ଅସୁରକ୍ଷିତ ହୀରାକୁଦ! ନିରୀକ୍ଷଣ ପାଇଁ ଚିଠି ଲେଖିଲେ ଡ୍ୟାମ୍ ସେଫ୍ଟି ମୁଖ୍ୟଯନ୍ତ୍ରୀ

ସମ୍ବଲପୁର(ଓଡ଼ିଶା ଭାସ୍କର): ହୀରାକୁଦ ଡ୍ୟାମର ସ୍ଥିତି ନେଇ ପୁଣି ଥରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଡ୍ୟାମର ବିଭିନ୍ନ ସ୍ଥାନରେ ଫାଟ ଥିବା ନେଇ ରିପୋର୍ଟ ପରେ ଚର୍ଚ୍ଚା ବଢ଼ିବାରେ ଲାଗିଛି । ରିପୋର୍ଟ ଅନୁସାରେ, ଅପରେସନ ଗ୍ୟାଲେରୀ, ଫାଉଣ୍ଡେସନ ଗ୍ୟାଲେରୀରେ ଫାଟ ରହିଛି । ଏହା ସହ ଉଭୟ ବାମ ଓ ଦକ୍ଷିଣ ସ୍ପିଲୱେ ଗେଟ୍ ସାଫ୍ଟ, ସ୍ଲୁଇସ୍ ବ୍ୟାରେଲରେ ଫାଟ ସୃଷ୍ଟି ହୋଇଛି ।

ତୁରନ୍ତ ଏକ୍ସପର୍ଟ ପ୍ୟାନେଲ ଦ୍ୱାରା ଡ୍ୟାମ୍ ନିରୀକ୍ଷଣ କରିବାକୁ ଚିଠି ଲେଖାଯାଇଛି । ଡ୍ୟାମ୍ ନିରୀକ୍ଷଣ କରିବାକୁ ମହାନଦୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଡ୍ୟାମ୍ ସେଫ୍ଟି ମୁଖ୍ୟଯନ୍ତ୍ରୀ । ୨୦୨୦ରେ ଡିଏସଆରପି ଟିମ୍ ଯାଞ୍ଚ କରି ଅଧିକ ଅନୁଧ୍ୟାନ ପାଇଁ କହିଥିଲେ । ସ୍ପିଲୱେ ତଳମୁଣ୍ଡ ଯାଞ୍ଚ ଡ୍ରୋନ୍ ଦ୍ୱାରା କରିବାକୁ ପରାମର୍ଶ ଦେଇଥିଲେ । ଅଣ୍ଡରୱାଟର ଭିଡିଓଗ୍ରାଫି କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ ।

ସୂଚନା ମୁତାବକ, ପ୍ରତି ୫ ବର୍ଷରେ ଥରେ ସର୍ଭେ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ୧୯୯୯ ପରଠାରୁ ଆଉ ସର୍ଭେ କରାଯାଇନଥିବା ସୂଚନା ମିଳିଛି । ତେଣୁ ତୁରନ୍ତ ଏକ୍ସପର୍ଟ ପ୍ୟାନେଲ କରିବାକୁ ମୁଖ୍ୟନ୍ତ୍ରୀ ଚିଠି ଲେଖିଛନ୍ତି ।