fbpx

ଯାଜପୁରର ପାଣିକୋଇଲି ଛକରୁ ସେକ୍ସ ରାକେଟ୍ ଠାବ

ଯାଜପୁର: ଆଜିକାଲି ଠକେଇ, ସେକ୍ସ ରାକେଟ୍ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଯାଜପୁର ପାଣିକୋଇଲି ଛକ ନିକଟରୁ ସେକ୍ସ ରାକେଟ ଠାବ ହୋଇଛି । ଏକ ହୋଟେଲରୁ ଜଣେ ଦେହଜୀବୀଙ୍କୁ ଉଦ୍ଧାର କରିଛି ପୋଲିସ । ଏହି ମାମଲାରେ ହୋଟେଲ ମାଲିକ ସମେତ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ନିକଟରେ ରାୟଗଡା ଜିଲ୍ଲା ଗୁଣୁପୁରର ଲଜରେ ସେକ୍ସ ରାକେଟ୍ ଚାଲିଥିବା ସୂଚନା ମିଳିଥିଲା । ଏନେଇ ବିଶେଷ ସୁତ୍ରରୁ ଖବର ପାଇ ଚଢାଉ କରିଥିଲା ପୋଲିସ୍। ଦୁଇଟି ଲଜରୁ ଦୁଇ ଦେହଜୀବୀଙ୍କୁ ଉଦ୍ଧାର କରିଥିବା ସହ ଦୁଇଟି ଲଜର ମାଲିକ ଓ ମ୍ୟାନେଜରଙ୍କ ସମେତ ୨ ଗ୍ରାହକଙ୍କୁ ଗିରଫ କରିଥିଲା ପୋଲିସ୍ । ସମୁଦାୟ ପାଞ୍ଚ ଜଣକୁ ଗିରଫ କରିଥିଲା ପୋଲିସ୍ ।

ଚଢାଉ କରି ପୋଲିସ୍ ୧୦ ହଜାର ଟଙ୍କା ସହ ଦୁଇଟି ମୋବାଇଲ ଓ କିଛି ସାମଗ୍ରୀ ଜବତ କରିଥିଲା । ଗିରଫ ବ୍ୟକ୍ତିମାନେ ହେଲେ ବାବୁରାଓ, ପ୍ରଭାକର ସାବତ, ସୁସାନ୍ତ ପରିଡା, ସନ୍ତୋଷ ସାହୁ, ସନ୍ତୋଷ କୁମାର ମହାପାତ୍ର । ସମସ୍ତଙ୍କୁ କୋର୍ଟ ଚାଲଣ କରିଛି ପୋଲିସ୍ । ଏହି ସେକ୍ସ ରାକେଟ୍ ଚଢାଉ ହେବା ପରେ ଏବେ ନାମିଦାମି ଲଜ୍ ମାନଙ୍କ ମଧ୍ୟରେ ଛନକା ପଶିଛି। ଏ ନେଇ ଗୁଣୁପୁର ପୋଲିସ ଆଇଆଇସି ଅଶ୍ରିତା ଖଲକୋ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.