fbpx

ବିଜେପି ବିଧାୟକ ଟି.ରାଜା ସିଂହ ଗିରଫ, ପ୍ରଫେଟ ମହମ୍ମଦଙ୍କ ଉପରେ କରିଥିଲେ ବିବାଦୀୟ ଟିପ୍ପଣୀ

ହାଇଦ୍ରାବାଦ: ତେଲେଙ୍ଗାନାରେ ବିଜେପି ବିଧାୟକ ଟି. ରାଜା ସିଂହଙ୍କୁ ଗିରଫ କରାଯାଇଛି। ଧାର୍ମିକ ଭାବାବେଗକୁ ଆଘାତ ଦେଇଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ବିଜେପି ବିଧାୟକ ଟି ରାଜା ସିଂହ କଥିତ ଭାବେ ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ଟିପ୍ପଣୀ କରିଥିଲେ। ଏହା ପରଠୁ ସଂଖ୍ୟାଲଘୁ ସଂପ୍ରଦାୟ ମଧ୍ୟରେ ଅସନ୍ତୋଷର ମାହୋଲ ଲାଗି ରହିଥିଲା। ହାଇଦ୍ରାବାଦରେ ବଡ ସଂଖ୍ୟାରେ ଲୋକେ ସଡକକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଥିଲେ। ଏହା ପରେ ମଙ୍ଗଳବାର ସକାଳେ ତାଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଛି।

ପ୍ରଫେଟ ମହମ୍ମଦ ଉପରେ ଆପତ୍ତିଜନକ ଟିପ୍ପଣୀକୁ ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। କେବଳ ଏତିକି ନୁହେଁ ଅନେକ ଥାନାରେ ତାଙ୍କ ବିରୋଧରେ ଅନେକ ଲୋକ ଏତଲା ଦେଇଥିଲେ। ଉଲ୍ଲେଖନୀୟ ଟି ରାଜା ନିକଟରେ ଏକ ଭିଡିଓ ଅପଲୋଡ୍ କରିଥିଲେ। ଏଥିରେ ସେ ପ୍ରଫେଟ ମହମ୍ମଦଙ୍କୁ ନେଇ ଟିପ୍ପଣୀ କରିଥିଲେ। ସୂଚନା ଅନୁଯାୟୀ, ସୋମବାର ରାତିରେ ପୋଲିସ କମିଶନର ସିଭି ଆନନ୍ଦଙ୍କ କାର‌୍ୟ୍ୟାଳୟ ସାମ୍ନାରେ ଏବଂ ସହରର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା। ବିକ୍ଷୋଭକାରୀ ତାଙ୍କ ଗିରଫଦାରୀ ଦାବିରେ ଅଡି ରହିଥିଲେ। ଏପରିକି ବିଜେପି ବିଧାୟକ ଟି ରାଜା କମେଡିୟନା ମୁନବର ଫାରୁକି ଏବଂ ତାଙ୍କ ମାଆଙ୍କୁ ନେଇ ଟିପ୍ପଣୀ କରିଥିଲେ।

ଟି ରାଜା ସିଂହ ହାଇଦ୍ରାବାଦର ଗୋଶାମହଲ ଆସନରୁ ବିଧାୟକ ଅଛନ୍ତି। ସେ କମେଡିୟାନ ମୁନବର ଫାରୁକିଙ୍କୁ ମଧ୍ୟ ଧମକ ଦେଇଥିଲେ। ଏହି ମାମଲାରେ ତାଙ୍କୁ ପୋଲିସ୍ ଅଟକ ମଧ୍ୟ ରଖିଥିଲା। ବିଧାକ ଟି ରାଜା ମୁନବରଙ୍କ ଶୋ ବନ୍ଦ କରିବାକୁ ଦାବି କରିଥିଲେ। ଏହି ମାମଲାରେ ତେଲେଙ୍ଗାନା ପୋଲିସ୍ ବିଜେପି ରାଜ୍ୟ ସଭାପତି ବନ୍ଦୀ ସଞ୍ଜୟ କୁମାରଙ୍କୁ ମଧ୍ୟ ହେପାଜତରେ ନେଇଛି।

 

Get real time updates directly on you device, subscribe now.