fbpx

ବନ୍ଦ ହେଲା ଚୀନର ସବୁଠୁ ବଡ଼ ଇଲେକ୍ଟ୍ରୋନିକ୍ସ ମାର୍କେଟ: ପଡ଼ିପାରେ ଭାରତ ଉପରେ ପ୍ରଭାବ

ନୂଆଦିଲ୍ଲୀ: ବନ୍ଦ ହେଲା ଚୀନର ସବୁଠୁ ବଡ଼ ଇଲେକ୍ଟ୍ରୋନିକ୍ସ ମାର୍କେଟ । କରୋନା ଭାଇରସ ମହମାରୀ ସହ ଜୁଝୁଥିବା ଚୀନ ଦୁନିଆର ସବୁଠୁ ବଡ଼ ଇଲେକ୍ଟ୍ରୋନିକ୍ସ ହୋଲସେଲ ମାର୍କେଟ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଛି । ଚୀନର ଟେକ୍ନୋଲୋଜୀ ହବ୍ କୁହାଯାଉଥିବା Shenzen ହୋଲସେଲ ମାର୍କେଟ ବନ୍ଦ କରିବା ପାଇଁ ଅର୍ଡର ଜାରି କରିଛି । ଏହି ଅର୍ଡର ସଦର୍ନ ସିଟିରେ ଦ୍ରୃତ ଭାବରେ ବଢ଼ୁଥିବା କୋଭିଡ୍ ମାମଲା ପରେ ଜାରି କରାଯାଇଛି ।

ଦୁନିଆର ସବୁଠୁ ବଡ଼ ଇଲେକ୍ଟ୍ରୋନିକ୍ସ ମାର୍କେଟର ଘର କୁହାଯାଉଥିବା Huaqiangbei ଜିଲ୍ଲାର ବ୍ୟବସାୟୀଙ୍କୁ ଅଫିସିଆଲ ଆଦେଶ ଜାରି କରାଯାଇଛି । ଏହି ନିଷ୍ପତ୍ତି ଅନୂଯାୟୀ ଗୁରୁବାର ପର୍ଯ୍ୟନ୍ତ ମାର୍କେଟ ବନ୍ଦ ରହିବ । ଯାହାଦ୍ୱାରା ଦ୍ରୃତ ଭାବରେ ବ୍ୟାପୁଥିବା କୋଭିଡକୁ ରୋକାଯାଇପାରିବ ।

ତେବେ ଚୀନର ସବୁଠୁ ବଡ଼ ହୋଲସେଲ ଇଲେକ୍ଟ୍ରୋନିକ୍ସ ମାର୍କେଟ ଯଦି ଅଧିକ ଦିନ ବନ୍ଦ ରହିବ, ତେବେ ଏହାର ପ୍ରଭାବ ଭାରତ ସହ ଅନ୍ୟ ବଜାର ଉପରେ ମଧ୍ୟ ପଡ଼ିବ । ଖାଲି ସେତିକି ନୁହେଁ ଏହି ଅଞ୍ଚଳରେ ରହୁଥିବା ଲୋକଙ୍କୁ ଘରୁ ବାହାରକୁ ବାହାରିବାକୁ ଅନୁମତି ନାହିଁ । ଏଠାରେ ଲୋକେ କେବଳ କୋଭିଡ୍ ଟେଷ୍ଟ ପାଇଁ ଘରୁ ବାହାରକୁ ବାହାରିପାରିବେ । କେବଳ ସୁପର ମାର୍କେଟ ଏବଂ ଔଷଧ ଦୋକାନ ଓ ହସ୍ପିଟାଲ ଖୋଲରହିବ ।

Get real time updates directly on you device, subscribe now.