fbpx

ବର୍ଷା କାରଣରୁ ୨୫ ହଜାର ଶସ୍ତା ହୋଇଗଲା ଲୁହାଛଡ଼ର ଦାମ୍, ଶୀଘ୍ର କିଣି ଷ୍ଟକ୍ କରି ରଖି ଦିଅନ୍ତୁ

ନୂଆଦିଲ୍ଲୀ: ନିକଟରେ ଷ୍ଟିଲ ଉପରୁ କେନ୍ଦ୍ର ସରକାର ରପ୍ତାନୀ କର ବୃଦ୍ଧି କରିଥିଲେ । ତେଣୁ ଘରୋଇ ବଜାରରେ ଷ୍ଟିଲର ଦାମ ଏବେ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି । ଏହାଛଡ଼ା ଏବେ ଦେଶର ବିଭିନ୍ନ ପ୍ରାନ୍ତରେ ବର୍ଷାର ସ୍ଥିତି ଲାଗି ରହିଥିବାରୁ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ରହିଛି । ଫଳସ୍ୱରୂପ ଷ୍ଟିଲ ସାମଗ୍ରୀ ଉପରୁ ଜନସାଧାରଣଙ୍କର ଚାହିଦା ହ୍ରାସ ପରିଲକ୍ଷିତ ହୋଇଛି । ନିର୍ମାଣ କାର୍ଯ୍ୟ କମ୍ ହେଉଥିବାରୁ ଘର ତିଆରି ସାମଗ୍ରୀ ଯେପରିକି ସିମେଣ୍ଟ, ଲୁହାଛଡ଼ର ଦାମ ତଳକୁ ଖସିବାରେ ଲାଗିଛି ।

ବିଭିନ୍ନ କାରଣରୁ ଏବେ ଦେଶରେ ଅନେକ ସହରରେ ଲୁହାଛଡ଼ର ଦାମ୍ ଖସିବାରେ ଲାଗିଛି । ଗତ ୨ ମାସ ମଧ୍ୟରେ ଲୁହାଛଡ଼ର ଦାମ ପାଖାପାଖି ୭ ହଜାର ଟଙ୍କା ହ୍ରାସ ପାଇଛି । ବର୍ତ୍ତମାନ କିଛି ସହରରେ ଟନ୍ ପିଛା ୫୦ ହଜାରରେ ବିକ୍ରି ହେଉଛି । ଗତ ମାର୍ଚ୍ଚ-ଏପ୍ରିଲରେ ଲୁହାଛଡ଼ର ଡିମାଣ୍ଡ ଉଚ୍ଚସ୍ତରରେ ରହିଥିଲା । ତା’ ପରେ ଏହାର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଥିଲି । ଜୁନ ମାସରେ ଏହାର ମୂଲ୍ୟ ବୃଦ୍ଧି ପାଇଥିଲା । ଏବେ ଦୁଇ ମାସ ପରେ ଏବେ ଲୁହାଛଡ଼ ପୁଣି ଥରେ ଶସ୍ତା ଆଡ଼କୁ ମୁହାଁଇଛି ।

ଇସ୍ପାତ ମନ୍ତ୍ରଣାଳୟର ତଥ୍ୟ ମୁତାବକ, ଟିଏମଟି ଲୁହାଛଡ଼ର ଖୁଚୁରା ମୂଲ୍ୟ ଗତ ଏପ୍ରିଲ ମାସ ପ୍ରାରମ୍ଭରେ ଟନ ପିଛା ୭୫ ହଜାର ଟଙ୍କା ରହିଥିଲା । ଜୁନ ୧୫ରେ ଏହା ୬୫ ହଜାରକୁ ଖସି ଆସିଥିଲା । ବତ୍ତର୍ମାନ ଏହା ୫୦-୫୫ ହଜାରରେ ବିକ୍ରି ହେଉଛି । ଏପ୍ରିଲ ମାସ ତୁଳନାରେ ଏବେ ଲୁହାଛଡ଼ର ଦାମ ପାଖାପାଖି ୩୦ ହଜାର ହ୍ରାସ ପାଇଛି । କେବଳ ଘରୋଇ ନୁହେଁ ବ୍ରାଣ୍ଡେଡ ଲୁହାଛଡ଼ର ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି । ମାର୍ଚ୍ଚରେ ଏହାର ମୂଲ୍ୟ ଟନ ପିଛା ୧ ଲକ୍ଷ ରହିଥିବା ବେଳେ ଏବେ ୮୦-୮୫ ହଜାରରେ ମିଳୁଛି ।

Get real time updates directly on you device, subscribe now.