fbpx

ଅଧିକ ଅଣ୍ଡା ଖାଉଥିଲେ ସାବଧାନ ! ଗ୍ରାସିପାରେ ଏହି ରୋଗ

ଅନେକ ଲୋକ ଅଛନ୍ତି ଯିଏ କି ଅଣ୍ଡା ଖାଇବାକୁ ଖୁବ୍ ପସନ୍ଦ କରନ୍ତି କିନ୍ତୁ ଆପଣ କଣ ଜାଣନ୍ତି କି, ଏହି ଅଣ୍ଡା ଆପଣଙ୍କ ପାଇଁ କେତେ ଭଲ ଆଉ କେତେ ମନ୍ଦ। ସବୁ ଖାଦ୍ୟରେ ପୋଷଣ ରହିଛି କିଛି ଆମକୁ ଏହି ସବୁ ଖାଦ୍ୟ ଖାଇବାର ଉପାୟ ଜାଣିବା ନିହାତି ଦରକାର। କାରଣ ଯଦି ଆମେ ଠିକ୍ ଭାବେ ଓ ଉଚିତ୍ ପରିମାଣରେ ଆମ ଖାଦ୍ୟ ନ ଖାଇଥାଉ ତେବେ ଅନେକ ରୋଗର ଶିକାର ହେବାକୁ ପଡ଼େ ।

ଅଣ୍ଡା ସ୍ବାସ୍ଥ୍ୟ ପକ୍ଷେ ବେସ୍ ହିତକର ସେଥିପାଇଁ ଏହାକୁ ସୁପରଫୁଡ୍ ମଧ୍ୟ କୁହାଯାଏ । ଏହାକୁ ସିଝା, ଫ୍ରାଏ, ପୋଚ୍, ତରକାରୀ ଭଳି ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଖିଆ ଯାଇପାରିବ । ଅଣ୍ଡାକୁ ଖୁବ କମ ସମୟ ମଧ୍ୟରେ ରନ୍ଧା ଯାଇପାରୁଥିବାରୁ ଏହାର ଚାହିଦା ମଧ୍ୟ ଆକାଶ ଛୁଆଁ । ଏଥିରେ ପ୍ରୋଟିନ୍, ମିନେରାଲ୍ସ୍, ଭିଟାମିନ୍ ଭଳି ପୋଷକ ଭରପୁର ଥାଏ ।

ଆପଣ ଜାଣନ୍ତି କି ଜରୁରୀ ଠାରୁ ଅଧିକ ଅଣ୍ଡା ଖାଇବା ମଧ୍ୟ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇପାରେ ? ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଅଧିକ ଅଣ୍ଡା ଖାଉଥିବା ଲୋକଙ୍କୁ ଡାଇବେଟିସ୍ ହେବାର ସମ୍ଭାବନା ଅଧିକ । ପ୍ରତିଦିନ ଗୋଟିଏରୁ ଅଧିକ ଅଣ୍ଡା ଖାଇବା ଦ୍ବାରା ଡାଇବେଟିସ୍ ହେବାର ସମ୍ଭାବନା ପ୍ରାୟ ୬୦ ପ୍ରତିସତ ବଢିପାରେ । ଏହା ବ୍ରିଟିଶ୍ ଜର୍ନାଲ୍ ଅଫ୍ ନ୍ୟୁଟ୍ରିସନରେ ପ୍ରକାଶ ପାଇଛି ।

ଅଧ୍ୟୟନରୁ ଜଣାପଡିଛି ଯେ, ପ୍ରତିଦିନ ଅଣ୍ଡା ଖାଇବା ଦ୍ବାରା ମନୁଷ୍ୟ ଶରୀରରେ ଏହାର ପ୍ରଭାବ ପଡିଥାଏ । ଏହା ମଧ୍ୟ କହୁଯାଇଛି ଯେ, ପ୍ରତିଦିନ ୩୮ ଗ୍ରାମ ଅଣ୍ଡା ଖାଇ​‌ଲେ ଡାଇବେଟିସ୍ ଆଶଙ୍କା ୨୫ ପ୍ରତିଶତ ବଢିଯାଏ । ବିଶ୍ବରେ ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । WHOର ତଥ୍ୟ ଅନୁଯାୟୀ ବିଶ୍ବରେ ପ୍ରାୟ ୬ ପ୍ରତିଶତ ଲୋକ ଡାଇବେଟିସରେ ପୀଡିତ ଏବଂ ଏହି ସଂଖ୍ୟା ଦିନକୁ ଦିନ ବ୍ୟାପକ ଭାବେ ବୃଦ୍ଧି ପାଇବାରେ ଲାଗିଛି ।

ଏଥିରୁ ରକ୍ଷା ପାଇବା ପାଇଁ ଖାଦ୍ୟ ପାନୀୟ ଉପରେ ଯଥେଷ୍ଟ ଧ୍ୟାନ ଦେବାକୁ ପଡିବ । ଡାଇବେଟିସ୍‌ରୁ ଆଶଙ୍କାରୁ ବର୍ତ୍ତିବା ପାଇଁ ସବୁଜ ପନିପରିବା ଖାଇବା ଆବଶ୍ୟକ । ଯେପରିକି ଶାଗ, ବ୍ରୋକଲୀ, ଗାଜର, ମେଥୀ, ବନ୍ଧା କୋବି, ଟମାଟର, ସବୁଜ ବିନ୍ସ୍ ଆଦି ଖାଇବା ଆବଶ୍ୟକ ।

Get real time updates directly on you device, subscribe now.