fbpx

ରାଶିଫଳ(ଶନିବାର,୦୧ ଅକ୍ଟୋବର,୨୦୨୨)

ମେଷ: ଆଜି ଆପଣଙ୍କ ଆତ୍ମବିଶ୍ୱାସ ବଢିବ । ଆୟ ଅପେକ୍ଷା ଅଧିକ ବ୍ୟୟ ହେବ । ବ୍ୟପାରରେ ହାନି ସ୍ଥିତି ରହିବ । କୌଣସି କାମରେ ମନ ଲାଗିବ ନାହିଁଁ । ବିଦ୍ୟାର୍ଥୀମାନଙ୍କ ମନ ପଢାରେ ଲାଗିବ ନାହିଁଁ । ବ୍ୟାପାରିକ ଯାତ୍ରା ସଫଳ ରହିପାରେ । ପ୍ରେମ ପ୍ରସଙ୍ଗ ଅନୁକୂଳ ରହିବ । ସୁଖ ସାଧନ ଉପରେ ଖର୍ଚ୍ଚ ହେବ ।

ବୃଷ: ବାହାରକୁ ବାହାରିବା ପରେ କୌଣସି ଅଜଣା ବ୍ୟକ୍ତି ଉପରେ ବିଶ୍ୱାସ କରନ୍ତୁ ନାହିଁଁ । କୌଣସି ମହିଳା ମିତ୍ରର ସାହାର୍ଯ୍ୟ କରି ପାରନ୍ତି । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟାଙ୍କ ସହ ଜଡିତ କାମରେ ସାବଧାନ ରୁହନ୍ତୁ । ଉତ୍ସାହ ଓ ପ୍ରସନ୍ନତାରେ ବୁଦ୍ଧି ହେବ ।

ମିଥୁନ: ପ୍ରେମୀ ପ୍ରେମିକାଙ୍କ ସମ୍ପର୍କରେ ବିବାଦ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ବିରୋଧୀ ବଢିବେ । ଆୟ ବ୍ୟୟରେ ସନ୍ତୁଳନ ରହିବ । ଆପଣଙ୍କ ପ୍ରିୟ ଆଜି ଆପଣଙ୍କୁ କିଛି କହିବେ । ଯାହା ଆପଣଙ୍କ ଚିନ୍ତା ବଢାଇ ପାରେ । କାହାର ଅପେକ୍ଷା କରନ୍ତୁ ନାହିଁଁ । ପଢିବା ଓ ଲେଖିବା ଇତ୍ୟାଦି କାର୍ଯ୍ୟରେ ଉତ୍ସାହ ରହିବ ।

କର୍କଟ: ଆଜି ଆପଣଙ୍କୁ କିଛି ସହଯୋଗ ମିଳିବ । ଆର୍ଥିକ ସମସ୍ୟା ଆସିବ । ଟଙ୍କା ନେବା ଦେବାରେ ସାବଧାନ ରୁହନ୍ତୁ । ସ୍ୱାସ୍ଥ୍ୟ କମଜୋର ରହିପାରେ । ବ୍ୟୟ ଅଧିକ ହେବ । କୌଣସି ଖବର ମିଳିପାରେ । କୌଣସି ବି ଝଗଡାରେ ଭାଗୀଦାରୀ ହୁଅନ୍ତୁ ନାହିଁଁ ।

ସିଂହ: ଶିକ୍ଷକଙ୍କ ତରଫରୁ ବିଶେଷ ମାର୍ଗଦର୍ଶନ ପ୍ରାପ୍ତ ହେବ । ମିତ୍ରଙ୍କୁ ନିଜର ଦୁଖ ବ୍ୟଥା କୁହନ୍ତୁ । ଘରର କିଛି ପରିସ୍ଥିତି ଖରାପ ହୋଇପାରେ । ଆପଣ ନିଜର କାମକାର୍ଯ୍ୟ ପାଇଁ କାହାର ସହଯୋଗ ନେଇ ପାରନ୍ତି । ନିଷ୍ପତି ନେବା ପୂର୍ବରୁ ବୁଝି ସୁଝି ନିଅନ୍ତୁ । ସ୍ଥାୟୀ ସମ୍ପତ୍ତିରୁ ଲାଭ ମିଳିପାରେ । ପ୍ରେମ ପ୍ରସଙ୍ଗରେ ସ୍ଥିତି ଭଲ ରହିବ ।

କନ୍ୟା: ଅଧିକ ଧନ ବ୍ୟୟ ହେବା ଦ୍ୱାରା ମନ ଅଶାନ୍ତ ରହିବ । ବିଦ୍ୟାଧ୍ୟାନ ସମ୍ବନ୍ଧିତ ଶୁଭ ସମାଚାର ମିଳିବ । ପୈତୃକ ସମ୍ପତ୍ତି ପ୍ରାପ୍ତ କରିବାର ଯୋଗ ଅଛି । ଅତିରିକ୍ତ ଆୟ ପାଇଁ ନିଜର ସୃଜନାତ୍ମକ ବିଚାରର ସାହାରା ନିଅନ୍ତୁ । ନିଜ ଜୀବନସାଥିଙ୍କ ସହିତ ପ୍ରେମ କରିବେ ।

ତୁଳା: କୌଣସି ବି ଅପିରିଚିତ ବ୍ୟକ୍ତି ଉପରେ ବିଶ୍ୱାସ କରନ୍ତୁ ନାହିଁଁ । ଜୋଖିମ ଉଠାନ୍ତୁ ନାହିଁଁ । କୌଣସି ବି ପ୍ରକାରର ବିବାଦକୁ ଯାଆନ୍ତୁ ନାହିଁଁ । ଚାକିରି ଯାଇ ପାରେ । ଆକସ୍ମିକ ଧନଲାଭ ହୋଇପାରେ । ସନ୍ତାନ ଆପଣଙ୍କ ଆଜ୍ଞା ମାନିବେ । ଆୟର ନୂତନ ସ୍ରୋତ ମିଳିପାରେ । କୌଣସି ଆବଶ୍ୟକ ବସ୍ତୁ ନ ମିଳିବା ଦ୍ୱାରା ଚିନ୍ତା ବଢିବ ।

ବିଚ୍ଛା: କିଛି ବନ୍ଧୁଙ୍କ ସହିତ ସାକ୍ଷାତ ହେବ । ଉତ୍ସାହ ବର୍ଦ୍ଧକ ସୂଚନା ପ୍ରାପ୍ତ କରିବେ । କୌଣସି ବଡ଼ କାମ କରିବାରେ ମନ ଲାଗିବ । ରାଜନୀତି କ୍ଷେତ୍ରରେ ଆପଣଙ୍କ ମାନ ସମ୍ମାନ ବଢିବ । ଉଚ୍ଚ ଅଧିକାରୀ ଆପଣଙ୍କ ସହ ମିତ୍ର ବ୍ୟବହାର କରିବେ । ବନ୍ଧୁମାନେ ଆପଣଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବେ । ଯାହା ସହିତ ଆପଣ ରହୁଛନ୍ତି ତାଙ୍କ ସହିତ ବାଦ ବିବାଦ କରନ୍ତୁ ନାହିଁ ।

ଧନୁ: ପ୍ରେମ ସମ୍ବନ୍ଧରେ ସାବଧାନ ରୁହନ୍ତୁ । ସ୍ୱାସ୍ଥ୍ୟ ସାଧାରଣ ରହିବ । ଖାଦ୍ୟପାନରେ ରୁଚି ବଢିବ । ଅଧିକାରୀମାନଙ୍କ ସହ ସମ୍ପର୍କ ଭଲ ରହିବ । ଏକ ଆଧ୍ୟାତ୍ମିକ ବ୍ୟକ୍ତିଙ୍କ ଆଶୀର୍ବାଦ ମିଳିପାରେ । ଅଟକିଥିବା ଟଙ୍କା ମିଳିବ । ଆର୍ଥିକ ଅବସ୍ଥା ଭଲ ହୋଇଯିବ । ବନ୍ଧୁ କିମ୍ବା ପରିବାରର ସଦସ୍ୟଙ୍କ ସହିତ ହସ ଖୁସିରେ ଦିନ ବ୍ୟତୀତ କରିବେ । ବହୁତ ସମୟ ହେବ ଅଟକିଥିବା କାର୍ଯ୍ୟ ପୁରା ହେବ । କୌଣସି ଗରିବ ବ୍ୟକ୍ତିର ସେବା କରିବାର ଅବସର ପ୍ରାପ୍ତ ହେବ ।

ମକର: ପ୍ରେମୀମାନଙ୍କ ପାଇଁ ଆଜି କିଛି ଶୁଭ ଖବର ମିଳିପାରେ । ଉଚ୍ଚ ବର୍ଗ ଲୋକମାନଙ୍କ ଚାକିରିରେ କିଛି ଅସୁବିଧା ଆସିପାରେ । ଧର୍ମ ପ୍ରତି ଆସ୍ଥା ବଢିବ । ପୂଜା ପାଠରେ ମନ ଲାଗିବ । ରାଜକୀୟ ସହଯୋଗ ପ୍ରାପ୍ତ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ଲାଭରେ ବୁଦ୍ଧି ହେବ । ପାରିବାରିକ ସହଯୋଗ ପ୍ରାପ୍ତ ହେବ ।

କୁମ୍ଭ: ପରିଶ୍ରମ ଅଧିକ ରହିବ । ଦୁର୍ଘଟନାର ସମ୍ଭାବନା ଅଛି । କିଛି କାର୍ଯ୍ୟ ଖରାପ ହୋଇପାରେ । ବିବାଦକୁ ବଢାନ୍ତୁ ନାହିଁଁ । ଲାଭ ପାଇଁ ଅନ୍ୟର କ୍ଷତି କରନ୍ତୁ ନାହିଁଁ । ଘର ଲୋକମାନଙ୍କ କଥା ଶୁଣି ନିବେଶ କରନ୍ତୁ । ଆଜିର ଦିନ ଆପଣନଙ୍କୁ ବିଶ୍ରାମ କରିବା ଉଚିତ । ଧନ ପ୍ରାପ୍ତି ସୁଗମ ହେବ । ଭୂମି ଭବନ କାର୍ଯ୍ୟ ହେବ । ଆର୍ଥିକ ଉନ୍ନତି ପାଇଁ ଯୋଜନା କରି ପାରନ୍ତି ।

ମୀନ: ବ୍ୟାପାରିକ ଯୋଜନା ବିଫଳ ହୋଇପାରେ । ବାହନ ଚଳାଇବା ସମୟରେ ସାବଧାନ ରୁହନ୍ତୁ । ଜୀବନସାଥିଙ୍କ ମହତ୍ୱପୂର୍ଣ ସହଯୋଗ ମିଳିବ । ଆପଣଙ୍କ ବୁଦ୍ଧି ଆପଣଙ୍କୁ ସଫଳତା ନିଷ୍କିତ ଦେବ । ଆଜି ନିଜର କର୍ମଚାରୀଙ୍କ ଉପରେ ଧ୍ୟାନ ଦିଅନ୍ତୁ । ରଚନାତ୍ମକ କାର୍ଯ୍ୟରେ ରୁଚି ବଢିବ ।

Get real time updates directly on you device, subscribe now.