fbpx

Once Again Modi No-1: ବିଶ୍ୱର ଲୋକପ୍ରିୟ ନେତା ତାଲିକାରେ ମୋଦୀ ଶୀର୍ଷରେ

ନୂଆଦିଲ୍ଲୀ: ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ଲୋବାଲ ରେଟିଂରେ ନମ୍ବର ୱାନ ସ୍ଥାନ ହାସଲ କରିଛନ୍ତି । ମୋଦୀଙ୍କୁ ସବୁଠାରୁ ଅଧିକ ୭୫ ପ୍ରତିଶତ ରେଟିଂ ମିଳିଛି । ମୋଦୀଙ୍କ ପରେ ମେକ୍ସିକୋ ରାଷ୍ଟ୍ରପତି ଏଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରେଡୋରଙ୍କୁ ୬୩ ପ୍ରତିଶତ ରେଟିଂ ମିଳିଥିବା ବେଳେ ସେ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ତୃତୀୟ ସ୍ଥାନରେ ରହିଥିବା ଇଟାଲିର ପ୍ରଧାନମନ୍ତ୍ରୀ ମାରିୟୋ ଡ୍ରାଘିଙ୍କୁ ୫୪ ପ୍ରତିଶତ ରେଟିଂ ମିଳିଛି ।

ବିଶ୍ୱର ୨୨ ଜଣ ନେତାଙ୍କୁ ନେଇ ଏହି ରେଟିଂ ନିର୍ଦ୍ଧାରଣ କରାଯାଇଥିଲା । ମାତ୍ର ମୋଦୀ ସମସ୍ତଙ୍କୁ ପଛରେ ପକାଇ ଏକ ନମ୍ବର ଆସନ ଅଳଙ୍କୃତ କରିଥିଲେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୪୧ ପ୍ରତିଶତ ରେଟିଂ ସହ ପଞ୍ଚମ ସ୍ଥାନରେ ରହିଥିବା ବେଳେ କାନାଡ଼ା ରାଷ୍ଟ୍ରପତି ଜଷ୍ଟିସ ଟ୍ରୁଡୋଙ୍କୁ ୩୯ ପ୍ରତିଶତ ରେଟିଂ ଓ ଜାପାନା ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଙ୍କୁ ୩୮ ପ୍ରତିଶତ ରେଟିଂ ମିଳିଥିଲା ।

ମର୍ଣ୍ଣିଂ କନସଲଟାଣ୍ଟ ପଲିଟିକାଲ ଇଣ୍ଟେଲିଜେନ୍ସ ପକ୍ଷରୁ ବିଭିନ୍ନ ଦେଶର ସରକାରୀ ନେତାଙ୍କ ଅନୁମୋଦିତ ରେଟିଂ ଉପରେ ନଜର ରଖାଯାଉଛି । ଏଥିରେ ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବ୍ରାଜିଲ, ଜର୍ମାନୀ, ଭାରତ, ମେକ୍ସିକୋ, ନେଦରଲାଣ୍ଡ, ଦକ୍ଷିଣ କୋରିଆ, ସ୍ପେନ, ସ୍ୱୀଡେନ ଓ ଯୁକ୍ତରାଷ୍ଟ୍ର ଆମେରିକା ଆଦି ସାମିଲ ଥିଲେ । ଏହା ପୂର୍ବରୁ ଗତ ଜାନୁଆରୀରେ ଓ ଗତ ବର୍ଷ ନଭେମ୍ବରେ ମୋଦି ଦୁନିଆର ଲୋକପ୍ରିୟ ନେତାଙ୍କ ସୂଚୀରେ ଶୀର୍ଷରେ ରହିଥିଲେ । ସୂଚନାଯୋଗ୍ୟ ଯେ, ଏହି ସଂସ୍ଥା ଦୈନିକ ୨୦ ହଜାରରୁ ଅଧିକ ଗ୍ଲୋବାଲ ଇଣ୍ଟରଭ୍ୟୁର ଆୟୋଜନ କରିଥାଏ ।

Get real time updates directly on you device, subscribe now.