fbpx

ପରକୀୟା ପ୍ରୀତି ସାଜିଲା କାଳ! ସ୍ୱାମୀକୁ ମାରି ଖଣ୍ଡ ଖଣ୍ଡ କରିଦେଲା ସ୍ତ୍ରୀ, ବିରିୟାନୀରେ ପକାଇ ଖାଇଗଲା

ନୂଆଦିଲ୍ଲୀ: ଆଜିକାଲି ସ୍ୱାମୀ-ସ୍ତ୍ରୀ ଝଗଡ଼ା ହେବା ଓ ଅଲଗା ହୋଇଯିବା ଘଟଣା ତ ସମଗ୍ର ବିଶ୍ୱରେ ଦେଖିବାକୁ ମିଳିଛି । ଅନେକ ମାମଲାରେ ସ୍ୱାମୀ-ସ୍ତ୍ରୀ ଦୁହିଁଙ୍କ ଜୀବନ ନେବାକୁ ମଧ୍ୟ ପଚାନ୍ତି ନାହିଁ । ଏହାରି ମଧ୍ୟରେ ଇରାନରୁ ଏକ ଭୟଙ୍କର ମାମଲା ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣଙ୍କର ଲୋମ ଟାଙ୍କୁରି ଯିବ । ସେଠାରେ ଜଣେ ପତ୍ନୀ ନିଜ ସ୍ୱାମୀ ପ୍ରଥମେ ହତ୍ୟା କରିବା ପରେ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଦେଇଥିଲା ଓ ଶରୀରର ମାଂସକୁ ବିରିୟାନୀରେ ପକାଇ ଖାଇଗଲା ।

ତେବେ ଏଭଳି ଏକ ସାଙ୍ଘାତିକ ମାମଲା ଇରାନର ରାଜଧାନୀ ତେହରାନର ବୋଲି ଜଣାପଡିଛି । ରିପୋର୍ଟ ଅନୁସାରେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ଦିନରୁ ଝଗଡ଼ା ଲାଗିରହୁଥିଲା । ଝଗଡ଼ାରେ ଦୁହେଁ ଦୁହିଁଙ୍କୁ ପ୍ରଚୁର ମାଡ଼ ମଧ୍ୟ ମାରୁଥିଲେ । ଦୁହିଁଙ୍କ ବିବାହ ଅନେକ ବର୍ଷରୁ ହୋଇଥିବା ବେଳେ ସେମାନଙ୍କ ୫ ବର୍ଷର ଏକ ଝିଅ ମଧ୍ୟ ଅଛି ।

ସୂଚନା ମୁତାବକ, ସ୍ୱାମୀ ଜଣକ ଅନ୍ୟ କୌଣସି ମହିଳାଙ୍କ ସହ ରିଲେସନ ରଖିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରତିଦିନ ଝଗଡ଼ା ହେଉଥିଲା । ଅନ୍ୟପଟେ ସ୍ୱାମୀ ପ୍ରତିଦିନ ନିଜ ସ୍ତ୍ରୀ ଓ ଝିଅଙ୍କୁ ମାରପିଟ କରୁଥିଲା । ଦିନ ଅଚାନକ୍ ସେ ଏକ ଛୁରୀ ନେଇ ଆସିଥିଲା ଓ ଦୁହୀଁଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା । ଝଗଡ଼ା ମଧ୍ୟରେ ପତ୍ନୀ ନିଜ ସ୍ୱାମୀଙ୍କଠାରୁ ଛୁରୀ ଛଡ଼ାଇ ନେଇଥିଲେ ।

ଏହା ପରେ ଯାହା ହେଲା, ତାର କେହି କଳ୍ପନା ମଧ୍ୟ କରିନଥିଲେ । ପତ୍ନୀ ରାଗରେ ଆସି ନିଜ ସ୍ୱାମୀକୁ ଖଣ୍ଡ ଖଣ୍ଡ କରି ମାରିଦେଇଥିଲା । କେବଳ ଏତିକି ନୁହେଁ, ଖଣ୍ଡ ମାଂସକୁ ବିରିୟାନୀରେ ପକାଇ ଖାଇଥିଲା । ପୋଲିସ ଯାଞ୍ଚ ପାଇଁ ପହଞ୍ଚିଲା ବେଳକୁ ଘରେ ଅଧା ଅଧୁରା ଶବ ମିଳିଥିଲା । ପଚରାଉଚରା ବେଳେ ମହିଳା ଜଣକ ପୋଲିସକୁ ସବୁକଥା ଗୋଟି ଗୋଟି କରି କହିଥିଲେ ।

ଅବଶ୍ୟ ସବୁ ଶୁଣିବା ପରେ ପୋଲିସ ମହିଳାଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ କରୁଛି । ପୋଲିସ ନିଜ ବୟାନରେ କହିଛି ଯେ, ମହିଳା ଜଣକ ନିଜ ସ୍ୱାମୀକୁ ଖଣ୍ଡ ଖଣ୍ଡ କରିବା ସହ ତାକୁ ରୋଷେଇ କରି ଖାଇଥିଲେ । ଘରୁ ଦୁର୍ଗନ୍ଧ ବାହାରିବା ପରେ ପଡୋଶୀମାନେ ଘଟଣାକୁ ନେଇ ପୋଲିସକୁ ଖବର ଦେଇଥିଲେ । ଏବେ ମହିଳା ଜଣକ ପୋଲିସ ହେପାଜତରେ ଅଛନ୍ତି ।

Get real time updates directly on you device, subscribe now.