fbpx

ଛାଡ଼ପତ୍ରର ବିରୋଧ କଲେ କେରଳ ହାଇକୋର୍ଟ: କହିଲେ ଆଜିର ଯୁବପୀଢ଼ି ପାଇଁ ବିବାହର ଅର୍ଥ….

ନୂଆଦିଲ୍ଲୀ: ୟୁଜ୍ ଆଣ୍ଡ୍ ଥ୍ରୋ କଲ୍ଚରକୁ ନେଇ କେରଳ ହାଇକୋର୍ଟ ଭର୍ତ୍ସନା କରିବା ସହ ବର୍ତ୍ତମାନର ଯୁବପିଢ଼ୀ, ସଂସ୍କୃତି ଏବଂ ସାମଜର ବିବେକକୁ ନେଇ କଡ଼ା ମନ୍ତବ୍ୟ ଦେଇଛନ୍ତି । ଜଣେ ୫୧ ବର୍ଷୀୟ ବ୍ୟକ୍ତିଙ୍କ ଛାଡ଼ପତ୍ର ଆବେଦନ ଉପରେ ଶୁଣାଣି କରିବା ସମୟରେ ଏଭଳି କଡ଼ା ପ୍ରତିକ୍ରିୟା ରଖିଛନ୍ତି କୋର୍ଟ ।

କୋର୍ଟ କହିଛନ୍ତି ଆଜିର ପିଢ଼ି ବିବାହକୁ ଖରାପ ବୋଲି ଭାବୁଛନ୍ତି । ଲିଭ-ଇନ ରିଲେସନ ବଢ଼ୁଛି ଏହା ସହ ସେ ସମାଜର ବିବେକ ଉପରେ ମଧ୍ୟ ଚିନ୍ତାପ୍ରକାଶ କରିଛନ୍ତି । କୋର୍ଟ କହିଥିଲେ ଯେ ବର୍ତ୍ତମାନର ପିଢ଼ି ବିବାହକୁ ମନ୍ଦ ବୋଲି ଭାବୁଛନ୍ତି । ସେମାନଙ୍କୁ ଲାଗୁଛି ଯେ ବିବାହ ନକଲେ ବିନା ଅସୁବିଧାରେ ମୁକ୍ତ ଭାବରେ ବଞ୍ଚିବେ । ସେମାନଙ୍କ ୱାଇଫ୍ ର ଅର୍ଥ ଚିନ୍ତାକୁ ଆମନ୍ତ୍ରଣ (‘WIFE’: ‘Worry Invited For Ever) ବୋଲି ଭାବୁଛନ୍ତି । ଯାହା ପୁରୁଣା ଚିନ୍ତା ୱାଇଫ୍ ଜୀବନ ସାରା ପାଇଁ ଏକ ଭଲ ନିବେଶ (WIFE: Wise Investment For Ever’)କୁ ବଦଳାଉଛି ।

କୋର୍ଟ କହିଥିଲେ ଯେ ବର୍ତ୍ତମାନର ଟ୍ରେଣ୍ଡ ବିବାହର ପବିତ୍ର ବନ୍ଧନକୁ ସ୍ୱାର୍ଥ, ପରକୀୟା ପ୍ରୀତି ଭଳି କାରଣରୁ କଳଙ୍କିତ ହେଉଛି ।  କୋର୍ଟ କହିଛନ୍ତି ୟୁଜ୍ ଆଣ୍ଡ ଥ୍ରୋର କଲ୍ଚର ବୈବାହିକ ସମ୍ପର୍କକୁ କ୍ଷୁର୍ଣ୍ଣ କରୁଛି । ଲିଭ ଇନ ରିଲେସନ ବଢ଼ୁଛି, ଆଜିକାଲି ଗୁଡ ବାଏ କହି ଆଗକୁ ଚାଲିଯାଉଛନ୍ତି ଲୋକ । ଆଉ ଏମିତି ଆଗକୁ ବଢ଼ୁଛି । ଏମିତି କରିବା ଦ୍ୱାରା ଅନେକ ପରିବାର ଭାଙ୍ଗୁଛି ଯାହା ସମାଜର ବିବେକ ଦୋହଲାଇବା ପାଇଁ ଦାୟୀ ।

ଜଷ୍ଟିସ ମୁହମ୍ମଦ ମୁସ୍ତାକ ଏବଂ ସୋଫି ଥମସଙ୍କ ବେଞ୍ଚ ଅଗଷ୍ଟ ୨୪ରେ ଶୁଣାଣି କରି । ବ୍ୟକ୍ତିଙ୍କ ଛାଡ଼ପତ୍ରକୁ ଖାରଜ କରିବା ସହ ବ୍ୟଖ୍ତିଙ୍କ ଉପରେ ବୈବାହିକ କ୍ରୁରତା ଅଭିଯୋଗ ଆଣିଛନ୍ତି । ସୂଚନା ଅନୂଯାୟୀ ବ୍ୟକ୍ତିଙ୍କର ୨୦୧୭ରୁ ଅବୈଧ ବୈବାହିକ ସଂପର୍କ ରହିଥିଲା । ୨୦୦୯ ରେ ବିବାହ କରିଥିଲେ  । ୨୦୧୮ ରେ ତାଙ୍କ ସ୍ୱାମୀ ଛାଡ଼ପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ କରିଥିଲେ ।

ଫ୍ୟାମିଲି କୋର୍ଟ ଖାରଜ କରିବା ପରେ ବ୍ୟକ୍ତି ଜଣକ ହାଇକୋର୍ଟରେ ଆବେଦନ କରିଥିଲେ  । ସେ ଅଭିଯୋଗ କରିଥିଲେ ଯେ ତାଙ୍କେ ପତ୍ନୀ ତାଙ୍କୁ ଅତ୍ୟାଚାର କରିଥିଲେ । କିନ୍ତୁ କୋର୍ଟ ଶୁଣାଣି କରି କହିଥିଲେ ଯେ କ୍ରୀଷ୍ଟିଆନ ବିବାହ ଉପରେ ଲାଗୁ ହେଉଥିବା ଛାଡ଼ପତ୍ର ଆକ୍ଟ ୧୮୬୯ ଅନୂଯାୟୀ ବ୍ୟକ୍ତି ଜଣକ ପତ୍ନୀଙ୍କ ଦ୍ୱାରା ପୀଡ଼ିତ ହେବାର କୌଣସି ପ୍ରମାଣ ଦେଇପାରିନଥିଲେ ।

Get real time updates directly on you device, subscribe now.