fbpx

ଅନ୍ତରୀକ୍ଷରେ ମହିଳା ବୈଜ୍ଞାନିକ କରିଦେଖାଇଲେ ଯୋଗ: ଲୋକେ କହିଲେ…

ନୂଆଦିଲ୍ଲୀ: ଭାରତରୁ ଆରମ୍ଭ ହୋଇଥିବା ଯୋଗ ଏବେ ସମଗ୍ର ବିଶ୍ୱରେ ଲୋକପ୍ରିୟ ହୋଇପାରିଛି । ସ୍ଥିତି ଏଭଳି ହୋଇଛି ଯେ ଏବେ ଅନ୍ତରୀକ୍ଷରେ ମଧ୍ୟ ଯୋଗ କରାଯିବାକୁ ଲାଗିଛି । ବିଗତଦିନରେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ମହାକାଶଚାରୀ ଏହି କମାଲ କରିଦେଖାଇଛନ୍ତି ଏବଂ ଏହା ମଧ୍ୟ ଦେଖାଇଛନ୍ତି ଯେ ଶୂନ ମାଧ୍ୟାକର୍ଷଣରେ କିଭଳି ଯୋଗ କରାଯାଇପାରେ । ପ୍ରକୃତରେ ୟୁରୋପୀୟ ସ୍ପେସ ଏଜେନ୍ସୀର ଅନ୍ତରୀକ୍ଷ ଯାତ୍ରୀ ସମାନ୍ଥା କ୍ରିଷ୍ଟୋଫୋରେଟୀ ଅନ୍ତରୀକ୍ଷରେ କିଛି ଯୋଗ ମୁଦ୍ରା କରିଛନ୍ତି ।

ଏହାର ଏକ ଭିଡିଓ ଟ୍ୱିଟରରେ ଶେୟାର କରାଯାଇଛି । ଭିଡିଓରେ ସେ ଶୂନ ମାଧ୍ୟାକର୍ଷଣ ଶକ୍ତିରେ କିଛି ଯୋଗ ମୁଦ୍ରା କରୁଥିବାର ନଜର ଆସିଛନ୍ତି । ଭିଡିଓରେ ଏହା ମଧ୍ୟ ଦେଖାଯାଉଛି ଯେ ସେ ଜିରୋ ଗ୍ରାଭିଟିରେ ଇଲାଷ୍ଟିକ୍ ବ୍ୟାଣ୍ଡ୍ ପିନ୍ଧିଛନ୍ତି । ପ୍ରଥମେ ସେ ନିଜ ଶରୀରକୁ ସନ୍ତୁଳନ କରିବା ପାଇଁ ଏକ ଇଗଲ ପୋଜ୍ କରୁଛନ୍ତି । ଏହା ପରେ କ୍ରିସ-କ୍ରସ୍ ସ୍ଥିତିରେ ମୁଦ୍ରା ରଖୁଛନ୍ତି । ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ସେପଟେ ଏହି ଭିଡିଓକୁ ଦେଖି ୟୁଜର୍ସମାନେ ମଧ୍ୟ ଖୁବ୍ ପ୍ରଶଂସା କରୁଛନ୍ତି । ୟୁଜର୍ସ ଲେଖିଛନ୍ତି ଯେ ଯୋଗ ଅଭ୍ୟାସକୁ ଏକ ନୂଆ ଉଚ୍ଚତାକୁ ନେଇଛି ।

Get real time updates directly on you device, subscribe now.