IRCTC ର ଶାନଦାର ପ୍ୟାକେଜ୍: ଏତିକି ଟଙ୍କାରେ କରନ୍ତୁ ‘ଶିବ-ଶନି-ସାଇ’ ଯାତ୍ରା

ନୂଆଦିଲ୍ଲୀ: ଆଇଆରସିଟିସି ଆପଣଙ୍କ ପାଇଁ ଏକ ବଢ଼ିଆ ଟ୍ରୁ ପ୍ୟାକେଜ୍ ଆଣିଛି । ଏହି ଟୁର ପ୍ୟାକେଜ୍ ଦ୍ୱାରା ଆପଣ ଶିରଡି ସାଇ, ଶନି ଶିଙ୍ଗଣାପୁର ଧାମ ଏବଂ ତ୍ରୟମ୍ବକେଶ୍ୱର ଜ୍ୟୋତିର୍ଲିଙ୍ଗ ଦର୍ଶନ କରିପାରିବେ । ଖୁବ୍ ଅଳ୍ପ ଖର୍ଚ୍ଚରେ ଆପଣ ଏହି ବଢ଼ିଆ ଟୁର ପ୍ୟାକେଜ୍ ର ଫାଇଦା ଉଠାଇପାରିବେ । ତେବେ ଆସନ୍ତୁ ଜାଣିବା ଏହି ଟୁର୍ ପ୍ୟାକେଜ୍ ର ବିବରଣୀ ।

ଆଇଆରସିଟିସି ଏହି ଟୁର ପ୍ୟାକେଜ୍ ର ନାମ ‘ଶିବ-ଶନି-ସାଇ’ ଯାତ୍ରା ରଖିଛି । ଏହି ଟୁରର ବିଶେଷତ୍ୱ ହେଉଛି ଯେ ଆଇଆରସିଟିସି ଏହାକୁ ଭାରତ ଗୌରବ ଟୁରିଷ୍ଟ ଟ୍ରେନ୍ ରେ କରାଯାଉଛି । ଏହି ଟୁରରେ ଆପଣଙ୍କୁ ବିଶ୍ୱ ପ୍ରସିଦ୍ଧ ଏଲୋରା ଗୁମ୍ଫା ମଧ୍ୟ ଦେଖିବାକୁ ମିଳିବ । ଏଲୋରାର ଗୁମ୍ଫା ୟୁନେସ୍କୋ ହେରିଟେଜ୍ ଶ୍ରେଣୀ ଅନ୍ତର୍ଭୁକ୍ତ ରହିଛି ।

ଆଇଆରସିଟିସି ର ଏହି ଟୁର୍ ପ୍ୟାକେଜ୍ ୫ ଦିନ ଏବଂ ୪ ରାତିର ହେବ । ଟୁର୍ ଯାତ୍ରା ପାଇଁ ନୂଆଦିଲ୍ଲୀରୁ ୧୭ ଅକ୍ଟୋବର ୨୦୨୨ ରେ ଭାରତ ଗୌରବ ଟୁରିଷ୍ଟ ଟ୍ରେନ୍ ବାହାରିବ । ଏହି ଟୁର୍ ପାଇଁ ଆଇଆରସିଟିସି ୧୮,୫୦୦ ଟଙ୍କା ପ୍ରତି ବ୍ୟକ୍ତିଙ୍କ ପାଇଁ ଦାମ୍ ନିର୍ଦ୍ଧାରିତ କରାଯାଇଛି । ଟୁର୍ ଅନୂଯାୟୀ ଆପଣଙ୍କୁ ଏସି-୩ ରେ ଯାତ୍ରା କରିବାକୁ ମିଳିବ । ଟ୍ରେନରେ ବୋର୍ଡିଂ ଏବଂ ଡିବୋର୍ଡିଙ୍ଗ ପାଇଁ ମଥୁରା, ଆଗ୍ରା କ୍ୟାଣ୍ଟ, ଗ୍ୱାଲିୟର, ବିରାଙ୍ଗନା ଲକ୍ଷ୍ମୀବାଇ, ବୀନା, ଭୋପାଳ ଏବଂ ଇଟାରସୀ ଷ୍ଟେସନ ନିର୍ଦ୍ଧାରିତ କରାଯାଇଛି ।

ଶିବ-ଶନି-ସାଇ ଯାତ୍ରା ଅନୂଯାୟୀ, ଶିରଡୀ, ଶନି ଶିଙ୍ଗଣାପୁର, ପୁଷ୍ପେଶ୍ୱର, ଏଲୋରା ଗୁମ୍ଫା ଏବଂ ତ୍ରୟମ୍ବକେଶ୍ୱର ପର୍ଯ୍ୟନ୍ତ ବୁଲିପାରିବେ । ତେବେ ଆଇଆରସିଟିସିର ୱେବସାଇଟରେ ସଂପୂର୍ଣ୍ଣ ବିବରଣୀ ପାଇପାରିବେ ।