fbpx

୧୦ ଫୁଟର କିଙ୍ଗ୍ କୋବ୍ରା କାରରେ ରହୁଥିଲା: ଯାତ୍ରା କରିଥିଲା ୨୦୦ କିମି

ନୂଆଦିଲ୍ଲୀ: କିଙ୍ଗ କୋବ୍ରା… ଏହି ସାପର ନାଁ ଶୁଣିଲେ ଡର ତ’ ନିଶ୍ଚୟ ଆସେ । ଆଉ ଏପରି ସ୍ଥିତିରେ ଥରେ ଭାବନ୍ତୁ ତ’ ଯଦି ଏହି ସାପ ଆପଣଙ୍କ ଗାଡ଼ିରେ ରହିବ, ତେବେ କ’ଣ ହେବ । କ’ଣ ଆପଣ ବିଶ୍ୱାସ କରିବେ ଯେ ଗୋଟିଏ କିଙ୍ଗ କୋବ୍ରା ଗୋଟିଏ କାରରେ ୨୦୦  କିମି ଯାତ୍ରା କରିଥିଲା । ଖାଲି ସେତିକି ନୁହେଁ ଏହି ସାପ ପ୍ରାୟ ସପ୍ତୋହେ ଧରି କାରରେ ରହିଥିଲା ମଧ୍ୟ ।

ଏଭଳି ଏକ ଘଟଣା ଘଟିଛି କେରଳ ଆରପୁକାରାରେ । ସ୍ଥାନୀୟ ଅଞ୍ଚଳର ସୁଜିତ୍ ନାମକ ଜଣେ ବ୍ୟକ୍ତିଙ୍କ ଗାଡ଼ିରେ ଏକ କିଙ୍ଗ୍ କୋବ୍ରା ପ୍ରାୟ ଏକ ସପ୍ତାହ ଧରି ବାସ କରୁଥିଲା । ଆଉ ପୁଣି ସୁଜିତ କାରରେ ରହି ସେ ପୂରା ୨୦୦ କିମି ଯାତ୍ରା ମଧ୍ୟ କରିଛି ।

ଏନେଇ ସୁଜିତ କହିଛନ୍ତି ଯେ କିଛିଦିନ ତଳେ ତାଙ୍କୁ କାରରେ ଏକ ସାପର ଚମଡ଼ା ମିଳିଥାଏ । ଯାହାକୁ ଦେଖି ସେ ଡରିଯାଇଥିଲେ ଏବଂ କାରକୁ ଚେକ୍ କରିଥିଲେ କିନ୍ତୁ କୌଣସି ସାପ ନଥିବା ପାଇଥିଲେ ।

ଏହାପରେ ସେ ଅନ୍ୟ ଏକ ସ୍ଥାନକୁ ଯାଇଥିଲେ । ଯେଉଁଠାରେ ତାଙ୍କର ଜଣେ ପଡ଼ୋଶୀଙ୍କୁ କାରରେ ସାପ ଥିବାର ସନ୍ଦେହ ହୋଇଥିଲା । ଆଉ ତା’ପରେ ବନବିଭାଗ ଅଧିକାରୀଙ୍କୁ ଡକାଯାଇଥିଲା । ବୁଧବାର ଜଙ୍ଗଲ ବିଭାଗର ଅଧିକାରୀମାନେ ଏହ ୧୦ ଫୁଟ୍ ର ସାପକୁ ଉଦ୍ଧାର କରିଛନ୍ତି ଏବଂ ତାଙ୍କୁ ଏକ ସୁରକ୍ଷିତ ସ୍ଥାନରେ ଛାଡ଼ିଛନ୍ତି ।

Get real time updates directly on you device, subscribe now.