ଜ୍ୟୋତିଷ ଶାସ୍ତ୍ର ପରି ଅଙ୍କ ଶାସ୍ତ୍ର ଦ୍ୱାରା ଆମେ ବ୍ୟକ୍ତିଙ୍କ ଭାଗ୍ୟ ଭବିଷ୍ୟ ଏବଂ ସ୍ୱଭାବ ବିଷଷୟରେ ଅନେକ କଥା ଜାଣିପାରିଥାଉ । ତେବେ ଏହି ଅଙ୍କ ଶାସ୍ତ୍ରରେ ବ୍ୟକ୍ତିଙ୍କ ଜନ୍ମ ତାରିଖ ସହ ଯୋଡା ମୂଳାଙ୍କ ସଂଖ୍ୟା ଦ୍ୱାରା ବ୍ୟକ୍ତିଙ୍କ ଭାଗ୍ୟ ଏବଂ ସ୍ୱଭାବ ବିଷୟରେ ଜଣାପଡିଥାଏ । ତେବେ ଅଙ୍କ ଜ୍ୟୋତିଷରେ ୧ ଠାରୁ ଆରମ୍ଭ ୯ ପର୍ଯ୍ୟନ୍ତ ମୂଳାଙ୍କ ରହିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ମୂଳାଙ୍କ ଦ୍ୱାରା ଆମେ କିପରି ଜଣେ ବ୍ୟକ୍ତିଙ୍କ ସ୍ୱଭାବ ଏବଂ ଭାଗ୍ୟ ବିଷୟରେ ଜାଣି ପାରିବା । ।
ଜନ୍ମ ତାରିଖରୁ ଜାଣନ୍ତୁ ଭାଗ୍ୟ ଏବଂ ସ୍ୱଭାବ:
ମୂଳାଙ୍କ୧- ଯେ କୌଣସି ମାସର ୧ କିମ୍ବା ୧୦ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମୂଳାଙ୍କ ୧ ହୋଇଥାଏ । ତେବେ ୧ ମୂଳାଙ୍କ ଥିବା ବ୍ୟକ୍ତିମାନେ ସର୍ବଦା ଏକ ନଂମ୍ବର ହେବକୁ ଚେଷ୍ଟା କରିଥାନ୍ତି । ସେମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏଥି ସହିତ ସେମାନେ ଯାହା ଚାହାନ୍ତି ତାହା ହାସଲ କରିଥାନ୍ତି । କିନ୍ତୁ ଏହି କାରଣ ପାଇଁ ସେମାନେ ଅନେକ ସମୟରେ ଜୀବନର ପ୍ରକୃତ ଖୁସିକୁ ଉପଭୋଗ କରି ପାରନ୍ତି ନାହିଁ ।
ମୂଳାଙ୍କ ୨- କୌଣସି ମାସର ୨,୧୧ କିମ୍ବା ୨୦ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କର ମୂଳାଙ୍କ ୨ ହୋଇଥାଏ । ତେବେ ଏହି ବ୍ୟକ୍ତିମାନେ ବହୁତ ସକ୍ରୀୟ ହେବା ସହ ଏମାନଙ୍କ ନିକଟରେ ନେତୃତ୍ୱ ନେବାର କ୍ଷମତା ରହିଥାଏ । ଏତତ୍ ବ୍ୟତୀତ ଏହି ବ୍ୟକ୍ତିମାନେ ଅଧିକ ଭାବପ୍ରବଣ ବା ଇମୋସନାଲ ହୋଇଥାନ୍ତି ।
ମୂଳାଙ୍କ ୩- ସେହିପରି କୌଣସି ମାସର ୩, ୧୨,୨୧, କିମ୍ବା ୩୦ ତାରିଖରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିମାନେ ନିର୍ଭୟ ହୋଇଥାନ୍ତି । ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କ ମୂଳାଙ୍କ ୩ ହୋଇଥାଏ । ଏତତ୍ ବ୍ୟତୀତ ସେମାନେ କୌଣସି ଜିନିଷକୁ ବୁଝିବା ଏବଂ ବୁଝାଇବାରେ ସକ୍ଷମ ହୋଇଥାନ୍ତି ।
ମୂଳାଙ୍କ ୪- ୪,୧୩,୨୨,୩୧ ଆଦି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କ ମୂଳାଙ୍କ ୪ ହେବା ସହ ଏମାନେ ଯୋଜନା ଏବଂ ରଣନୀତି ପ୍ରସ୍ତୁତ କରିବାରେ ଖୁବ୍ ପାରଙ୍ଗମ ହୋଇଥାନ୍ତି । ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ।
ମୂଳାଙ୍କ ୫- ତେବେ ଅଙ୍କ ଶାସ୍ତ୍ର ଅନୁଯାୟୀ ଯଦି କୌଣସି ବ୍ୟକ୍ତିଙ୍କ ଜନ୍ମ ୫,୧୪ କିମ୍ବା ୨୩ ତାରଖରେ ହୋଇଥାଏ , ସେହି ବ୍ୟକ୍ତିମାନେ ବହୁତ ଚାଲାଖ ହୋଇଥାନ୍ତି । ତେବେ ଏହି ବ୍ୟକ୍ତିମାନଙ୍କ ମୂଳାଙ୍କ ୫ ହୋଇଥାଏ । ଏତତ୍ ବ୍ୟତୀତ ଏହି ବ୍ୟକ୍ତିମାନେ ତାଙ୍କ ଜୀବନରେ ବହୁତ ଉନ୍ନତି କରିଥାନ୍ତି ।
ମୂଳାଙ୍କ ୬- କୈଣସି ମାସର ୬, ୧୫, ଏବଂ ୨୪ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କ ମୂଳାଙ୍କ ୬ ହୋଇଥାଏ । ଏହି ବ୍ୟକ୍ତିମାନଙ୍କ ସ୍ୱଭାବ ବହୁତ ଆକର୍ଷକ ହୋଇଥାଏ । ତେବେ ଏହି ବ୍ୟକ୍ତିମାନେ ବିଳାଶପୂର୍ଣ୍ଣ ଜୀବନ ଅତିବାହିତ କରିବାକୁ ପସନ୍ଦ କରିଥାନ୍ତି ।
ମୂଳାଙ୍କ ୭- ଯେଉଁ ବ୍ୟକ୍ତିମାନେ କୌଣସି ମାସର ୭ ,୧୬ କିମ୍ବା ୨୫ ତାରିଖରେ ଜନ୍ମ ହୋଇଥାନ୍ତି ସେମାନଙ୍କ ମୂଳାଙ୍କ ୭ ହୋଇଥାଏ । ଏହି ବ୍ୟକ୍ତିମାନେ ନେଇଥିବା ନିର୍ଣ୍ଣୟ ସଠିକ୍ ହୋଇଥାଏ । କିନ୍ତୁ ଏମାନଙ୍କ ନିକଟରେ ଥିବା କମ୍ ଆତ୍ମବିଶ୍ୱାସ କାରଣରୁ ଏହାର ଲାଭ ସେମାନେ ନେଇ ପାରନ୍ତି ନାହିଁ । ତେବେ ଏହି ବ୍ୟକ୍ତିମାନେ ପରୋପକାରୀ ହେବା ସହିତ ସ୍ୱଚ୍ଛ ହୃଦୟର ହୋଇଥାନ୍ତି । ଏତତ୍ ବ୍ୟତୀତ ଅଙ୍କ ଶାସ୍ତ୍ରରେ ୭ ସଂଖ୍ୟାକୁ ବହୁତ ଶୁଭ ବୋଲି ବିବେଚନା କରାଯାଇଥାଏ ।
ମୂଳାଙ୍କ ୮- ୮,୧୭,୨୬ ଆଦି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କ ମୂଳାଙ୍କ ୮ ହୋଇଥାଏ । ଏହି ବ୍ୟକ୍ତିମାନେ ସାହାସୀ ସ୍ୱଭାବର ହୋଇଥାନ୍ତି ।ତେବେ ଏମାନେ ଜୀବନରେ ଅନେକ ସଫଳତା ପାଇଥାନ୍ତି । ଏହି ବ୍ୟକ୍ତିମାନେ ବିପଦ ପୂର୍ଣ୍ଣ କାର୍ଯ୍ୟ ପାଇଁ ନିଜ ସହ ପରିବାରକୁ ମଧ୍ୟ ଅସୁବିଧାରେ ପକାଇ ଥାନ୍ତି ।
ମୂଳାଙ୍କ ୯ – ତେବେ ଅଙ୍କ ଶାସ୍ତ୍ର ଅନୁସାରେ ୯ ହେଉଛି ଶେଷ ମୂଳାଙ୍କ । ୯,୧୮, କିମ୍ବା ୨୭ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କର ଏହି ମୂଳାଙ୍କ ହୋଇଥାଏ । ଏମାନେ ବିପଦ ପୂର୍ଣ୍ଣ କାର୍ଯ୍ୟ ଏବଂ ଆଡଭେଞ୍ଚର ରେ ରୁଚି ରଖିଥାନ୍ତି । ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ଖେଳକୁଦରେ ଅନେକ ସଫଳତା ହାସଲ କରିଥାନ୍ତି । ଏତତ୍ ବ୍ୟତୀତ ଏହି ବ୍ୟକ୍ତିମାନେ ଶରୀର ପ୍ରତୀ ବହୁତ ଜତ୍ନବାନ ହୋଇଥାନ୍ତି ।