fbpx

ଦେଶରେ କମିଛି ବେକାରି ହାର: ସେପ୍ଟେମ୍ବରରେ ୬.୪୩ ପ୍ରତିଶତକୁ ଖସିଲା… 

ନୂଆଦିଲ୍ଲୀ: ଭାରତରେ ଦ୍ରୁତ ଭାବରେ ହ୍ରାସ ପାଉଛି ବେକାରି । ସେଣ୍ଟ୍ରର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମୀ (CMIE) ର ତଥ୍ୟ ଅନୂଯାୟୀ ଭାରତରେ ଅଗଷ୍ଟ ମାସରେ ବେକାରି ପ୍ରତିଶତ ୮.୩ ପ୍ରତିଶତ ଥିଲା ଯାହା ସେପ୍ଟେମ୍ବରରେ ୬.୪୩ ପ୍ରତିଶତକୁ ଖସିଆସିଛି । ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଶ୍ରମ ନିୟୋଜନ ବୃଦ୍ଧିପାଇବା ଫଳରେ ଏହି ସଂଖ୍ୟା କମିଛି । CMIE ପରିଚାଳନା ନିର୍ଦ୍ଦେଶକ ମହେଶ ବ୍ୟାସ ପିଟିଆଇକୁ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେପ୍ଟେମ୍ବରରେ ଉଭୟ ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ଶ୍ରମ ଯୋଗଦାନରେ ଅଧିକ ସଂଖ୍ୟକ ଅଂଶଗ୍ରହଣ ଯୋଗୁଁ ବେକାରି ହାର ଯଥେଷ୍ଟ ବୃଦ୍ଧିପାଇଛି ।

ଗ୍ରାମାଞ୍ଚଳରେ ବେକାରି ହାର ଅଗଷ୍ଟରେ ୭.୬୮ % ତୁଳନାରେ ସେପ୍ଟେମ୍ବରରେ ୫.୮୪ ପ୍ରତିଶତକୁ ଖସିଆସିଛି । ଯେତେବେଳେକି ସହରାଞ୍ଚଳରେ ଏହା ଅଗଷ୍ଟରେ ୯.୫୭ % ରୁ ସେପ୍ଟେମ୍ବରରେ ୭.୭୦ ପ୍ରତିଶତକୁ ଖସିଆସିଛି । ମହେଶ ବ୍ୟାସ କହିଛନ୍ତି ଯେ ପ୍ରାୟ ୮ ମିଲିୟନ ଶ୍ରମ ଯୋଗଦାନ ଏକ ସଙ୍କେତ ଯେ ଦେଶର ଅର୍ଥନୀତି ଭଲ ପ୍ରଦର୍ଶନ କରୁଛି ।

ସିଏମଆଇ ତଥ୍ୟ ଅନୂଯାୟୀ, ବେକାରୀ ହାର ରାଜସ୍ଥାନରେ ସବୁଠୁ ଅଧିକ ୨୩.୮ ପ୍ରତିଶତ ରହିଛି । ଏହାପରେ ଜମ୍ମୁ କାଶ୍ମୀରରେ ୨୩.୨ ପ୍ରତିଶତ, ହରିୟାଣାରେ ୨୨.୯ ପ୍ରତିଶତ, ତ୍ରିପୁରାରେ ୧୭ ପ୍ରତିଶତ, ଝାଡ଼ଖଣ୍ଡରେ ୧୨.୨ ପ୍ରତିଶତ ଏବଂ ବିହାରରେ ୧୧.୪ ପ୍ରତିଶତ ରହିଛି । ଛତିଶଗଡ଼ରେ ସବୁଠୁ କମ୍ ୦.୧ ପ୍ରତିଶତ ବେକାରୀ ହାର ରହିଛି । ଆସାମରେ ୦.୪ ପ୍ରତିଶତ, ଉତ୍ତରାଖଣ୍ଡରେ ୦.୫ ପ୍ରତିଶତ, ମଧ୍ୟପ୍ରଦେଶରେ ୦.୯ ପ୍ରତିଶତ, ଗୁଜରାଟରେ ୧.୬ ପ୍ରତିଶତ, ମେଘାଳୟରେ ୨.୩ ପ୍ରତିଶତ ଏବଂ ଓଡ଼ିଶାରେ ୨.୯ ପ୍ରତିଶତ ରହିଛି ।

 

Get real time updates directly on you device, subscribe now.