fbpx

କ୍ରୀଡା ସଂସ୍କୃତିକୁ ବିକାଶ ଦିଗରେ ବେଦାନ୍ତ: ତୃଣମୂଳ ସ୍ତରରେ ସଶକ୍ତ କରିବା ପାଇଁ ପ୍ରତିଶୃତି

ଝାରସୁଗୁଡା: ରାଷ୍ଟ୍ରୀୟ କ୍ରୀଡ଼ା ଦିବସରେ ବେଦାନ୍ତ ଆଲୁମିନିୟମ କରିଛି ଏକ ବଡ ଘୋଷଣା । କ୍ରୀଡ଼ା ସଂସ୍କୃତିକୁ ମଜବୁତ କରିବା ପାଇଁ ପ୍ରତିଶୃତି ଦେଇଛି ଭାରତର ବୃହତ ଆଲୁମିନିୟମ ଉତ୍ପାଦ ନିର୍ମାତା । ଏହାର କାର୍ୟ୍ୟ ପରିସର ତଥା ପାଖ ଅଞ୍ଚଳର ଯୁବ ପ୍ରତିଭାଧାରୀଙ୍କ ଅଂଶଗ୍ରହଣ ସହିତ । ଏହି ଲକ୍ଷ୍ୟକୁ ପୂରଣ କରିବା ଉଦ୍ଦେଶ୍ୟରେ ବେଦାନ୍ତ ଆଲୁମିନିୟମ ଅଣ୍ଟା ଭିଡିଛି । ଝାରସୁଗୁଡ଼ା, ଲାଞ୍ଜିଗଡ଼ (କଳାହାଣ୍ଡି) ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ଅନେକ କ୍ରୀଡ଼ା ଫର୍ମାଟ, କାର୍ୟ୍ୟକ୍ରମକୁ ସକ୍ରିୟ ଭାବେ ସମର୍ଥନ କରି ଆସୁଛି । ବିଶେଷ କରି ଯୁବକମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ଉତ୍ସାହ ପ୍ରଦାନ କରି ସେମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରିବାରେ କମ୍ପାନୀ ପକ୍ଷରୁ ସହାୟତା ଦିଆଯାଉଛି । ଏହା ଦ୍ୱାରା ସମାନ୍ତରାଳ ଭାବେ ରାଷ୍ଟ୍ରୀୟ କ୍ରୀଡ଼ା କ୍ଷେତ୍ରରେ ଗ୍ରାମାଞ୍ଚଳରୁ ପ୍ରତିନିଧିତ୍ୱ ବୃଦ୍ଧି ପାଇଁ ଇକୋ ସିଷ୍ଟମ ସୃଷ୍ଟି କରୁଛି ବେଦାନ୍ତ ।

ଝାରସୁଗୁଡ଼ାରେ ରାଷ୍ଟ୍ରୀୟ କ୍ରୀଡ଼ା ଦିବସ ପାଳନ କରି ଓଡ଼ିଶା ପାଇଁ ଅଖିଳ ଭାରତୀୟ ଫୁଟବଲ ସଂଘର ସହବନ୍ଧିତ ଏକାଡେମୀ ସହଭାଗିତାରେ ଯୁବକମାନଙ୍କ ପାଇଁ ଏକ ଫୁଟବଲ ଦକ୍ଷତା କୌଶଳ ଆୟୋଜନ କରାଯାଇଥିଲା । ଏହା ପରେ ଝାରସୁଗୁଡ଼ାର ମା ସମଲେଶ୍ୱରୀ ନଗର, ବଘିଆମାଳ, ବନଜାରୀ ଓ କୁରେବଗା ଗ୍ରାମର ଦଳ ମଧ୍ୟରେ ତିନୋଟି ମ୍ୟାଚ ଆୟୋଜିତ ହୋଇଥିଲା । ମା ସମଲେଶ୍ୱରୀ ନଗର ବିଜୟୀ ଟିମ ଭାବରେ ଓ କୁରେବଗା ରନର୍ସ ଅପ୍ ହୋଇଥିଲା । ବେଦାନ୍ତ ଆଲୁମିନିୟମ ମଧ୍ୟ ‘ମୋ ସ୍କୁଲ ହକି ଟୁର୍ଣ୍ଣାମେଣ୍ଟ’ରେ ଅଂଶ ଗ୍ରହଣ କରିଥିବା ଖେଳାଳୀଙ୍କ ପାଇଁ କ୍ରୀଡ଼ା ଗିୟର ପରିଚାଳନା କରିଥିଲା । ଯେଉଁଥିରେ କଂପାନି ଜିଲ୍ଲା ହକି ଆସୋସିଏସନ, ଜିଲ୍ଲା ପ୍ରଶାସନ ଓ ଝାରସୁଗୁଡ଼ାର ଜିଲ୍ଲା ଶିକ୍ଷା ବିଭାଗ ସହ ସହଭାଗୀ ହୋଇଥିଲା ।

ସୁନ୍ଦରଗଡ଼ ଜିଲ୍ଲାର ମେନ୍ଦ୍ରା ଗ୍ରାମରେ କଂପାନି ସ୍ଥାନୀୟ ପିଲାମାନଙ୍କୁ ଭଲିବଲ ଓ କ୍ରିକେଟ କିଟ ପ୍ରଦାନ କରିଛି । ବେଦାନ୍ତ ଆଲୁମିନିୟମ ପକ୍ଷରୁ କଳାହାଣ୍ଡିରୁ ତୀରନ୍ଦାଜରେ ରାଷ୍ଟ୍ରୀୟ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିବା ସିମାଂଚଳ କାଦରକାଙ୍କ ଉପରେ ଏକ ସଂକ୍ଷିପ୍ତ ଫିଲ୍ମର ଶୁଭାରମ୍ଭ କରାଯାଇଛି । ଏହି ଫିଲ୍ମରେ ଦାରିଦ୍ର୍ୟପତା ମଧ୍ୟରୁ ଜଣେ ସଫଳ ତୀରନ୍ଦାଜୀ ହେବାର ଗୌରବ କାହାଣୀକୁ ଉପସ୍ଥାପିତ କରାଯାଇଛି ।

Get real time updates directly on you device, subscribe now.