fbpx

ଏଲୋପାଥି ଔଷଧ ବିରୁଦ୍ଧରେ କହି ଫସିଲେ ବାବା ରାମଦେବ, ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଏଲୋପାଥି ଡାକ୍ତରମାନଙ୍କୁ ସମାଲୋଚନା କରି ଫସିଛନ୍ତି ଯୋଗଗୁରୁ ବାବା ରାମଦେବ। ଏବେ ସୁପ୍ରିମକୋର୍ଟ ଏହି ମାମଲାରେ ରାମଦେବଙ୍କୁ ଜବାବ ମାଗିଛନ୍ତି। ଏହା ସହିତ ତାଙ୍କୁ ଏହି ପ୍ରସଙ୍ଗରେ ସ୍ପଷ୍ଟିକରଣ ରଖିବାକୁ କହିଛନ୍ତି। ଏହା ପୁର୍ବରୁ ଦିଲ୍ଲୀ ହାଇକୋର୍ଟ ମଧ୍ୟ ରାମଦେବଙ୍କୁ ଏଲୋପାଥି ଚିକିତ୍ସା ବିରୁଦ୍ଧରେ ଲୋକଙ୍କୁ ଭୁଆଁ ନବୁଲାଇବାକୁ ପରାମର୍ଶ ଦେଇଥିଲେ।

ଆଜି ଭାରତୀୟ ମେଡିକାଲ ସଂଘ ଦାଖଲ କରିଥିବା ପିଟିସନ ଉପରେ ଶୁଣାଣୀ କରି ସର୍ବୋଚ୍ଚ ନ୍ୟାୟାଳୟ ପତଞ୍ଜଳି ଆୟୁରବେଦ ଏବଂ କେନ୍ଦ୍ର ସରକାରଙ୍କୁ ମଧ୍ୟ ନୋଟିସ କରିଛନ୍ତି। ଏଲୋପାଥି ବିରୁଦ୍ଧରେ ବିଜ୍ଞାପନ ଦେଖାଇବାକୁ ନେଇ ମଧ୍ୟ ଜବାବ ମାଗିଛନ୍ତି। ମୁଖ୍ୟବିଚାରପତି କହିଛନ୍ତି ଯେ, ଆପଣ ନିଜର ବ୍ୟବସ୍ଥାକୁ ଲୋକପ୍ରିୟ କରିପାରନ୍ତି, କିନ୍ତୁ ଅନ୍ୟକୁ ସମାଲୋଚନା କାହିଁକି କରୁଥିଲେ। ଆପଣଙ୍କୁ ତାହାର ସମ୍ନାନ କରିବାର ଥିଲା । ତେବେ ବାବା ରାମଦେବ ଯାହା ମାନନ୍ତି, ସେ ସବୁକିଛି ଠିକ୍ କରିବେ ବୋଲି ଗ୍ୟାରେଣ୍ଟି କ’ଣ? ବୋଲି ମଧ୍ୟ କୋର୍ଟ ପ୍ରଶ୍ନ କରିଥିଲେ।

Get real time updates directly on you device, subscribe now.