fbpx

ଭୁସୁଡିଲା ଘରର କାନ୍ଥ: ଏକାସହ ଆଖି ବୁଜିଲେ ଭାଇ ଭଉଣୀ

ଉଦଳା: ଉଦଳା ନିକଟସ୍ଥ ରାଇଡିହି ଗ୍ରାମରେ ଘଟିଛି ଏକ ହୃହୟ ବିଦାରକ ଘଟଣା । ଲଘୁଚାପ ଜନିତ ଲଗାଣ ବର୍ଷାରେ କଚ୍ଚାଘରର କାନ୍ଥ ପଡି ୨ ଶିଶୁ ମୃତ ହୋଇଛି । ତେବେ ମୃତକ ୨ଜଣ ହେଉଛନ୍ତି ଭାଇ ଭଉଣୀ ହୋଇଥିବା ବେଳେ ଭଉଣୀର ବୟସ ୧୦ ବର୍ଷ ଓ ଭାଇର ବୟସ ୬ ବର୍ଷ ବୋଲି ଜଣା ପଡିଛି । ରାତି ଶୋଇଥିବା ବେଳେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।

ରାତିରେ ମା କୋଳରେ ୩ ଶିଶୁ ଶୋଇଥିଲେ । ତେବେ ଲଗାଣ ବର୍ଷା କାରଣରୁ ଘରର କାନ୍ଥ ଭୁସୁଡି ପଡଥିିଲା । ଫଳରେ ଘଟଣାସ୍ଥଳରେ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ନାବାଳକ ଭାଇକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥଲା । ଯାହାକୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ । ମୃତ୍ୟୁବରଣ କରିଥିବା ୨ ଶିଶୁ ଭାଇ ଭଉଣୀ ହୋଇଥିବା ବେଳେ ଅନ୍ୟ ଜଣେ ଭଉଣୀ ସୁସ୍ଥ ଅଛି । ତେବେ ଏଭଳି ଘଟଣା ଘଟିବା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.