଣ ଏହି ସୁବିଧା ପାଇପାରିବେ । ଆକାଉଣ୍ଟ ପାଇଁ ନିଜ ବ୍ଲଗ ମାଧ୍ୟମରେ ଆମାଜନରେ ମିଳୁଥିବା ଜିନିଷକୁ ବିକ୍ରି କରାଇବାକୁ ପଡିବ । ଜିନିଷ ବିକ୍ରି ହେବା ପରେ କମ୍ପାନୀ ତରଫରୁ ଏହାର ୧୪ ପ୍ରତିଶତ କମିଶନ ଆପଣଙ୍କୁ ମିଳିପାରିବ ।

ତେବେ ଫେସବୁକ, ଟ୍ୱିଟର, ହ୍ୱାଟ୍ସଆପ, ଟେଲିଗ୍ରାମ ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ଜରିଆରେ ଆପଣ ଆମାଜନର ବିଭିନ୍ନ ପ୍ରଡକ୍ଟ ବିକ୍ରି କରିପାରିବେ । ଆଜିର ଯୁବପିଢୀଙ୍କୁ ରୋଜଗାର ପାଇଁ ଏହା ଏକ ଖୁବ ସହଜ ପ୍ଲାଟଫର୍ମ ହୋଇପାରେ । ଘରେ ମାତ୍ର କିଛି ସମୟ ଖର୍ଚ୍ଚ କରି ଆପଣ ଟଙ୍କା ରୋଜଗାର କରିପାରିବେ । କମ୍ପାନୀର ଯେତେ ପ୍ରଡକ୍ଟ ଆପଣ ବିକ୍ରି କରିପାରିବେ ତାହା ଆପଣଙ୍କ ପାଇଁ ଲାଭବାନ ହେବ ।

Get real time updates directly on you device, subscribe now.