fbpx

ହ୍ୟାକ୍ ହେଲା କି Facebook? ନ୍ୟୁଜ ଫିଡରେ ଅଜବ ପୋଷ୍ଟକୁ ନେଇ ୟୁଜର Confused

ନୂଆଦିଲ୍ଲୀ: ସମସ୍ତଙ୍କ ମନରେ ଫେସବୁକକୁ ନେଇ ଉଠିଛି ପ୍ରଶ୍ନ । ହ୍ୟାକ ହୋଇଛି କି ଲୋକପ୍ରିୟ ଆପ୍ ଫେସବୁକ ? ଫେସବୁକ ନ୍ୟୁଜ ଫିଡରେ କିଛି ଅଜବ ପୋଷ୍ଟକୁ ଦେଖି ଏମିତି ପ୍ରଶ୍ନ କରିଛନ୍ତି ୟୁଜର । ଫେସବୁକରେ ଆଜି ଗୁଡାଏ ଅଜବ ପୋଷ୍ଟର ବନ୍ୟା ଆସିଯାଇଛି । ଯାହାକୁ ଦେଖି ସମସ୍ତ ୟୁଜର ଚିନ୍ତାରେ ପଡିଯାଇଛନ୍ତି । ସେପଟେ କମ୍ପାନୀ ମଧ୍ୟ ଏ ମାମଲାରେ କୌଣସି ସୂଚନା ଦେଇନାହିଁ ।

ସୂଚନା ଅନୁସାରେ, ଆଜି ଅପେକ ଫେସବୁକ ୟୁଜରଙ୍କ ଆକାଉଣ୍ଟର ନ୍ୟୁଜ ଫିଡରେ ଅଦ୍ଭୁତ ପୋଷ୍ଟ ଦେଖିବାକୁ ମିଳିଛି । କିଛି ଅଜଣା ଲୋକଙ୍କ ପୋଷ୍ଟରେ ଭରି ହୋଇ ରହିଛି ଫେସବୁକର ନ୍ୟୁଜ ଫିଡ । ୟୁଜର୍ସମାନେ ଫଲୋ କରିଥିବା କିଛି ପେଜରେ ହିଁ ଏହିସବୁ ପୋଷ୍ଟ ଦେଖାଯାଇଛି । ଏହା ଦେଖି ଅନେକ ଲୋକ ଆକାଉଣ୍ଟ ହ୍ୟାକ ହୋଇଥିବା ଅନୁମାନ କରୁଛନ୍ତି । କୌଣସି ସେଲିବ୍ରିଟିଙ୍କ ଆକାଉଣ୍ଟ ହ୍ୟାକ ହୋଇଥିବା କୁହାଯାଉଛି ।

ତେବେ ଏମିତି ହେବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କମ୍ପାନୀ ତରଫରୁ ଏ ନେଇ କୌଣସି ସୂଚନା ଦିଆଯାଇ ନଥିବା ବେଳେ ୟୁଜର୍ସମାନେ ଏହାକୁ ନେଇ ଚିନ୍ତିତ ହୋଇ ପଡିଛନ୍ତି । ତେବେ ଏହା ହ୍ୟାକିଂ ନୁହେଁ, ବରଂ ଗ୍ଲିଚ କିମ୍ବା ମାଲଫଙ୍କସନିଙ୍ଗ ହୋଇପାରେ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.