fbpx

ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ସିଧାସଳଖ ଯିବ କଳାକାର ସହାୟତା: ‘ଗୋ ଲାଇଭ୍’ର ଶୁଭାରମ୍ଭ କଲେ ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର କମ୍ପ୍ୟୁଟରୀକୃତ ସିଧାସଳଖ ହିତାଧିକାରୀଙ୍କ ଜମାଖାତାକୁ ଅନ୍ ଲାଇନ୍ ଜରିଆ ରେ ଅର୍ଥପ୍ରେରଣ ବ୍ୟବସ୍ଥା (ଗୋ ଲାଇଭ୍) କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ମଙ୍ଗଳବାର ଦିନ ଏହି ବ୍ୟବସ୍ଥାକୁ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଉଦଘାଟନ କରିଛନ୍ତି ।

ଏଣିକି କଳାକାରମାନଙ୍କୁ ସେମାନଙ୍କର ଭତା ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ପଡିବ ନାହିଁ । ଏହା ବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିବା ସହିତ ଏହା ଅତ୍ୟନ୍ତ ଅବଶ୍ୟକତା ଥିଲା ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ ଯୋଗ ଦେଇ କହିଲେ ଯେ, ପୂର୍ବରୁ ଏହି ଯୋଜନାରେ ଭତା ପାଉଥିବା ହିତାଧିକାରୀଙ୍କୁ ସଠିକ୍ ଭାବେ ଜାଣିବା ପାଇଁ ବିଧିବଦ୍ଧ ବ୍ୟବସ୍ଥା ନଥିଲା ଥିପାଇଁ ଜିଲ୍ଲାସ୍ତରରୁ ଧରି ରାଜ୍ୟସ୍ତରରେ ଅଧିକାରୀମାନଙ୍କୁ ହିତାଧିକାରୀଙ୍କୁ ପ୍ରାପ୍ୟ ପ୍ରଦାନରେ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଥିଲା । କାର୍ଯ୍ୟକ୍ରମରେ ସଂସ୍ଥାର ଓଡ଼ିଶା ମୁଖ୍ୟ ଅନୁପ ଗାୟନ୍ତ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ , ଅତିରିକ୍ତ ଶାସନ ସଚିବ ମନସ୍ୱିନୀ ସାହୁ , ଉପଶାସନ ସଚିବ ସଞ୍ଜୟ କୁମାର ମିଶ୍ରଙ୍କ ସମେତ ସଂସ୍କୃତି ବିଭାଗର ବିଭିନ୍ନ ଶାଖାର ମୁଖ୍ୟମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.