fbpx

କାନପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦର୍ଶନ ସାରି ଫେରୁଥିବାବେଳେ ଦୁର୍ଘଟଣାରେ ଚାଲିଗଲା ୨୪ ଭକ୍ତଙ୍କ ଜୀବନ…

ଲକ୍ଷ୍ନୌ: ଉତ୍ତରପ୍ରଦେଶ କାନପୁରରେ ନରବର ଥାନା ଅଧୀନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କୁହାଯାଉଛି ଯେ ବକେବରରୁ ଦୁଇ ଡର୍ଜନରୁ ଅଧିକ ଲୋକ ଦର୍ଶନ ସାରି ଏକ ଟ୍ରାକ୍ଟରରେ ଫେରୁଥିବା ସମୟରେ ରାସ୍ତାରେ ଟ୍ରାକ୍ଟର ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା । ଫଳରେ ୨୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସୂଚନା ପରେ ପ୍ରଶାସନ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି, ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି ।

ସେପଟେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ଦିଆଯିବା ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଘୋଷଣା କରାଯାଇଛି । ସେହିଭଳି ଆହତଙ୍କୁ ୫୦ ହଜାର ଦିଆଯିବ । ଘଟଣାରେ ମୃତ୍ୟୁ ହୋଇଥିବା ୨୪ ଜଣକ ମଧ୍ୟରେ ୧୧ ମହିଳା ଏବଂ ୧୧ ଶିଶୁ ଥିବା କୁହାଯାଉଛି । ଗୁରୁତରଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ କାନପୁର ପଠାଯାଇଛି ।

ସୂଚନା ଅନୂଯାୟୀ, କାନପୁର ସାଢ ଜିଲ୍ଲାରେ ଏହି ଘଟଣା ଘଟିଛି । କୁହାଯାଉଛି ଯେ ଦୁର୍ଘଟଣାର ଶିକାର ହୋଇଥିବା ଲୋକେ ଚନ୍ଦ୍ରିକା ଦେବୀଙ୍କ ଦର୍ଶନ ସାରି ଫେରୁଥିଲେ । ସେହି ସମୟରେ ଟ୍ରାକ୍ଟର ଓଲଟିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି ।

Get real time updates directly on you device, subscribe now.