ବର୍ତ୍ତମାନ ସମୟରେ ଆମେ କେଉଁ ସ୍ଥାନକୁ ବୁଲିବାକୁ ଯାଉଛନ୍ତି ତେବେ ରହଣୀ କରିବାରେ ଆଉ ଅଧିକ ସମସ୍ୟା ଲାଗୁ ନାହିଁ । କାରଣ ବର୍ତ୍ତମାନ ସବୁ ସ୍ଥାନରେ ଏବେ ସୁଲଭ ମୁଲ୍ୟରେ ରହିବା ପାଇଁ ଗୋଟିଏ ହୋଟେଲ ଆମକୁ ନିଶ୍ଚୟ ମିଳି ଯାଉଛି । ତେବେ ଆପଣ ଜାଣନ୍ତି ଯଦି ଆପଣ କେଉଁ ହୋଟେଲ ରେ ରହୁଛନ୍ତି ତେବେ ସେ ହୋଟେଲ ଛାଡିବା ଉପରୁ ଆପଣଙ୍କୁ କିଛିଟା ବିଷୟ ଉପରେ ଧ୍ୟାନ ଦେବାକୁ ପଡିବ । ଆଉ ଏହି ଦିଗ ପ୍ରତି ଯଦି ଆପଣ ଧ୍ୟାନ ନ ଦିଅନ୍ତି ତେବେ ଆପଣଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ।
ତେବେ ଜାଣି ନିଅନ୍ତୁ ସେହି ମୁଖ୍ୟ କଥା ଯାହା ଉପରେ ଆପଣଙ୍କୁ ଅଧିକ ଧ୍ୟାନ ଦେବାକୁ ପଡିବ:
କେବେ ହୋଟେଲର ବେଡକୁ ଠିକ କରନ୍ତୁ ନାହିଁ: ଆପଣ ଯେତେ ବେଳେ ରୁମ ଛାଡୁଛନ୍ତି କିମ୍ବା ଚେକ ଆଉଟ କରୁଛନ୍ତି ତେବେ ହୋଟେଲ ବେଡକୁ ନିଜ ହିସାବରେ ଠିକ କରିବା ଆବଶ୍ୟକ ନାହିଁ । ବ୍ରିଟିସ ୱେବସାଇଟ ‘ଦ ମୁନ’ ରେ ପ୍ରକାଶ କରାଯାଇଥିବା ତଥ୍ୟ ଅନୁସାରେ ସବୁ ହୋଟେଲରୁ ସଫା ସୁତୁରା କରିବାର କିଛି ବିଶେଷ ଉପାୟ ଥାଏ । ଯଦି ଆପଣ ନିଜ ହିସାବରେ ବେଡ ଠିକ କରନ୍ତି ତେବେ ହୋଟେଲର କର୍ମଚାରୀଙ୍କୁ ଏହା ପ୍ରତି ପୁଣି କଷ୍ଟ କରିବାକୁ ପଡିବ ।
ବଢ଼ିଯାଏ କର୍ମଚାରୀ ମାନଙ୍କ କାର୍ଯ୍ୟ: ଅଷ୍ଟ୍ରେଲିଆର ଏକ ରିସର୍ଟରେ କାମ କରୁଥିବା ଏକ କର୍ମଚାରୀ କହିଛନ୍ତି ଯେ ମୁଖ୍ୟତ ଏହି ହୋଟେଲରେ କେବଳ ତକିଆ ଆଉ ଟାୱେଲ କୁ ପରିବର୍ତ୍ତନ କରାଯାଏ । ବେଡସିଟକୁ ପୁନଃବ୍ୟବହାର କରିବାକୁ ରଖି ଦିଆଯାଇଥାଏ । ଆଉ ଯଦି ଆପଣ ନିଜ ମନମୁତାବକ ଏହାକୁ ସଜାଡିବେ ତେବେ ହୋଟେଲ କର୍ମଚାରୀଙ୍କୁ ଆହୁରି ଅଧିକ କାମ କରିବାକୁ ପଡିଥାଏ ।
ହୋଟେଲ ସାମଗ୍ରୀର ଅପବ୍ୟବହାର କର ନାହିଁ:ମୁଖ୍ୟତ କିଛି ହୋଟେଲରେ ପାଣି ଗରମ କରିବା ପାଇଁ କେଟିଲ ଆଉ ଫ୍ରିଜ ଦିଆଯାଇଥାଏ । କିନ୍ତୁ କିଛି ହୋଟେଲର କର୍ମଚାରୀ ଅଭିଯୋଗ କରିଛନ୍ତି ଯେ କିଛି ଲୋକମାନେ କେଟିଲ ରେ ଅଲଗା ରୋଷେଇ କରି ଖାଇବାରେ ଲାଗନ୍ତି । ଏହାକୁ ଅଲଗା ବ୍ୟବହାର କରିବାକୁ ଲାଗନ୍ତି ଯାହା ଫଳରେ ଏହା ନଷ୍ଟ ହୋଇଯାଏ । ତେଣୁ ଆପଣ ଯଦି ଏଠାରେ ରହୁଛନ୍ତି ତେବେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।
ମୂଲ୍ୟବାନ ବସ୍ତୁକୁ ରୁମରେ ଛାଡନ୍ତୁ ନାହିଁ: ଏପରି ବହୁତ ଲୋକ ଥାଆନ୍ତି ଯେଉଁମାନେ ବୁଲିବାକୁ ଯିବା ବେଳେ କିଛି ନା କିଛି ସାମଗ୍ରୀ ଛାଡି ଆସନ୍ତି । ତେଣୁ ଏହି କଥା ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଆପଣ ଯେତେ ବେଳେ ରୁମରୁ ଚେକ ଆଉଟ କରୁଛନ୍ତି ପ୍ରଥମେ ଆପଣ ଏହି ନିଜର ମୂଲ୍ୟବାନ ସାମଗ୍ରୀକୁ ରଖି ନିଅନ୍ତୁ । ଏବଂ ରୁମ ଛାଡିବା ପୂର୍ବରୁ ଗୋଟିଏ ଥର ଏହି ସବୁ ସାମଗ୍ରୀର ଯାଞ୍ଚ କରି ନିଅନ୍ତୁ ।