fbpx

୧୪ ବର୍ଷ ପରେ ରାଶି ପରିବର୍ତ୍ତନ କରିବେ ଏହି ଗ୍ରହ: ଭାଗ୍ୟଶାଳୀ ହେବେ ୫ ରାଶିର ବ୍ୟକ୍ତି, ଜାଣନ୍ତୁ ଆପଣଙ୍କ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବିଭିନ୍ନ ଗ୍ରହ ବର୍ତ୍ତମାନ ସେମାନଙ୍କ ଗତି ଓ ରାଶି ପରିବର୍ତ୍ତନ କରୁଛନ୍ତି । ଯାହାଫଳରେ ଏହା ସମସ୍ତ ରାଶି ଉପରେ ପ୍ରଭାବ ପକାଉଛି । ତେବେ ଜ୍ୟୋତିଷ ଶାସ୍ତ୍ରରେ ବରୁଣ ଗ୍ରହ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି । ଏହି ଗ୍ରହ ପୃଥିବୀ ଠାରୁ ବହୁତ ଦୂରରେ ରହିଥିବାବେଳେ,ଦୀର୍ଘ ୧୪ ବର୍ଷ ପରେ ତାଙ୍କ ଗତି ଓ ରାଶି ଉଭୟ ପରିବର୍ତ୍ତନ କରୁଛନ୍ତି ।
ଏହି ବରୁଣ ଗ୍ରହ ଚଳିତ ବର୍ଷ ସେପ୍ଟେମ୍ବର ମାସ ୧୧ ତାରିଖରେ ନିଜର ରାଶି ପରିବର୍ତ୍ତନ କରି କୁମ୍ଭ ରାଶିରେ ପ୍ରବେଶ କରିବେ । ଫଳରେ ମୁଖ୍ୟତଃ ୫ଟି ରାଶି ଉପରେ ଏହାର ପ୍ରଭାବ ପଡିବ ।

ତେବେ ବରୁଣ ଗ୍ରହ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଯିବା ପାଇଁ ୧୪ ବର୍ଷ ସମୟ ନେଇଥାନ୍ତି । ଏହିପରି ଭାବରେ ସେ ୧୬୪ ବର୍ଷରେ ତାଙ୍କ ରାଶି ଚକ୍ର ପୂର୍ଣ୍ଣ କରିଥାନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା  ବରୁଣ ଗ୍ରହଙ୍କ ରାଶି ପରିବର୍ତ୍ତନ ପରେ କେଉଁ ରାଶି ଉପରେ ଏହାର ପ୍ରଭାବ ପଡିବ ।

ଏହି ରାଶିମାନଙ୍କୁ ମିଳିବ ଶୁଭଫଳ:

ବୃଷ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବରୁଣ ଗ୍ରହଙ୍କ ରାଶି ପରିବର୍ତ୍ତନ ବୃଷ ରାଶିର ବ୍ୟକ୍ତିମାନଙ୍କ ଉପରେ ସକରାତ୍ମ ପ୍ରଭାବ ପକାଇବ । ଯାହାଫଳରେ ଏହି ରାଶିର ବ୍ୟକ୍ତିମାନେ କିଛି ନୂଆ ଲୋକଙ୍କୁ ଭେଟିବା ସହିତ ଭବିଷ୍ୟତରେ ସେମାନଙ୍କୁ ଅନେକ ଶୁଭ ଫଳ ମିଳିବ । ତେବେ ଏହି ସମୟ ମଧ୍ୟରେ ବୃଷ ରାଶିର ବ୍ୟକ୍ତିମାନଙ୍କୁ ଅନେକ ସଫଳତା ମିଳିବ ।

କୁମ୍ଭ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ବରୁଣ ଗ୍ରହଙ୍କ ରାଶି ପରିବର୍ତ୍ତନ ବହୁତ ଶୁଭ ଫଳ ଦେବ । ଏଥିସହିତ ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ଆରମ୍ଭ କରିଥିବା କାମ ମଧ୍ୟ ପୂର୍ଣ୍ଣ ହେବ । ତେବେ ଏହି ସମୟ ମଧ୍ୟରେ କୁମ୍ଭ ରାଶିର ବ୍ୟକ୍ତିମାନେ ଚାକିରୀ ଏବଂ ବାଣିଜ୍ୟ ବେପାର ଆରମ୍ଭ କରି ପାରିବେ ।

କନ୍ୟା: ଏହି ବରୁଣ ଗ୍ରହର ରାଶି ପରିବର୍ତ୍ତନ ହେତୁ କନ୍ୟା ରାଶିର ବ୍ୟକ୍ତିମାନଙ୍କ ଉପରେ ଏହାର ସୁ ପ୍ରଭାବ ପଡିବ । ଏହି ସମୟ ମଧ୍ୟରେ ସେମାନଙ୍କୁ ନିଜର ପ୍ରତିଭା ପଦର୍ଶନ କରିବାର ଅନେକ ସୁଯୋଗ ମିଳିବା ସହ ଲୋକପ୍ରିୟତା ମଧ୍ୟ ବଢିବ । ତେବେ ନୂତନ ଚାକୀରିର ମଧ୍ୟ ସୁଯୋଗ ରହିଛି ।

କର୍କଟ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବରୁଣ ଗ୍ରହଙ୍କ ରାଶି ପରିବର୍ତ୍ତନ ହେତୁ ଏହି ରାଶିର ବ୍ୟକ୍ତିମାନଙ୍କର ଚାକୀରି କ୍ଷେତ୍ରରେ ଉନ୍ନତି ହେବ । ତେବେ ଆପଣ ନୂଆ ଘର କିମ୍ବା ଜାଗା କିଣିବାକୁ ଚାହୁଁଥିଲେ ଏହି ସମୟ ଆପଣଙ୍କ ପାଇଁ ବହୁତ ଭଲ ଫଳ ଦେବ । ଏତତ୍ ବ୍ୟତୀତ ଏହି ରାଶିର ବ୍ୟକ୍ତିମାନଙ୍କୁ ସେମାନଙ୍କ ଭାଗ୍ୟର ସହେଯାଗ ମିଳିବ ।

ମକର: ମକର ରାଶି ପାଇଁ ଏହି ଗ୍ରହର ରାଶି ପରିବର୍ତ୍ତନ ବିଶେଷ ରୂପରେ ଫଳପ୍ରଦ ହେବ । ଏଥିସହିତ ଏହି ରାଶିର ବ୍ୟକ୍ତିମାନଙ୍କର ଲୋକପ୍ରିୟତା ବଢିବା ସହ ସବୁ ଜାଗାରେ ମାନମମ୍ମାନ ବୃଦ୍ଧି ହେବ । ଏତତ୍ ବ୍ୟତୀତ ଆର୍ଥିକ ସ୍ଥିତିରେ ମଧ୍ୟ ଅନେକ ସୁଧାର ଆସିବ ।

Get real time updates directly on you device, subscribe now.