fbpx

ICCର ଅଧ୍ୟକ୍ଷ ହେବେ ସୌରଭ ଗାଙ୍ଗୁଲି! ରହସ୍ୟ ଉପରୁ ପରଦା ଉଠାଇଲେ ଦାଦା

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ(ICC)ର ନୂଆ ଅଧ୍ୟକ୍ଷ ହେବାକୁ ଯାଉଛନ୍ତି ସୌରଭ ଗାଙ୍ଗୁଲି । ବିସିସିଆଇ ଅଧ୍ୟକ୍ଷ ପଦରୁ ସିଧା ଆଇସିସିର ଅଧ୍ୟକ୍ଷ ସିଟରେ ବସିବେ ଦାଦା । ଏ ନେଇ ଅନେକ ଦିନରୁ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଏହାର ରହସ୍ୟ ଉପରୁ ସେ ନିଜେ ପରଦା ଉଠାଇଛନ୍ତି । ତେବେ କ’ଣ ଏହାର ପ୍ରକୃତ ରହସ୍ୟ ଏବଂ କିଏ ହେବେ ଆଇସିସିର ନୂତନ ଅଧ୍ୟକ୍ଷ ଆସନ୍ତୁ ଜାଣିବା ।

ବହୁ ଦିନରୁ ଆଇସିସିର ଅଧ୍ୟକ୍ଷ ଭାବରେ ଗାଙ୍ଗୁଲିଙ୍କ ନାଁ ଚର୍ଚ୍ଚାରେ ରହିଛି । ତେବେ ତାଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଯେ, ଆଇସିସି ଅଧ୍ୟକ୍ଷ ପଦ ମୋ ହାତରେ ନାହିଁ । ଆଇସିସି ଅଧ୍ୟକ୍ଷ ବାଛିବା ପାଇଁ ଦୁଇ ତୃତୀୟାଂଶ ବହୁମତର ଆବଶ୍ୟଖତା ନାହିଁ ବୋଲି କହିଛି ଆଇସିସି ବୋର୍ଡ । ଏହାସହ ନୂଆ ନିୟମ ଅନୁସାରେ ଏବେ ଜଣେ ପ୍ରାର୍ଥୀଙ୍କୁ ବିଜୟ ପାଇଁ ୫୧ ପ୍ରତିଶତ ଭୋଟ ଆବଶ୍ୟକ ହେବ ।

ଆସନ୍ତା ନଭେମ୍ବର ମାସରେ ନୂତନ ଅଧ୍ୟ ଘୋଷଣା କରିବା ପାଇଁ ମଞ୍ଜୁରୀ ଦେଇଥିଲା ଆଇସିସି । ବର୍ମିଙ୍ଘମରେ ହୋଇଥିବା ବୈଠକରେ ଏ ନେଇ ଏକ ବଡ ନିଷ୍ପତ୍ତି ନିଆଯାଇଛି । ଚଳିତବର୍ଷ ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ନିର୍ବାଚନ ସାମାନ୍ୟ ବହୁମତ ଦ୍ୱାରା କରାଯିବ । ଏବଂ ଆଗାମୀ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ଡିସେମ୍ବରରୁ ୨୦୨୪ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ରହିବ ।

Get real time updates directly on you device, subscribe now.