fbpx

ପୋଲିସଙ୍କ ଭିତରେ ଧସ୍ତାଧସ୍ତି: ରାସ୍ତା ଉପରେ ମାରପିଟରେ ମସଗୁଲ ଅଫିସର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: କୌଣସି ସ୍ଥାନରେ ମାରପିଟ କିମ୍ବା ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହେଲେ ଆମେ ପୋଲିସକୁ ଖବର ଦେଇଥାଉ । ଏହି ଗଣ୍ଡଗୋଳକୁ ସମାଧାନ କରିବାର ବାଟ କରିଥାଏ ପୋଲିସ । ସେଥିପାଇଁ ପୋଲିସକୁ ରକ୍ଷକ ବୋଲି କୁହାଯାଏ । ହେଲେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓକୁ ଦେଖିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏହି ଭିଡିଓରେ ପୋଲିସ ମାରପିଟ ସମାଧାନ କରିବା ବଦଳରେ ନିଜ ନିଜ ଭି୍ତରେ ଲାଗି ଯାଇଛନ୍ତି ଗଡାପଡା ଆଉ ଟଣା ଓଟରା ।

ପୋଲିସ-ପୋଲିସ ଭିତରେ ଚାଲିଛି ଜୋରଦାର ଫାଇଟ । ବାବୁଙ୍କର ରାଗ ଏମିତି ପଞ୍ଚମ ହୋଇଛି ଯେ ଖାକି ବର୍ଦ୍ଦି ପିନ୍ଧି ଉପରେ ବି ଟିକିଏ ନଜର ନାହିଁ । ରାସ୍ତା ଉପରେ ଗଡାତଡା ହୋଇ ବିଧା ଗୋଇଠା ମାରି ଚାଲିଛନ୍ତି ଉଭୟ ପୋଲିସ କର୍ମଚାରୀ । ତେବେ ପାଖରେ ଥିବା ଆଉ ଜଣେ ପୋଲିସ ବାବୁ ଏ ଦୁହିଁଙ୍କ ମାରପିଟକୁ ଛଡାଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଦୁହେଁ ତାଙ୍କୁ ମଧ୍ୟ କାତିର ନ କରି ପରସ୍ପର ଉପରେ ମାଡ ମାରି ଚାଲିଛନ୍ତି । ରାସ୍ତାରେ ଯାଉଥିବା ଲୋକେ ମଧ୍ୟ ଏ ଦୃଶ୍ୟକୁ ଦେଖି କିଛି ସମୟ ଅଟକି ରହୁଛନ୍ତି ।

ତେବେ ଏହି ଦୁଇ ପୋଲିସ କର୍ମଚାରୀ କାହିଁକି ନିଜ ନିଜ ଭିତରେ ଏମିତି ମାରପିଟ ହେଉଛନ୍ତି, ତାହାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ବର୍ଦ୍ଦିରେ ଥାଇ ମଧ୍ୟ ଉଭୟଙ୍କର ଏପରି କାମ ସମାଜ ଉପରେ ଖରାପ ପ୍ରଭାବ ପକାଉଛି । କାରଣ ସମାଧାନ କରୁଥିବା ପୋଲିସଙ୍କ ଠାରୁ ଏପରି ଆଚରଣ ଆଶା କରାଯାଏନି । ତେଣୁ ଲୋକେ ଏହାକୁ ଦେଖି ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

Get real time updates directly on you device, subscribe now.