fbpx

ମିଳିତ ଜାତି ସଂଘରେ ପୁଣି ଋଷ ସପକ୍ଷରେ ଛିଡ଼ା ହେଲା ଭାରତ, ନିନ୍ଦା ପ୍ରସ୍ତାବ ଭୋଟିଂରୁ ରହିଲା ଦୂରରେ

ନୂଆଦିଲ୍ଲୀ: ୟୁକ୍ରେନ୍‌ର ଚାରି ଅଞ୍ଚଳକୁ ଶୁକ୍ରବାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଋଷ ସହିତ ମିଶ୍ରଣ କରିବା ପରେ ଆମେରିକା, ମିଳିତ ଜାତିସଂଘ ସମେତ ଅନେକ ଦେଶ ଏହାକୁ କଡ଼ା ନିନ୍ଦା କରିଛନ୍ତି। ଏହାପରେ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ୟୁକ୍ରେନ୍‌ର ଚାରି ଅଞ୍ଚଳ କବଜା କରିବା ନେଇ ଋଷ ବିରୋଧରେ ନିନ୍ଦା ପ୍ରସ୍ତାବ ଉପରେ ଭୋଟ୍ ହୋଇଥିଲା। ଯାହାକୁ ଋଷ ଭିଟୋ କରି ଦେଇଥିଲା।

ଆମେତିକା ଆଣିଥିବା ଏହି ପ୍ରସ୍ତାବକୁ ଅଲବେନିୟା ସମର୍ଥନ କରିଥିଲା। ଏହି ପ୍ରସ୍ତାବରେ ୟୁକ୍ରେନ୍‌ର ସାର୍ବଭୋମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ପ୍ରତି ମିଳିତ ଜାତିସଂଘ ପ୍ରତିବଦ୍ଧତା ଦୋହରାଇଥିଲା। ତେବେ ଋଷ ଭିଟୋ କରିଦେବାରୁ ଏହି ପ୍ରସ୍ତାବ ଗୃହୀତ ହୋଇପାରି ନଥିଲା। ୧୫ ଦେଶ ବିଶିଷ୍ଟ ସୁରକ୍ଷା ପରିଷଦରେ ୧୦ ଦେଶ ପ୍ରସ୍ତାବ ସପକ୍ଷରେ ଭୋଟ୍ କରିଥିବା ବେଳେ ୪ ଦେଶ ଏଥିରେ ଭାଗ ନେଇ ନଥିଲେ। ଏଥିରେ ଚୀନ୍‌, ଭାରତ, ବ୍ରାଜିଲ ଏବଂ ଗାବୋନ ସାମିଲ।

ତେବେ ଏହି ପ୍ରସଙ୍ଗରେ ଭାରତ ଏହାର ମତକୁ ପୁନର୍ବାର ଦୋହରାଇଥିଲା। ମିଳିତ ଜାତିସଂଘରେ ଭାରତର ପ୍ରତିନିଧି ରୁଚିରା କାମ୍ବୋଜ କହିଥିଲେ ଯେ, ‘ସ୍ଥିତିକୁ ଉତେଜନାମୁଳକ କରିବା ପାଇଁ କୌଣସି ପ୍ରକାର ମତବ୍ୟ ଦେବାରୁ ସମସ୍ତେ ଦୁରେଇ ରହିବା ଭଲ। ଦୁଇପକ୍ଷ ଆଲୋଚନା ମାଧ୍ୟମରେ ବିବାଦର ସମାଧନ କରିବା ଉଚିତ୍। ତେବେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଭୋଟିଂରୁ ଦୁରେଇ ରହିବାକୁ ନିଷ୍ପତି ନେଉଛି।’

ସେ ଏହା ମଧ୍ୟ କହିଥିଲେ ଯେ, ବର୍ତ୍ତମାନ ୟୁକ୍ରେନ୍‌ର ଘଟଣାକ୍ରମକୁ ନେଇ ଭାରତ ମଧ୍ୟ ଚିନ୍ତିତ। ଭାରତ ସବୁବେଳେ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ସପକ୍ଷରେ ରହିଛି। ନିକଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ବର୍ତ୍ତମାନର ସମୟ ଯୁଦ୍ଧର ସମୟ ନୁହେଁ।

Get real time updates directly on you device, subscribe now.