fbpx

ପିତୃତ୍ୱ ଲାଭ କରିବା ପରେ ପୁରୁଷଙ୍କର ବ୍ରେନ ସଙ୍କୁଚିତ ହୋଇଯାଇଥାଏ, ଏହା ପଛର କାରଣ କ’ଣ, ଜାଣନ୍ତୁ କ’ଣ କହୁଛି ଷ୍ଟଡି

ନୂଆଦିଲ୍ଲୀ: ସାଧାରଣ ଭାବେ ବିବାହ କରିବା ଓ ମାତୃତ୍ୱ ଲାଭ କରିବା ପରେ ହରମୋନ କାରଣରୁ ମହିଳାଙ୍କର ଶରୀରରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ତେବେ କେବଳ ମହିଳା ନୁହନ୍ତି, ପୁରୁଷଙ୍କଠାରେ ମଧ୍ୟ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ପ୍ରଥମ ଥର ବାପା ହେବା ପରେ ପୁରୁଷଙ୍କ ମସ୍ତିଷ୍କ ସଙ୍କୋଚନ ହେବା ସମସ୍ୟା ସହିତ ଜଡ଼ିତ ରହୁଥିବା ଏକ ରିସର୍ଚ୍ଚରୁ ସ୍ପଷ୍ଟ ହୋଇଛି ।

ପ୍ରଥମ ଥର ପିତା-ମାତା ହେବାପରେ ଉଭୟ ପୁରୁଷ ଓ ମହିଳାଙ୍କୁ ଅନେକ କିଛି ତ୍ୟାଗ କରିବା ସହ ଆଡଜଷ୍ଟମେଣ୍ଟ କରିବାକୁ ପଡ଼ିଥାଏ । ବିଶେଷ କରି ଶିଶୁର ଜନ୍ମ ପରେ ମାଆର ବ୍ୟବହାର, ଶାରୀରିକ ପରିବର୍ତ୍ତନ ଓ ସମସ୍ୟା ଉପରେ ଚିନ୍ତା ଜାହିର କରାଯାଇଥାଏ । ପିତା ହେବାର ସୌଭାଗ୍ୟ ଲାଭ କରିଥିବା ପୁରୁଷଙ୍କୁ ନେଇ କୌଣସି ଆଲୋଚନା କରାଯାଇ ନଥାଏ ।

ତେବେ ନିକଟରେ କରାଯାଇଥିବା ଏକ ଷ୍ଟଡି ମୁତାବକ, ପ୍ରଥମ ଥର ପିତା ହେବା ପରେ ପୁରୁଷଙ୍କ ବ୍ରେନର ସ୍ଥିତିରେ ପରିବର୍ତ୍ତନ ଘଟିଥାଏ । ସେମାନଙ୍କ ମଧ୍ୟରେ ନ୍ୟୁରୋଲୋଜିକାଲ ବଦଳିଥାଏ । ପିତା ହେବା ପରେ ପୁରୁଷଙ୍କ ଦାୟିତ୍ୱ, କର୍ତ୍ତବ୍ୟ ବଢ଼ିବା ସହିତ ବ୍ରେନ ଉପରେ ପ୍ରଭାବ ପଡ଼ିଥାଏ । ଏ କ୍ଷେତ୍ରରେ ପୁରୁଷଙ୍କ ବ୍ରେନରେ ଥିବା କର୍ଟିକଲ ଭଲ୍ୟୁରେ ଏକା ବା ଦୁଇ ପ୍ରତିଶତ ହ୍ରାସ ଘଟିଥାଏ ।

ତେବେ ଏହା ଏକ ପ୍ରକାରର ସଙ୍କୋଚନ, ଏହା ବ୍ରେନର ଡିଫଲ୍ଟ ମୋଡ଼ ନେଟୱାର୍କ ସହିତ ଜଡ଼ିତ ଥାଏ । ପୁରୁଷ ପିତା ହୋଇଛି ବୋଲି ଗ୍ରହଣ କରିବା ପରେ ତା’ର ବ୍ରେନ ସଙ୍କୁଚିତ ହୋଇଯାଇଥାଏ । ତେବେ ଏହି ସଙ୍କୋଚନ ପୁରୁଷ ପାଇଁ ଖରାପ ସାବ୍ୟସ୍ତ ହୋଇନଥାଏ । ଏହା ବାସ୍ତବରେ ବ୍ରେନର ଶୁଦ୍ଧତା ବଢ଼ାଇବା ସହ ଅଧିକ ରିଫାଇନିଂ କରିଥାଏ । ଏଥିସହିତ ଶିଶୁ ସହିତ ତା’ର ମାନସିକ ସମ୍ବନ୍ଧ ଘନିଷ୍ଠ ହୋଇଥାଏ । ପିତା ହେବା ପରେ ପୁରୁଷମାନେ ଖୁସି ହେଉଥିଲେ ହେଁ ସେମାନଙ୍କ ଆଗରେ ଏକ ନୂଆ ଦାୟିତ୍ୱ ରହିଥାଏ । ତେଣୁ ସେମାନଙ୍କର ବ୍ରେନ ସଙ୍କୁଚିତ ହୋଇଯାଇଥାଏ । ଏହି ଷ୍ଟଡିରେ ୨୦ ଜଣ ପୁରୁଷଙ୍କ ବ୍ରେନକୁ ଶିଶୁର ଜନ୍ମ ପୂର୍ବର ଓ ପରର ସ୍ଥିତିକୁ ବିଶ୍ଲେଷଣ କରାଯାଇଥିଲା ।

Get real time updates directly on you device, subscribe now.