fbpx

ସିଙ୍ଗଲ ହେବାର ରହିଛି ଅଦ୍ଭୁତ ଫାଇଦା: ଏହାକୁ ଜାଣି ଈର୍ଷା କରିବେ ଆପଣଙ୍କ ବିବାହିତ ବନ୍ଧୁ

ନୂଆଦିଲ୍ଲୀ: କାହାକୁ ଭଲ ପାଇବା ଏବଂ ତାଙ୍କ ସହ ସମ୍ପର୍କ ରଖିବା ତ ଆଜିକାଲି ସାଧାରଣ କଥା । କିନ୍ତୁ ଅନେକ ଲୋକ ରିଲେସନସିପରେ ଆସିବାକୁ ଚେଷ୍ଟା କରନ୍ତି, କିନ୍ତୁ ସଫଳ ହୋଇପାରନ୍ତି ନାହିଁ । ଏପରି ଲୋକମାନେ ଅନୁଭବ କରନ୍ତି ଯେ ସେମାନଙ୍କ ଭିତରେ କିଛି ଅଭାବ ରହିଛି । ନିଜ ସାଙ୍ଗମାନଙ୍କୁ ତାଙ୍କ ପାର୍ଟନରଙ୍କ ସହ ଦେଖିବା ପରେ ତାଙ୍କୁ ଖରାପ ଲାଗିଥାଏ । କିନ୍ତୁ ଆପଣଙ୍କ ଜାଣନ୍ତି କି, ସିଙ୍ଗଲ ରହିବାର ଅନେକ ଫାଇଦା ରହିଛି । ସିଙ୍ଗଲ ରହିବାରେ କିଛି ଅସୁବିଧା ଅବଶ୍ୟ ରହିଛି, କିନ୍ତୁ ଏହାର ଲାଭ ଅଧିକ ରହିଛି…

ଇଂରାଜୀ ୱେବସାଇଟ୍ ଇନସାଇଡରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଅବିବାହିତ ବ୍ୟକ୍ତିଙ୍କ ପାଖରେ ନିଜ ପାଇଁ ବହୁତ ସମୟ ରହିଥାଏ । ରିଲେସନସିପ କିମ୍ବା ବିବାହ ପରେ, ଲୋକଙ୍କୁ ନିଜ ସାଥୀକୁ ସମୟ ଦେବାକୁ ପଡିବ । ଏପରି ପରିସ୍ଥିତିରେ, ଅନେକ ଲୋକ କାମ ଓ ରିଲେସନସିପକୁ ଧ୍ୟାନ ଦେଇ ନିଜ ପାଇଁ ସମୟ ବାହାର କରିପାରନ୍ତି ନାହିଁ । କିନ୍ତୁ ସିଙ୍ଗଲ ଲୋକମାନେ ନିଜକୁ ସମୟ ଦେଇ ଜୀବନକୁ ଉପଭୋଗ କରିପାରିବେ ।

ବିବାହ କିମ୍ବା ରିଲେସନସିପର ଲୋକଙ୍କ ଉପରେ ଦାୟିତ୍ୱ ବଢ଼ିଯାଇଥାଏ । ଅଫିସ୍, ଘର, ପରିବାରର ଦାୟିତ୍ୱ ପରେ ଲୋକଙ୍କ ଚାପ ମଧ୍ୟ ବଢ଼ିଯାଇଯାଏ । କିନ୍ତୁ ସିଙ୍ଗଲ ଲୋକଙ୍କ କ୍ଷେତ୍ରରେ ଏହା ହୋଇନଥାଏ । ଅବିବାହିତ ଲୋକମାନେ କୌଣସି ଚାପ ବିନା ଆରାମରେ ଜୀବନକୁ ଉପଭୋଗ କରନ୍ତି ।

ରିଲେସନସିପରେ ଲୋକମାନଙ୍କୁ ପାର୍ଟନର ଓ ଅଫିସକୁ ସମୟ ଦେବାରେ ଫୁରସତ୍ ମିଳିନଥାଏ । ଏଭଳି ପରିସ୍ଥିତିରେ ସେମାନଙ୍କର ନିଦ ଉପରେ ବି ପ୍ରଭାବି ପଡ଼ିଥାଏ । କିନ୍ତୁ ଯଦି ଆପଣ ସିଙ୍ଗଲ, ତେବେ ଆପଣଙ୍କ ନିଦ ଆରାମରେ ନେଇପାରିବେ । ପର୍ଯ୍ୟାପ୍ତ ନିଦ ଆପଣଙ୍ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଭଲ ।

ସିଙ୍ଗଲ ଲୋକମାନେ ସେମାନଙ୍କ କ୍ୟାରିଅର୍ ଉପରେ ଭଲରେ ଧ୍ୟାନ ଦେବାକୁ ସକ୍ଷମ ହୋଇଥାନ୍ତି । ଅନେକ ଲୋକ କେବଳ ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ରିଲେସନସିପରେ ରହିବାକୁ ପସନ୍ଦ କରନ୍ତି ନାହିଁ । ସିଙ୍ଗଲ ଲୋକମାନେ ସେମାନଙ୍କର ପ୍ରସ୍ତୁତି କିମ୍ବା ଚାକିରି ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାରେ ସକ୍ଷମ ହୋଇଥାନ୍ତିି ଏବଂ ଏଥିରେ କ୍ୟାରିୟରରେ ଅଭିବୃଦ୍ଧି ହୋଇଥାଏ ।

Get real time updates directly on you device, subscribe now.