fbpx

ନବରାତ୍ରୀରେ କରନ୍ତୁ ନବଗ୍ରହଙ୍କ ଶାନ୍ତି ପୂଜା:ଜାଣନ୍ତୁ କେଉଁ ଦିନ କରିବେ କେଉଁ ଗ୍ରହଙ୍କ ପୂଜା

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଗ୍ରହ ନକ୍ଷତ୍ରଙ୍କ ଏକ ସ୍ୱନ୍ତ୍ରତ୍ର ମହତ୍ୱ ଏବଂ ଗୁରୁତ୍ୱ ରହିଥାଏ । ଯାହାକି ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ପ୍ରଭାବ ପକାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ନବଗ୍ରହଙ୍କ ପୂଜା ମଧ୍ୟ କରାଯାଏ ଏବଂ ତାଙ୍କ କୁ ଦୃଷ୍ଟିରୁ ରକ୍ଷା ମିଳେ । ତେବେ ନବରାତ୍ରୀରେ ଏହି ଗ୍ରହମାନଙ୍କ ଶାନ୍ତି ପୂଜା କରିଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ଦୁର୍ଗତିନାଶିନୀ ମା ଦୁର୍ଗା ଧରାପୃଷ୍ଟକୁ ଅବତରଣ କରିଥାନ୍ତି । ସେହିଦିନରୁ ୯ ଦିନ ଧରି ମାଙ୍କୁ ପୂଜା ଅର୍ଚ୍ଚନା କରାଯାଏ । ତେବେ ଚଳିତ ବର୍ଷ ଏହି ନବରାତ୍ରୀ ୨୬ ସେପ୍ଟେମ୍ବର ଅର୍ଥାତ ଆଜି ଠାରୁ ଆରମ୍ଭ ହୋଇ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଦିନ ମାଙ୍କୁ ପୂଜା କରିବା ନବଗ୍ରହଙ୍କ ପୂଜା ମଧ୍ୟ କରାଯାଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ନବଗ୍ରହଙ୍କ ପୂଜା କିପରି ଏବଂ କେଉଁ ଦିନ କରାଯାଇଥାଏ ।

ନବରାତ୍ରୀର କେଉଁ ଦିନରେ ହୋଇଥାଏ କେଉଁ ଗ୍ରହଙ୍କ ପୂଜା:

ପ୍ରଥମ ଦିନ ( ମଙ୍ଗଳ ଗ୍ରହ): ଜ୍ୟୋତିଷ ଶାସ୍ତ୍ର ନବରାତ୍ରୀର ପ୍ରଥମ ଦିନ ମା ଦୁର୍ଗାଙ୍କ ଶୋଳ ପୁତ୍ରୀ ଅବତାରକୁ ପୂଜା କରାଯାଏ । ଏଥିସିହତ ମଙ୍ଗଳ ଗ୍ରହର ଶାନ୍ତି ପାଇଁ ସ୍କନ୍ଦମାତାଙ୍କୁ ପୂଜା କରାଯାଏ ।

ଦ୍ୱିତୀୟା (ରାହୁ ଗ୍ରହ): ରାହୁ ଗ୍ରହର ଶାନ୍ତି ପାଇଁ ନବରାତ୍ରୀର ଦ୍ୱିତୀୟ ଦିନ ମା ଗୁର୍ଗାଙ୍କ ବ୍ରହ୍ମଚାରୀଣି ଅବତାରକୁ ପୂଜା କରାଯାଇଥାଏ । ଏପରି କରିବା ଦ୍ୱାରା ରାହୁଙ୍କ କୋପ ଦୃଷ୍ଟିରୁ ମୁକ୍ତିମିଳିଥାଏ ।

ତୃତୀୟା (ବୃହସ୍ପତି): ନବରାତ୍ରୀର ତୃତୀୟ ଦିନ ଗୁରୁ ଅର୍ଥାତ ବୃହସ୍ପତିଙ୍କ ଶାନ୍ତି ପାଇଁ ମାତା ମହାଗୌରୀଙ୍କ ସ୍ୱରୁପକୁ ପୂଜା କରାଯାଇଥାଏ । ବୃହସ୍ପତି ଗ୍ରହ ଶାନ୍ତି ପୂଜା କରିବା ଦ୍ୱାରା ଘରେ ଆର୍ଥିକ ସଙ୍କଟ ଦୂର ହୋଇଥାଏ ।

ଚତୁର୍ଥି (ଶନି ଗ୍ରହ):ନବରାତ୍ରୀର ଚତୁର୍ଥ ଦିନ ଶନିଗ୍ରହଙ୍କୁ ଶାନ୍ତି କରିବା ପାଇଁ ମାଙ୍କ କାଳରାତ୍ରୀ ଅବତାରକୁ ପୂଜା କରାଯାଇଥାଏ । ଏପରି କରିବା ଦ୍ୱାରା ଶନିଙ୍କ କୋପ ଦୃଷ୍ଟି ରୁ ମୁକ୍ତିମିଳିଥାଏ । ଏତି ସହିତ ଶନିଙ୍କ କୃପା ପ୍ରାପ୍ତି ହୋଇଥାଏ ।

ପଞ୍ଚମୀ (ବୁଧ ଗ୍ରହ):ବୁଧ ଗ୍ରହଙ୍କ ଶାନ୍ତି ପାଇଁ ନବରାତ୍ରୀର ପଞ୍ଚମ ଦିନ ମା କାନ୍ତାୟନିଙ୍କ ସ୍ୱପୁର ପୂଜା କରାଯାଇଥାଏ ।

ଷଷ୍ଠ (କେତୁ ଗ୍ରହ): କେତୁ ଗ୍ରହର ଶାନ୍ତି ପାଇଁ ନବରାତ୍ରୀର ଷଷ୍ଠ ଦିନ ମା ଦୁର୍ଗାଙ୍କ କୁଷ୍ମାଣ୍ଡା ଅବତାରକୁ ପୂଜା କରାଯାଇଥାଏ ।

ସପ୍ତମୀ (ଶୁକ୍ର ଗ୍ରହ): ନରରାତ୍ରୀର ସପ୍ତମ ଦିନ ଶୁକ୍ର ଗ୍ରହକୁ ପୂଜା କରିବା ପାଇଁ ମା ଦୁର୍ଗାଙ୍କ ସିଦ୍ଧିଦାତ୍ରୀଙ୍କ ଅବତାରକୁ ।ବାହନ କରାଯାଇଥାଏ ।

ଅଷ୍ଟମୀ ( ସୁର୍ଯ୍ୟ ଗ୍ରହ ): ନବରାତ୍ରୀର ଅଷ୍ଟମୀ ଦିନ ସୁର୍ଯ୍ୟ ଗ୍ରହଙ୍କ ଶାନ୍ତି ପାଇଁ ମାତା ଶୋଳପୁତ୍ରି ଅବତାରକୁ ପୂଜା କରାଯାଏ ।

ନବମୀ ( ଚନ୍ଦ୍ର ଗ୍ରହ): ନବରାତ୍ରୀର ନବମ ଦିନ ଚନ୍ଦ୍ର ଗ୍ରହଙ୍କ ଶାନ୍ତି ପାଇଁ ମା ଦୁର୍ଗାଙ୍କ ଚନ୍ଦ୍ରଘଟା ସ୍ୱରୁପ ପୂଜା କରାଯାଇଥାଏ ।

Get real time updates directly on you device, subscribe now.