fbpx

ପ୍ରତିଦିନ ଲାଲ କଦଳୀ ଖାଇଲେ କମିବ ଓଜନ, ଦ୍ରୁତ ଗତିରେ ବଢ଼ିବ ଇମ୍ୟୁନିଟି ପାଓ୍ୱାର

ନୂଆଦିଲ୍ଲୀ: କଦଳୀ ବର୍ଷସାରା ଉପଲବ୍ଧ ଏକ ଫଳ । ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଇବାକୁ ପସନ୍ଦ କରନ୍ତି । ସାଧାରଣତଃ ଆପଣ ବାହାରେ ହଳଦିଆ ରଙ୍ଗର କଦଳୀ ଖାଇଥିବେ । କିନ୍ତୁ ନାଲି କଦଳୀ ଖାଇବା ବହୁ ଉପକାରୀ । ଲାଲ୍‌ କଦଳୀ ପୁଷ୍ଟିକର ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣରେ ପରିପୂର୍ଣ୍ଣ । ଏହାକୁ ଖାଇବା ଦ୍ୱାରା ଇମ୍ୟୁନିଟି ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ । ଥକ୍କା, ଦୁର୍ବଳତା ଦୂର ହୋଇ ଦିନସାରା ଶକ୍ତିଶାଳୀ ଅନୁଭବ ହୋଇଥାଏ । ଲାଲ୍‌ କଦଳୀରେ ଭିଟାମିନ୍‌ ସି, ବି ୬ରେ ଭରପୂର ରହିଥାଏ । ଏହାକୁ ଖାଇବା ଦ୍ୱାରା ଇମ୍ୟୁନିଟି ବଢିଥାଏ । ଭିଟାମିନ ବି ୬ ଶରୀରରେ ୱାଇଟ୍‌ ବ୍ଲଡ୍‌ ସେଲ୍ସର ସୁରକ୍ଷା ବୃଦ୍ଧିରେ ସାହାଯ୍ୟ କରିଥାଏ । ରୋଗ ସହ ଲଢିବାର ଶକ୍ତି ମିଳିଥାଏ । ଏହା ଇମ୍ୟୁନିଟି ବଢାଇଥାଏ ।

ପ୍ରତିଦିନ ନାଲି କଦଳୀ ଖାଇବା ଦ୍ୱାରା ହାଡ ମଜବୁତ ହୋଇଥାଏ । ତେଣୁ ପିଲାମାନଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଇବା ଉଚିତ୍‌ । ଲାଲ୍‌ କଦଳୀରେ ପୋଟାସିୟମ୍‌ ଅଧିକ ମାତ୍ରାରେ ରହିଥାଏ । ଏହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହାକୁ ଖାଇବା ଦ୍ୱାରା ହୃଦୟ ସହିତ ଜଡିତ ସମସ୍ୟା ଦୂର ହୋଇଥାଏ । କର୍କଟ ଭଳି ଏକ ଗମ୍ଭୀର ରୋଗର ଶିକାର ହେବାର ଆଶଙ୍କା କମ୍‌ ରହିଥାଏ । ଏହି କଦଳୀ ଖାଇବା ଦ୍ୱାରା ଓଜନ କମ୍‌ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରହିଥାଏ । ଏହି କାରଣରୁ ଶରୀରରେ ଗଚ୍ଛିତ ଚର୍ବି ଶୀଘ୍ର କମିଯାଏ । ତେଣୁ ଓଜନ ବଢୁଥିବା ଅସୁବିଧା ଭୋଗୁଥିବା ଲୋକମାନେ ଦୈନନ୍ଦିନ ଖାଦ୍ୟରେ ଲାଲ୍‌ କଦଳୀ ଅନ୍ତର୍ଭୁକ୍ତ କରିବା ଉଚିତ୍‌ । ଲାଲ କଦଳୀରେ ଫାଇବର ଥାଏ, ଯାହା ଶରୀରରେ ସୁଗାର୍‌ ଲେଭଲ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ତେଣୁ ମଧୁମେହ ରୋଗୀମାନେ ଏହାକୁ ଖାଇବା ଆବଶ୍ୟକ ।

Get real time updates directly on you device, subscribe now.