ନୂଆ ରିପୋର୍ଟରେ ସାମ୍ନାକୁ ଏକ ତଥ୍ୟ ଆସିଛି କି ଅଧାରୁ ଅଧିକ ସାଇବର ଥ୍ରେଟ୍ସ ଏଭଳି ଡିଜାଇନ୍ କରାଯାଇଛି ଯେଉଁଥିରେ ଖାସ୍ ରୂପେ ପ୍ରସ୍ତୁତ କରାଯାଇଥିବା ରିମୁଭେବଲ ମିଡିଆ ବ୍ୟବହାର କରାଯାଏ । ସାମ୍ନାକୁ ଆସିଛି କି ୨୦୨୧ ତୁଳନାରେ ଚଳିତ ବର୍ଷ ବିପଦର ଆଶଙ୍କା ବଢିଛି ଏବଂ ଇଣ୍ଡଷ୍ଟ୍ରିଜକୁ ଏହି ଦିଗରେ ଜରୁରି ପଦକ୍ଷେପ ଉଠାଇବା ଜରୁରି । ‘୨୦୨୨ ହନିୱେଲ ଇଣ୍ଡଷ୍ଟ୍ରିଜ୍ ସାଇବର ସିକ୍ୟେରିଟି ୟୁଏସ୍ବି ଥ୍ରେଟ୍ ରିପୋର୍ଟ’ ଅନୁସାରେ USB ସହିତ ଜଡିତ ମାଲୱେୟାର ଏବଂ ବିପଦ ତୀବ୍ର ଗତିରେ ବଢୁଥିବା ଇଷ୍ଟ୍ରଷ୍ଟିର ଲୋକଙ୍କ ଚିନ୍ତା ବଢାଉଛି ।
ରିପୋର୍ଟରେ କୁହାଯାଇଛି କି ଚଳିତବର୍ଷ ୫୨% ସାଇବର ଆଶଙ୍କାରେ ଖାସ୍ ରୂପେ ଡିଜାଇନ୍ କରାଯାଇଥିବା ରିମୁଭେବଲ ମିଡିଆର ବ୍ୟବହାର କରାଯାଇଛି । ୨୦୨୧ରେ ଏହି ଆକଳନ ୩୨ ପ୍ରତିଶତ ଥିଲା ଏବଂ ଏବେ ଏହା ବୃଦ୍ଧି ପାଉଥିବା ନଜର ଆସୁଛି । ଚତୁର୍ଥ ବର୍ଷ ସେୟାର କରାଯାଇଥିବା ରିପୋର୍ଟରେ କରାଯାଇଥିବା ରିମୋଟ୍ ଆକ୍ସେସ ସହିତ ଜଡିତ କ୍ୟାପାସିଟି ବିଶିଷ୍ଟ ଥ୍ରେଟ୍ସ ପ୍ରାୟ ୫୧ ପ୍ରତିଶତ ମାମଲାରେ ସାମ୍ନାକୁ ଆସିଛି । ସେହିଭଳି ଖାସ୍ ରୂପେ ଇଣ୍ଡଷ୍ଟ୍ରିଆଲ୍ କଣ୍ଟ୍ରୋଲ ସିଷ୍ଟମକୁ ଟାର୍ଗେଟ୍ କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଥ୍ରେଡ୍ସର ସଂଖ୍ୟା ମଧ୍ୟ ଗତ କିଛି ବର୍ଷ ତୁଳନାରେ ବଢିଛି । ଏଭଳି କ୍ଷେତ୍ରରେ ଇଣ୍ଡଷ୍ଟ୍ରିଜ୍ ପାଇଁ ଅତିରିକ୍ତ ସୁରକ୍ଷାସ୍ତରକୁ ସେହି ସିଷ୍ଟମର ଅଂଶ ହେବା ଜରୁରି ହୋଇଯାଏ ।
ହନିୱେଲ କନେକ୍ଟେଡ୍ ଇଣ୍ଟରପ୍ରାଇଜ୍ ସାଇବର ସିକ୍ୟୁରିଟିଜର ଭାଇସ୍ ପ୍ରେସିଡେଣ୍ଟ ଏଣ୍ଡ ଜେନେରାଲ୍ ମ୍ୟାନେଜର ଜେଫ୍ ଜିଣ୍ଡଲ କୁହନ୍ତି କି ‘ବିରୋଧୀ ଜାଣିଶୁଣି ରିମୁଭେବଲ ମିଡିଆର ବ୍ୟବହାର ଆରମ୍ଭ ଆଟାକ୍ ପାଇଁ କରିଥାନ୍ତି । କାରଣ ଏହା ସାହାଯ୍ୟରେ ରିମୋର୍ଟ କନେକ୍ଟିଭିଟି, ଡାଟା ଚୋରି ଏବଂ ସିଷ୍ଟମକୁ କମାଣ୍ଡ ଦେବା ବା କଣ୍ଟ୍ରୋଲ କରିବା ଭଳି ଫାଇଦା ମିଳିଯାଏ ।’ ସେ କହିଛନ୍ତି କି ‘ଏହା ସ୍ପଷ୍ଟ ହୋଇସାରିଛି କି ୟୁଏସବି ରିମୁଭେବଲ ମିଡିଆର ବ୍ୟବହାର ଇଣ୍ଡଷ୍ଟ୍ରିଜକୁ କ୍ଷତି କରିବା ପାଇଁ କରାଯାଉଛି ।’ ତେଣୁ ସବୁବେଳେ ଜରୁରି କି ଭରସାଯୋଗ୍ୟ ରିମୁଭେବଲ ମିଡିଆ ବା ୟୁଏସବି ଡ୍ରାଇଭକୁ ହିଁ ସିଷ୍ଟମରେ କନେକ୍ଟ କରାଯାଉ । ଗତ ଦିନମାନଙ୍କରେ ୟୁଏସବି ଚାର୍ଜିଂ କେବଲ୍ସ ସାହାଯ୍ୟରେ ମଧ୍ୟ ଡାଟା ଚୋରି ଏବଂ ହ୍ୟାକିଂ ଭଳି ମାମଲା ସାମ୍ନାକୁ ଆସିସାରିଛି । ତେଣୁ ଅଜଣା ୟୁଏସବି ଡ୍ରାଇଭ୍ ବା କେବଲ୍ସ ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ ।