fbpx

ଆମ୍ବ ଗଛରେ ତିଆରି ହୋଇଛି ୩ ମହଲା ଘର, କେମିତି ରହୁଛନ୍ତି ଘର ମାଲିକ ଦେଖନ୍ତୁ . .

ସୁନ୍ଦର ଘରଟିଏ ତିଆରି କରିବାକୁ କିଏ ବା ନ’ ଚାହେ । ନିଜର ଉପାର୍ଜିତ ସବୁ ଅର୍ଥ ଲୋକେ ଘର ତିଆରିରେ ଲଗାଇ ଦିଅନ୍ତି । କିନ୍ତୁ ଆପଣ କେବେ ଦେଖିଛନ୍ତି ଆମ୍ବ ଗଛରେ ୩ ମହଲା ଘର । କଥାଟି ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ, ଆପଣ ବି ଭାବୁଥିବେ କି’ ଆମ୍ବ ଗଛରେ ୩ ମହଲା ଘର କିପରି ସମ୍ଭବ । କିନ୍ତୁ ପ୍ରକୃତରେ ଘଟଣାଟି ସତ ।

୪୦ ଫୁଟ ଉଚ୍ଚର ଆମ୍ବ ଗଛରେ ଘର । ଗଛ ଡାଳରେ ସୋଫା, ଟିଭି ଷ୍ଟାଣ୍ଡ । ଡାଳ ଲମ୍ବିଛି ବେଡ ରୁମରୁ କିଚେନ । ଘର ଭିତରେ ଫଳୁଛି ଆମ୍ବ । ପ୍ରକୃତି ପ୍ରେମୀ ଇଞ୍ଜିନିୟରଙ୍କ ନିଆରା କୋଠା । ସୁନ୍ଦର ଘର କରିବା ପାଇଁ ସମସ୍ତେ ଚାହାଁନ୍ତି । ସେଥି ପାଇଁ ଖୁବ ଟଙ୍କା ଖର୍ଚ୍ଚ କରନ୍ତି । ଦାମୀ ଡିଜାଇନରଙ୍କ ପ୍ଲାନ ମଧ୍ୟ ନିଅନ୍ତି । କାରଣ ସମସ୍ତେ ନିଜ ଘରକୁ ଭିନ୍ନ ଓ ସ୍ୱତନ୍ତ୍ର କରିବାକୁ ଚାହାନ୍ତି । କିନ୍ତୁ କେହି କେବେ ଗଛରେ ଘର କରିବା କଥା ଆପଣ ଶୁଣିଛନ୍ତି କି ।

ହଁ ଉଦୟପୁରର ଜଣେ ବ୍ୟକ୍ତି ୪୦ ଫୁଟ ଆମ୍ବ ଗଛରେ ଗୋଟିଏ ଘର କରିଛନ୍ତି । ଗଛରେ ପୁଣି ୩ ମହଲା ଘର । ଘରଟି ଉଦୟପୁର ଚିତ୍ରକୋଟରେ । ମାଲିକଙ୍କ ନାମ କୁଲପ୍ରଦୀପ ସିଂହ । ସେ ଜଣେ ଇଂଜିନିୟର ଓ ପରିବେଶ ପ୍ରେମୀ ମଣିଷ । ଗଛ ପ୍ରତି ତାଙ୍କର ରହିଛି ବିଶେଷ ଦୁର୍ବଳତା । ସେଥିପାଇଁ ସେ ତାଙ୍କ ଜମିରେ ଥିବା ୮୦ ବର୍ଷ ପୁରୁଣା ଆମ୍ବ ଗଛକୁ ନ କାଟି ତାହାର ଡାଳରେ ତିନି ମହଲା ବିଶିଷ୍ଟ ଏକ ଘର ତିଆରି କରିଛନ୍ତି ।ଏହି ଘରର ଡିଜାଇନ ଗଛର ଶାଖା ପ୍ରସାଖାକୁ ନେଇ ହୋଇଛି ।ଆମ୍ବ ଗଛ ଡାଳରେ ଘରର ସୋଫା ଓ ଟିଭି ଷ୍ଟାଣ୍ଡ ମଧ୍ୟ ହୋଇଛି । ଘରେ କିଚେନ, ବାଥରୁମ, ଡ୍ରାଇଂରୁମ ଏବଂ ବେଡରୁମ ସହ ଲାଇବ୍ରେରୀ ରହିଛି ।ଗଛର କିଛି ଡାଳ ବେଡରୁମ ଭିତରକୁ ମଧ୍ୟ ଯାଇଛି ।

ଘର ଭିତରେ ଆମ୍ବ ଫଳୁଛି । ଆଜମିରରେ ପିଲା ଦିନ କାଟିଛନ୍ତି କୁଲପ୍ରଦୀପ । ଉଦୟପୁରରେ ସେ ନିଜ ସ୍ୱପ୍ନ ଘର ତିଆରି କରିବା ପାଇଁ ଘର କିଣିଲେ । ଜାଗା କିଣିବା ପରେ ଦେଖିଲେ କି ସେଠାରେ ଏକ ବଡ଼ ଆମ୍ବ ଗଛ ଅଛି ।ସେ ଗଛ କାଟିବାକୁ ଚାହୁଁ ନଥିଲେ ତେଣୁ ସେ ସେଠାରେ କୋଠା ନିର୍ମାଣ କଲେ ।ସେ ଜଣେ ଆଇଆଇଟିଆନ ।

ସେ ତାଙ୍କ ଘର ନିଜେ ତିଆରି କରିଛନ୍ତି ।ଘରେ ରିମୋଟ ଚାଳିତ ପଙ୍ଖା ରହିଛି ।ଘର ତିଆରି ଚୁଲା ଏହାକୁ କଣ୍ଡକ୍ଟର ଭାବେ କାମ କରେ ।ଯଦି ବର୍ଷା କି ବଜ୍ରପାତ ହୁଏ ଗଛକୁ ଏହା ନଷ୍ଟ କରି ପାରିବ ନାହିଁ ।ଘରର କାନ୍ଥ ଓ ଚଟାଣ ସେଲୁଲୋଜ ଓ ଫାଇବରରେ ତିଆରି ହୋଇଛି ।ଏହି ଟ୍ରୀ ହାଉସ ଲିମକା ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଛି । ଉଦୟପୁର ବୁଲିବାକୁ ଆସୁଥିବା ଲୋକେ ଏହି ଘରକୁ ଦେଖିବାକୁ ଭୁଲୁ ନାହାନ୍ତି ।ସତରେ ଏହା ଏକ ବିରଳ ଆଇଡିଆ ।

Get real time updates directly on you device, subscribe now.