fbpx

ନବରାତ୍ରୀର ଧମାକାଦାର ଅଫର: ୧୦୦ ଟଙ୍କାରେ ବ୍ରହ୍ମାସ୍ତ୍ର ଦେଖିବାର ସୁଯୋଗ

ନୂଆଦିଲ୍ଲୀ : ଜାତୀୟ ସିନେମା ଦିବସ ଅବସରରେ ନିକଟରେ ଦର୍ଶକଙ୍କୁ ୭୫ ଟଙ୍କା ଫିଲ୍ମ ଦେଖିବାର ସୁଯୋଗ ଦିଆଯାଇଥିଲା। ଏହା ମଧ୍ୟ ଦର୍ଶକଙ୍କ ମଧ୍ୟରେ ଏକ କ୍ରେଜ ଥିଲା । କମ୍ ଟିକେଟ୍ ମୂଲ୍ୟରେ ଫିଲ୍ମ ଦେଖିବାକୁ ଦର୍ଶକ ଉତ୍ସାହିତ ଥିଲେ । ଏଭଳି ପରିସ୍ଥିତିରେ ବର୍ତ୍ତମାନ ‘ବ୍ରହ୍ମାସ୍ତ୍ର’ର ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ ଦର୍ଶକଙ୍କ ପାଇଁ ନବରାତ୍ରୀର ଉପହାର ଆଣିଛନ୍ତି। ବର୍ତ୍ତମାନ ଦର୍ଶକମାନେ ଆୟାନଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୨୯ ପର୍ୟ୍ୟନ୍ତ ମାତ୍ର ଶହେ ଟଙ୍କାରେ ଦେଖିପାରିବେ।

ଆୟାନ ମୁଖାର୍ଜୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି। ଯାହା ଅନୁଯାୟୀ ନବରାତ୍ରୀ ଆରମ୍ଭରୁ ଅର୍ଥାତ୍ ୨୬ ସେପ୍ଟେମ୍ବରରୁ ୨୯ ସେପ୍ଟେମ୍ବର ପର୍ୟ୍ୟନ୍ତ ଦର୍ଶକମାନେ ୧୦୦ ଟଙ୍କା ମୂଲ୍ୟରେ ‘ବ୍ରହ୍ମାସ୍ତ୍ର’ ଦେଖିପାରିବେ। ଦର୍ଶକଙ୍କ ସଂଖ୍ୟା ବଢାଇବା ପାଇଁ ପାଇଁ ଆୟାନ୍ ଏହି ଅଫର ଆଣିଛନ୍ତି ବୋଲି କୁହାଯାଉଛି।

ଆୟାନ୍ ମୁଖାର୍ଜୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଏକ ଭିଡିଓ ସେୟାର କରିଛନ୍ତି। ଏହା ସହିତ ସେ ଲେଖିଛନ୍ତି, ‘ଜାତୀୟ ସିନେମା ଦିବସ ଶିକ୍ଷା ଦେଇଛି ଯେ ସର୍ବାଧିକ ଦର୍ଶକଙ୍କୁ ସଠିକ୍ ଟିକେଟ୍ ମୂଲ୍ୟରେ ଫିଲ୍ମ ଅନୁଭବ କରିବାର ସୁଯୋଗ ଦିଆଯାଇପାରିବ । ଏହା ମାଧ୍ୟମରେ ଅଧିକ ଦର୍ଶକଙ୍କୁ ସିନେମା ହଲକୁ ଅଣାଯାଇପାରିବ ଏବଂ ତାହା ହିଁ ଆମେ ଚାହୁଁ । ଆମେ ସବୁବେଳେ ନୂଆ ଜିନିଷ ଶିଖିବାକୁ ଏବଂ ନୂଆ ଜିନିଷ ପ୍ରସ୍ତୁତ କରିବାକୁ ଚେଷ୍ଟା କରିଥାଉ । ତେଣୁ ଏହି ନୂତନ ପ୍ରକାର ଯୋଜନାରୁ କିଛି ନୂଆ ଶିଖି ହେବ । ଏଥିସହିତ ନବରାତ୍ରୀର ଉତ୍ସବ ସହିତ ଦର୍ଶକମାନେ ‘ବ୍ରହ୍ମାସ୍ତ୍ର’ ଉପଭୋଗ କରିବେ ।

Get real time updates directly on you device, subscribe now.