fbpx

ଗୁରୁଦିବସ ଅବସରରେ ୫ ଯୋଜନା ଆରମ୍ଭ କରିବ UGC, ମିଳିବ ଏହି ସୁବିଧା…

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ତରଫରୁ ଛାତ୍ରଙ୍କୁ ଗୁରୁଦିବସ ଅବସରରେ ଅନେକ ପୁରସ୍କାର ମିଳିବ । ୟୁଜିସି ଅଧ୍ୟକ୍ଷ ଜଗଦୀଶ କୁମାର କହିଛନ୍ତି ଯେ ଆୟୋଗ ଗୁରୁଦିବସ ଅବସରରେ ଗୋଟିଏ କନ୍ୟା ସନ୍ତାନ ଏବଂ ସେବାନିବୃତ ଶିକ୍ଷକ ସମେତ ବିଭିନ୍ନ ଲୋକଙ୍କ ପାଇଁ ପାଞ୍ଚ ଫେଲୋସିପ୍ ଏବଂ ରିସର୍ଚ୍ଚ ଅନୁଦାନର ଆରମ୍ଭ କରିବ ।

ଏହି ପାଞ୍ଚ ଯୋଜନା ହେଉଛି:

ଗୋଟିଏ କନ୍ୟା ସନ୍ତାନଙ୍କ ପାଇଁ “ସାବିତ୍ରୀ ଜ୍ୟୋତିରାଓ ଫୁଲେ ଫେଲୋସିପ୍’

ଡା.ରାଧାକ୍ରିଷ୍ଣନ୍ ୟୁଜିସି ପୋଷ୍ଟ-ଡକ୍ଟରାଲ ଫେଲୋସିପ୍

ସେବାନିବୃତ ଶିକ୍ଷକ ଫେଲୋସିପ୍

ସେବାରତ ଶିକ୍ଷକ ଅନୁସନ୍ଧାନ ଅନୁଦାନ

ନିଯୁକ୍ତ ହୋଇଥିବା ନୂଆ ଶିକ୍ଷକଙ୍କ ପାଇଁ ଡାକ୍ତର ଡି ଏସ କୋଠାରୀ ଅନୁସନ୍ଧାନ ଅନୁଦାନ

ଜଗଦୀଶ କୁମାର କହିଛନ୍ତି ଯେ ଗୁରୁଦିବସରେ ୟୁଜିସି ଅନେକ ରିସର୍ଚ୍ଚ ଯୋଜନା ର ଘୋଷଣା କରୁଛି । ଯାହାଦ୍ୱାରା ଦେଶରେ ଉଚ୍ଚ ଶିକ୍ଷଣ ସଂସ୍ଥାନ ଲାଭାନ୍ୱିତ ହେବେ । ସେବାନିବୃତ ଶିକ୍ଷକ ଫେଲୋସିପ୍  ସେବାନିବୃତ ହୋଇଥିବା ଶିକ୍ଷକଙ୍କୁ ରିସର୍ଚ୍ଚ ଅବସର ପ୍ରଦାନ କରିବା ପାଇଁ ଆରମ୍ଭ କରାଯାଉଛି । ଏହା ଅନୂଯାୟୀ ୧୦୦ ସ୍ଥାନ ଏବଂ ଫେଲୋସିପ୍ ଅନୂଯାୟୀ ଚୟନୀତ ଆଶାୟୀଙ୍କୁ ପ୍ରତିମାସରେ ୫୦୦୦୦ ଟଙ୍କା ଏବଂ ବାର୍ଷିକ ୫୦୦୦୦ ଟଙ୍କା ଆକସ୍ମିକ ନିଧି ଭାବରେ ଦିଆଯିବ ।

ସେବାରତ ଶିକ୍ଷକ ଅନୁସନ୍ଧାନ ଅନୁଦାନରେ ନିୟମିତ ନିଯୁକ୍ତ ଶିକ୍ଷକଙ୍କ ଅନୁସନ୍ଧାନର ସୁଯୋଗ ଦିଆଯିବ । ଏଥିରେ ୨୦୦ ଚୟନୀତ ଆଶାୟୀଙ୍କୁ ଦୁଇ ବର୍ଷ ପାଇଁ ୧୦-୧୦ ଲକ୍ଷ ଟଙ୍କା ଦିଆଯିବ । ନବନିଯୁକ୍ତ ଶିକ୍ଷକଙ୍କ ସହ ଜଡ଼ିତ ଡା.ଡି ଏସ କୋଠାରୀ ରିସର୍ଚ୍ଚ ଅନୁଦାନ ନିୟମିତ ଭାବରେ ନିଯୁକ୍ତ ଶିକ୍ଷକଙ୍କ ପାଇଁ ଅଟେ । ଏହା ଅନୂଯାୟୀ ୧୩୨ ଚୟନୀତ ଆଶାୟୀଙ୍କୁ ଦୁଇ ବର୍ଷ ପାଇଁ ୧୦-୧୦ ଲକ୍ଷ ଟଙ୍କା ସହଯୋଗ କରାଯିବ ।

ଡା. ରାଧାକ୍ରିଷ୍ଣନ୍ ୟୁଜିସି ପୋଷ୍ଟ ଡକ୍ଟରାଲ ଫେଲୋସିପ୍ ଅନୂଯାୟୀ ଭାରତୀୟ ବିଶ୍ୱବିଦ୍ୟାଳୟ ଏବଂ ସଂସ୍ଥାନରେ ଭାଷା ସହ ବିଜ୍ଞାନ, ପ୍ରଦ୍ୟୋଗିକ, ମାନବିକ ଏବଂ ସମାଗ ବିଜ୍ଞାନରେ ଉଚ୍ଚ ଅଧ୍ୟୟନ ଏବ ଗବେଷଣା କରିବା ପାଇଁ ଏକ ସୁଯୋଗ ପ୍ରଦାନ କରାଯିବ । ଏଥିରେ ୯୦୦ ସିଟ୍ ରହିଛି ଯେଉଁଥିରେ ୩୦ ପ୍ରତିଶତ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଚୟନୀତ ଆଶାୟୀଙ୍କୁ ୫୦୦୦୦ ଟଙ୍କା ପ୍ରତିମାସ ଫେଲୋସିପ୍ ଏବଂ ୫୦୦୦୦ ଟଙ୍କା ବାର୍ଷିକ ଆକସ୍ମିକ ରାଶି ଦିଆଯିବ ।

Get real time updates directly on you device, subscribe now.