fbpx

ବଢ଼ିଲା UPI ନେଣଦେଣ: ଅଗଷ୍ଟରେ ଟପିଲା ୧୦.୭୨ ଲକ୍ଷ କୋଟି

ନୂଆଦିଲ୍ଳୀ: ଦେଶରେ ଡିଜିଟାଲ ପେମେଣ୍ଟର ବ୍ୟବହାର ବଢ଼ିବାରେ ଲାଗିଛି । ଡିଜିଟାଲ ପେମେଣ୍ଟ ପାଇଁ ୟୁନିଫାଇଡ ପେମେଣ୍ଟ ଇଣ୍ଟରଫେସ୍(ୟୁପିଆଇ) ଭଳି ସୁବିଧା ଦ୍ୱାରା ଘରେ ବସି ସହଜରେ ଟଙ୍କା ପଠାଇ ହେଉଛି । ସେହିଭଳି ୟୁପିଆଇ ଦ୍ୱାରା ଡିଜିଟାଲ ପେମେଣ୍ଟ ଟ୍ରାଞ୍ଜାକ୍ସନର ମୂଲ୍ୟ ଚଳିତ ବର୍ଷ ଅଗଷ୍ଟରେ ବଢ଼ି ୧୦.୭୨ ଲକ୍ଷ କୋଟି ଟଙ୍କା ପାର୍ କରିଛି । ଯେତେବେଳେକି ଜୁଲାଇରେ ଏହା ୧୦.୬୩ ଲକ୍ଷ କୋଟି ଥିଲା ।

ଏନପିସିଆଇର ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଅଗଷ୍ଟ ମାସରେ ୟୁପିଆଇରେ ପ୍ରାୟ ୬୫୭ କୋଟି କାରବାର ହୋଇଛି । ପୂର୍ବରୁ ଜୁଲାଇରେ ୬୨୮ କୋଟି ରହିଥିଲା । ସେହିପରି ଅଗଷ୍ଟରେ ଆଇଏମପିଏସ ଦ୍ୱାରା ସମୁଦାୟ ୪୬.୬୯ କୋଟି ନେଣଦେଶ ହୋଇଥିଲା ।

 

Get real time updates directly on you device, subscribe now.