fbpx

(Video) ନଦୀ କୂଳରେ ଶୌଚ ହେବା ସମୟରେ ମାଡି ବସିଲା କୁମ୍ଭୀର…

ସମୟ ଖରାପ ପଡିଲେ ଲୋକ ଘରେ ବସିଥିଲେ ବି ବିପଦ ମାଡି ଆସିବ । ବଡି ଭୋରରୁ ଉଠି ଯୁବକ ଜଣଙ୍କ ଯାଇଥିଲେ ବିଲ ପଡିଆକୁ । ଜାଣି ନଥିଲେ କାଳ ଯେ, ଚାହିଁ ବସିଛି । ସିଧା ଯାଇ ପଡିଲେ ମରଣ ମୁହଁରେ । ହଁ ଆଜ୍ଞା ହଠାତ ମାଡି ବସିଲା କୁମ୍ଭୀର । ଘୋଷାଡ଼ି ନେଇ ପଳେଇଲା ପାଣି ଭିତରକୁ । ଝାମ୍ପି ନେଇଗଲା କୁମ୍ଭୀର । ନିଜ ଜୀବନ ଯାଉଥିବା ଦେଖି ଚିକ୍ରାର କରିଥିଲେ ।

ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନିମପୁର ଗାଁରେ  । କୁମ୍ଭୀର ଆକ୍ରମଣରେ ଗୁରୁତର ହୋଇପଡିଲେ ଯୁବକ । ଗୁରୁତର ଯୁବକ ଜଣଙ୍କ ହେଲେ ୪୦ ବର୍ଷୀୟ ବବୃବାହନ ଭୂୟାଁ । ଶନିବାର ଭୋରରୁ ଶୌଚ ହେବା ପାଇଁ ଗାଁ ନିକଟ ବ୍ରାହ୍ମଣୀ ନଦୀ କୂଳକୁ ଯାଇଥିଲେ ।

କିନ୍ତୁ ସେଠାରେ କୁମ୍ଭୀର ତାଙ୍କୁ ଝାମ୍ପିନେଇଥିଲା ତାଙ୍କୁ । ଏହି ସମୟରେ ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ବାସିନ୍ଦା ବୈକୁଣ୍ଠ ନାଥ ଭୁୟାଁ ଓ ସାଥିମାନେ ପାଟିକରିବା ସହିତ ବବୃବାହନ ଭୁୟାଁଙ୍କୁ ଉଦ୍ଧାର କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ନେଇଥିଲେ ଓ ପରେ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧୀନ ହେଉଛନ୍ତି । ଅଳ୍ପକେ ବର୍ତ୍ତି ଗଲା ତାଙ୍କ ଜୀବନ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.