(Video) ପୁଣି କ୍ୟାମେରା ସାମ୍ନାରେ ଟୁଙ୍ଗୁରୁ ଭୋଳ: ଏଥର ବର୍ଷା ନୁହେଁ, ଏହି କାରଣ ପାଇଁ ମାଗିଲେ ସାହାଯ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନ ଥିଲା, ଟୁଙ୍ଗୁରୁ ଓ ବର୍ଷାଙ୍କ ପ୍ରେମ କାହାଣୀକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଲାଗିଥିଲା । କିନ୍ତୁ ଏହି ମାମଲା ଶାନ୍ତ ପଡ଼ିଯାଇଥିବା ବେଳେ ପୁଣି କ୍ୟାମେରା ସାମ୍ନାକୁ ଆସିଛନ୍ତି ଟୁଙ୍ଗୁରୁ ଭୋଳ । ଏଥର କ୍ୟାମେରା ସାମ୍ନାରେ ଟୁଙ୍ଗୁରୁ ସାହାଯ୍ୟ ମାଗିଥିବା ଦେଖିବାକୁ ମିଳିଛି ।

ଭିଡିଓରେ ଟୁଙ୍ଗୁରୁଙ୍କ କହିବା ମୁତାବକ, ସେ ନିଜ ସହଜ ବ୍ରହ୍ମପୁର ଯାଇଛନ୍ତି । ସେଠାରେ ଗତ ୮ ବର୍ଷ ହେବ ଜମିବାଡି ବିବାଦ ଲାଗିରହିଛି । ୩୦ ଲକ୍ଷର ଘରକୁ ଅବୈଧ ଭାବେ ନିର୍ମାଣ କରାଯାଇଛି ବୋଲି ଦର୍ଶାଇଛନ୍ତି ତହସିଲଦାର ଓ ବିଡିଓ । ଏନେଇ ସେ ହିଞ୍ଜିଳି ଗାଁ ଥାନାରେ ଅଭିଯୋଗ କରିଥିଲେ ବି ଆଇଆଇସି ତାଙ୍କ କଥା ଶୁଣିନଥିଲେ । ଏଥିପାଇଁ ଟୁଙ୍ଗୁରୁ ଏହି ମାମଲାରେ ମିଡିଆ ଭାଇଙ୍କ ସହାୟତା ମାଗୁଥିବା ଭିଡିଓରେ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ଖଣ୍ଡଗିରିବାରୀ ଶରଧାପଲ୍ଲୀ ବସ୍ତିରେ ରହୁଥିବା ବର୍ଷା ନାମ୍ନୀ ଜଣେ ବିବାହିତା ମହିଳା ଭରତପୁର ଥାନାରେ ପହଞ୍ଚି ଟୁଙ୍ଗୁରୁ ନାମକ ଯୁବକ ପ୍ରେମ କରି ଧୋକା ଦେଇଥିବା ପୋଲିସକୁ କହିଥିଲେ । ହେଲେ ପ୍ରେମିକକୁ ଗିରଫ ନ କରିବାକୁ ପୋଲିସ ପାଖରେ ସର୍ତ୍ତ ରଖିଥିଲେ । ସେ ଟୁଙ୍ଗୁରୁକୁ ବିବାହ କରିବାକୁ ଜିଦ୍‌ କରି ହାତରେ ଶଙ୍ଖାସିନ୍ଦୁର ଓ ଫୁଲମାଳ ଧରି ଭରତପୁର ଥାନା ବାରଣ୍ଡାରେ ବସି ରହିଲେ । ଶେଷର ପୋଲିସ କିଛି ଉପୟ ନ ପାଇ ଘଟଣାର ଛାନଭିନ୍‌ କରିଥିଲା ।