fbpx

ଗଞ୍ଜାମରେ କାର୍ଯ୍ୟକ୍ଷମ ହେଲା କୋଭିଡ଼-୧୯ ହସ୍ପିଟାଲ୍

ଗଞ୍ଜାମ, ୧୦ା୪(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାରିମଧ୍ୟରେ ଗଞ୍ଜାମରେ ଆଜି କାର୍ଯ୍ୟକ୍ଷମ ହୋଇଛି କୋଭିଡ଼-୧୯ ହସ୍ପିଟାଲ । ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀରେ ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ୧୫ଟି ଆଇସିୟୁ ଶଯ୍ୟାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହାସହ ଆଉ ୧୦ଦିନରେ ୫ଟି ଆଇସିୟୁ ଶଯ୍ୟା ହେବ । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଓଡ଼ିଶାରେ ବର୍ତ୍ତମାନ ୪୮ଜଣ କରୋନା ଆକ୍ରାନ୍ତରେ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୫ଜଣ ଆକ୍ଟିଭ କେସ୍ ରହିଛି । ଏହାସହ ଜଣଙ୍କର ମୃତ୍ୟୁ ହେବା ସାଙ୍ଗକୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Get real time updates directly on you device, subscribe now.